CSK Vs PBKS News In Odia: ଚେନ୍ନାଇ ସୁପର କିଙ୍ଗସ ଓ ପଞ୍ଜାବ କିଙ୍ଗସ (CSK Vs PBKS) ମଧ୍ୟରେ ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅତି ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଚେନ୍ନାଇ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପରେ ଚେନ୍ନାଇ ସୁପରକିଙ୍ଗସ ୨୦୦ ରନ୍ କରିବାରେ ସକ୍ଷମ ହୋଇଥିଲା । ଏହି ମୁକାବିଲାରେ ମହେନ୍ଦ୍ର ସିଂ ଧୋନିଙ୍କୁ ମାତ୍ର ୪ ଟି ବଲ୍ ରେ ନିଜର ବ୍ୟାଟିଂର ଜଲୱା ଦେଖାଇବାକୁ ସୁଯୋଗ ମିଳିଥିବା ବେଳେ ଶେଷ ୨ ବଲ୍ ରେ ଦମଦାର ଛକା ମାରିଥିଲେ ମାହି । ଫ୍ୟାନ୍ସ ତାଙ୍କ ଗଗନ ଚୁମ୍ବି ଛକା ଦେଖି ବହୁତ ଖୁସି ହୋଇଥିଲେ। ଯାହା ଫଳରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 


COMMERCIAL BREAK
SCROLL TO CONTINUE READING

ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ମାତ୍ର ୪ ଟି ବଲ୍ ରେ ୧୩ ରନ୍ ସଂଗ୍ରହ କରିଥିଲେ। ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ସବୁଠାରୁ ଅଧିକ ରନ୍ ଡେଭନ କନୱେ କରିଥିଲେ । ସେ ୫୨ ଟି ବଲ୍ ରେ ୯୨ ରନ୍ ହାସଲ କରିଥିଲେ । ଭଲ ଖେଳିଥିଲେ ମଧ୍ୟ ଶତକ ମାରିପାରିନଥିଲେ ଡେଭନ କନୱେ।  ହେଲେ ସେ ନିଜେ ମଧ୍ୟ କହିଛନ୍ତି ଯେ, ଶେଷ ସମୟରେ ଧୋନିଙ୍କ ଗଗନଚୁମ୍ବି ଛକା ସମସ୍ତଙ୍କୁ ଉଲ୍ଲସିତ କରିଥିଲା । ସୋସିଆଲ ମିଡିଆରେ ଧୋନିଙ୍କ ଦୁଇଟି ଛକା ର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଆଉ ଫ୍ୟାନ୍ସ ମାନେ ଏକଥା କହୁଛନ୍ତି ଯେ, ଏବେ ବି କ୍ରିକେଟ ଖେଳର ବେଷ୍ଟ ଫିନିସର (Best Finisher) ହେଉଛନ୍ତି ମାହି ଅର୍ଥାତ୍ ମହେନ୍ଦ୍ର ସିଂ ଧୋନି। 


ଯଦି ମ୍ୟାଚ କଥା କହିବା ତେବେ ଟସ ଜିତି ଚେନ୍ନାଇ ସୁପର କିଙ୍ଗସ (Chennai Super Kings) ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସେପଟେ ପଞ୍ଜାବ କିଙ୍ଗସକୁ ଜିତିବାକୁ ୨୦୧ ରନ୍ ଦରକାର ହେଉଥିଲା  । ଓପନର ଋତୁରାଜ ଗାଏକୱାଡ ଓ ଡେଭନ ନିଜ ଟିମକୁ ଭଲ ଭାବେ ସପୋର୍ଟ କରିଥିଲେ । ଗାଏକୱାଡ ୩୭ ରନର ପାଳି ଖେଳିବା ବେଳେ ଡେଭନ ୯୨ ରନ୍ କରିଥିଲେ । ଶିବମ ଦୁବେ ବି ୧୭ ଟି  ୨୮ ରନ୍ କରିବା ସହ ୨ ଟି ଛକା ମଧ୍ୟ ସାମିଲ କରିଥିଲେ। ମୋଇନ ଅଲ୍ଲୀ ଓ ରବିନ୍ଦ୍ର ଜାଡେଜା କିଛି ଖାସ୍ ଖେଳିପାରିନଥିଲେ ।  


ସେହିପରି ଇଣ୍ଡିଆନ ପ୍ରିମିୟର ଲିଗ ଅର୍ଥାତ୍ ଆଇପିଏଲରେ (IPL Match) ୪୨ ତମ ମ୍ୟାଚ ୱାଙ୍ଖେଡ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ଉଭୟ ଦଳ ଚଳିତ ଆଇପିଏଲରେ ପ୍ରଥମ ଥର ପାଇଁ ମୁହାଁମୁହିଁ ହେବେ। ରାଜସ୍ଥାନ ଓ ମୁମ୍ବାଇ ୨୦୦୮ ରୁ ଆରମ୍ଭ ହୋଇଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟର ୧୦୦୦ ତମ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଯଦି ପଏଣ୍ଟ କଥା କହିବା ତେବେ ରାଜସ୍ଥାନ ରୟାଲ୍ସ ୮ ଟି ମ୍ୟାଚରୁ ୫ ଟି ବିଜୟ ଓ ୩ ଟି  ପରାଜୟ ସହ ୧୦ ପଏଣ୍ଟ ପାଇଛି। ଅନ୍ୟ ପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ୭ଟି ମ୍ୟାଚରୁ ୩ଟି ମ୍ୟାଚ ଜିତିଥିବା ବେଳେ ୪ ଟି ମ୍ୟାଚ୍ ହାରିଛି।


Also Read:  IPL 2023: କୋଲକାତାର ପରାଜୟର ବଡ଼ ଭିଲେନ୍ ହେଲେ ଏହି ଖେଳାଳି! ମୁଣ୍ଡରେ ହାତ ଦେଇ ବସିଲେ ଅଧିନାୟକ ନୀତିଶ ରାଣା