PBKS vs SRH Match Highlights 2024: ମଙ୍ଗଳବାର (ଅପ୍ରେଲ ୯) ଚଣ୍ଡିଗଡ଼ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ଠାରେ ମୁହାମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗ୍ସ ବନାମ ସନ ରାଇଜର୍ସ ହାଇଦ୍ରାବାଦ। ଏହି ମୁକାବିଲାରେ ଘରୋଇ ମଇଦାନ ପଞ୍ଜାବ ପରାସ୍ତ ହୋଇଛି। ଅନ୍ୟପକ୍ଷରେ ହାଇଦ୍ରାବାଦ ଟିମ୍ ରୋମାଞ୍ଚକର ଢଙ୍ଗରେ ଆୟୋଜକ ଦଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭର ରେ ୯ ୱିକେଟ ହରାଇ ହାଇଦ୍ରାବାଦ ୧୮୨ ରନ୍ ସ୍କୋର କରିଥିଲା। ଅନ୍ୟପକ୍ଷରେ ୧୮୩ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ପଞ୍ଜାବ ଧାର୍ଯ୍ୟ ୨୦ ଓଭର ରେ ୬ ୱିକେଟ ହରାଇ ୧୮୦ ରନ୍ କରିବାକୁ ସମର୍ଥ ହୋଇଥିଲା।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ହାଇଦ୍ରାବାଦ ବିଜୟରେ ନୀତୀଶ ରେଡ୍ଡୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପଞ୍ଜାବ ବିପକ୍ଷ ମ୍ୟାଚ୍ ପୂର୍ବରୁ ତାଙ୍କୁ କେହି ଜାଣି ନ ଥିଲେ। ହାଇଦ୍ରାବାଦ ଟିମ୍ ବିପକ୍ଷରେ ପଞ୍ଜାବ ଦଳ ଏକ ଜବରଦସ୍ତ ପାଳି ଆରମ୍ଭ କରି ଏହି ମ୍ୟାଚ୍କୁ ନିୟନ୍ତ୍ରଣରେ ରଖିଥିଲା। ହେଲେ ନୀତୀଶ ରେଡ୍ଡୀଙ୍କ ଜବରଦସ୍ତ ବ୍ୟାଟିଂ କାରଣରୁ ହାଇଦ୍ରାବାଦ ଟିମ୍ ୨ ରନ ବ୍ୟବଧାନରେ ପଞ୍ଜାବ ଦଳକୁ ପରାସ୍ତ କରିଥିଲା।


ମଙ୍ଗଳବାର ବ୍ୟାଟିଂ ଯାଦୁ ଦେଖାଇଥିଲେ ନୀତୀଶ ରେଡ୍ଡୀ
ଘରୋଇ ଗ୍ରାଉଣ୍ଡ ଠାରେ ପଞ୍ଜାବ ଅଧିନାୟକ ଶିଖର ଧାୱନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦଳର ପେସର ବୋଲର ୫୦ ରନ୍ ସ୍କୋର ବେଳକୁ ହାଇଦ୍ରାବାଦ ଦଳର ପ୍ରମୁଖ ୩ ଜଣ ବ୍ୟାଟ୍ସମ୍ୟାନ୍ ଙ୍କୁ   ପାଭିଲିୟନ ପଠାଇ ଦେଇଥିଲେ। ଏହା ପରେ ନୀତୀଶ ରେଡ୍ଡୀ ବ୍ୟାଟିଂ କରିବାକୁ ଆସିଥିଲେ। ଗୋଟିଏ ପାର୍ଶ୍ୱରୁ ୱିକେଟ୍ ପତ୍ତନ ହେବାରେ ଲାଗିଥିଲା। ହେଲେ ଅନ୍ୟପକ୍ଷରେ ନୀତୀଶ ରେଡ୍ଡୀ ଦଳର ସ୍ଥିତି ସମ୍ଭାଳିଥିଲେ। ସେ ୩୭ ବଲ୍ ଖେଳି ୪ ଚୌକା ଏବଂ ୫ ଛକା ସହାୟତାରେ ୬୪ ରନ୍ ସଂଗ୍ରହ କରିଥିଲେ। ଯେଉଁଥିପାଇଁ ହାଇଦ୍ରାବାଦ ଦଳ ଖରାପ ଆରମ୍ଭ ସତ୍ତ୍ୱେ ୧୮୨ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା।


ଅନ୍ୟପକ୍ଷରେ ପଞ୍ଜାବ ପକ୍ଷରୁ ଦଳର ବୋଲର ଜବରଦସ୍ତ ବୋଲିଂ କରିଥିଲା। ଦ୍ରୁତ ବୋଲର ଅର୍ଶଦୀପ ସିଂହ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ମୁକାବିଲାରେ ନିଜର ବୋଲିଂ ଯାଦୁ ଦେଖାଇ ୪ ୱିକେଟ୍ ନେଇଥିଲେ। ହର୍ଷଲ ପଟେଲ ଏବଂ ସାମ କୈରନ୍ ମଧ୍ୟ ୨-୨ ଲେଖାଁଏ ୱିକେଟ ଦଖଲ କରିଥିଲେ। ଅନ୍ୟପକ୍ଷରେ କାଗିସୋ ରାବାଡା ମଧ୍ୟ ଗୋଟିଏ ୱିକେଟ୍ ଦଖଲ କରିଥିଲେ। ହେଲେ ଯେତେବେଳେ ହାଇଦ୍ରାବାଦ ପାଳି ଆସିଲା, ସେତେବେଳେ ଦଳର ବୋଲରମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ଯାହାର ଫଳସ୍ୱରୂପ ପଞ୍ଜାବ ବ୍ୟାଟ୍ସମ୍ୟାନ୍ ଦଳର ବିଜୟ ଲକ୍ଷ୍ୟ ହାସଲ କରିପାରି ନଥିଲେ।


ନିକଟରେ ରାତାରାତି ପ୍ରସିଦ୍ଧ ହୋଇଥିବା ଶଶାଙ୍କ ସିଂହ ଏବଂ ଆଶୁତୋଷ ଶର୍ମା ହାଇଦ୍ରାବାଦ ବୋଲର୍ ଙ୍କୁ  ଜବାବ ଦେବା ଜାରି ରଖିଥିଲେ। ଶେଷ ଓଭର ବେଳକୁ ମ୍ୟାଚ୍ ଜିତିବା ପାଇଁ ପଞ୍ଜାବ ୨୯ ରନ୍ ଆବଶ୍ୟକ କରୁଥିଲା। ଆଶୁତୋଷ ଶର୍ମା ଆସିବା ମାତ୍ରେ ସେ ଲଗାତାର ଦୁଇଟି ଛକା ମାରି ଦଳର ବିଜୟ ଆସା ବଢାଇ ଦେଇଥିଲେ।  ଚାପ କାରଣରୁ ହାଇଦ୍ରାବାଦ ବୋଲର ଜୟଦେବ ଉନାଦକତ ତିନୋଟି ୱାଇଡ୍ ବୋଲିଂ କରିଥିଲେ। ଶେଷ ଦୁଇଟି ବଲ ବେଳକୁ ମ୍ୟାଚ ଜିତିବା ପାଇଁ ପଞ୍ଜାବ ଦଳକୁ ୧୦ ରନ୍ ଆବଶ୍ୟକ ଥିଲା। ହେଲେ ଆଶୁତୋଷ କେବଳ ଗୋଟିଏ ରନ୍ ସ୍କୋର କରିବାକୁ ସମର୍ଥ ହୋଇଥିଲେ। ଶେଷ ବଲ ବ୍ୟାଟିଂ କରି ଶଶାଙ୍କ ସିଂହ ଚମତ୍କାର ଛକା ମାରିଥିଲେ। ଶଶାଙ୍କ ସିଂହ ମାତ୍ର ୨୫ ବଲ ଖେଳି ୪୬ ରନ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ  ଅଶୁତୋଷ ୧୫ ବଲ ଖେଳି ୩୩ ରନ ସ୍କୋର କରିଥିଲେ। ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ୨ ୱିକେଟ ନେଇଥିଲେ। ଅନ୍ୟପକ୍ଷରେ ପଟ କମିନ୍ସ, ଟି ନଟରାଜନ, ନୀତିଶ ରେଡ୍ଡୀ ଏବଂ ଜୟଦେବ ଉନାଦକତ ଗୋଟିଏ ଲେଖାଁଏ ୱିକେଟ ଦଖଲ କରିଥିଲେ।