CSK vs GT Final: ଆଇପିଏଲ୍ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯିବାର ଥିଲା, କିନ୍ତୁ ଏହି ଟାଇଟଲ୍ ମ୍ୟାଚ୍ ପୂର୍ବରୁ ବର୍ଷା ବାଧକ ସାଜିଛି । ଏହି କାରଣରୁ ଟସ୍ ବିଳମ୍ବ ହୋଇଛି । ଆଜି ରାତି ୯:୪୦ ପର୍ଯ୍ୟନ୍ତ ବର୍ଷା ବନ୍ଦ ହେବାକୁ ଅପେକ୍ଷା କରାଯିବ । ଯଦି ଏହି ସମୟ ମଧ୍ୟରେ ମ୍ୟାଚ୍ ଆରମ୍ଭ ହୁଏ ତେବେ କୌଣସି ଓଭର ହ୍ରାସ ହେବ ନାହିଁ । ଅର୍ଥାତ୍ ଏକ ପୂରା ୪୦ ଓଭର ଖେଳ ହେବ । ଅନ୍ୟପକ୍ଷରେ, ଯଦି ବର୍ଷା ୧୨ ଟା ମଧ୍ୟରେ ବନ୍ଦ ହୁଏ, ତେବେ ୫ ଓଭର ଲେଖାଁଏ ଖେଳ ହେବ । ଯଦି ବର୍ଷା ୧୨ଟା ପର୍ଯ୍ୟନ୍ତ ବନ୍ଦ ନହୁଏ ତେବେ କଣ ହେବ… ଜାଣନ୍ତୁ ।


COMMERCIAL BREAK
SCROLL TO CONTINUE READING

ଫାଇନାଲ ପାଇଁ ରଖାଯାଇଛି ରିଜର୍ଭ ଡେ 
ବାସ୍ତବରେ, ଆଇପିଏଲ୍ ୨୦୨୩ ର ଫାଇନାଲ୍ ପାଇଁ ଏକ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଯଦି ବର୍ଷା ଯୋଗୁଁ ରବିବାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ନ ହୁଏ, ତେବେ ସୋମବାର ଦିନ ମ୍ୟାଚ୍ ଅନୁଷ୍ଠିତ ହେବ । ମ୍ୟାଚର ଫଳାଫଳ ପାଇଁ ଉଭୟ ଦଳ ଅତି କମରେ ପାଞ୍ଚ ଓଭର ଖେଳିବା ଆବଶ୍ୟକ ହେବ ଓ ସୋମବାର ମ୍ୟାଚ୍ ନ ହେଲେ କଣ ହେବ? ନିମ୍ନରେ ସହଜ ଭାଷାରେ ଜାଣନ୍ତୁ…


  • ଯଦି ମ୍ୟାଚ୍ ଆଜି ରାତି ୯:୪୦ ମଧ୍ୟରେ ଆରମ୍ଭ ହୁଏ, ତେବେ ୪୦ ଓଭରର ଖେଳ ହେବ ।

  • ଯଦି ରବିବାର ଦିନ ଏହି ମ୍ୟାଚ୍ ନ ହୁଏ, ତେବେ ଏହା ପାଇଁ ଏକ ରିଜର୍ଭ ଡେ ରଖାଯାଇଛି । ସୋମବାର ଦିନ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ।

  • ସୋମବାର ମଧ୍ୟ ଯଦି ବର୍ଷା ଜାରି ରହେ ଓ ଧରାଯାଉ ମ୍ୟାଚ୍ ପାଞ୍ଚ ଓଭର ଲେଖାଁଏ ମଧ୍ୟ ନ ହୁଏ, ତେବେ ଅପେକ୍ଷା ରାତି ୧:୧୦ ପର୍ଯ୍ୟନ୍ତ କରାଯିବ ।

  • ସୋମବାର ରାତିରେ ୧:୨୦ ପରେ ସୁପର ଓଭର ଖେଳାଯାଇପାରେ । ଯଦି ସୁପର ଓଭର ମଧ୍ୟ ନ ଖେଳାଯାଇ ପାରେ, ତେବେ ଗୁଜୁରାଟ ଟାଇଟାନ୍ସକୁ ଆଇପିଏଲ ୨୦୨୩ ର ବିଜେତା ଘୋଷିତ ହେବ, ଯେହେତୁ ଏହି ଦଳ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି ।



CSK ବନାମ GT ହେଡ୍ ଟୁ ହେଡ୍ ରେକର୍ଡ
ହେଡ-ଟୁ-ହେଡ ରେକର୍ଡ ବିଷୟରେ କହିବାକୁ ଗଲେ ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ ଚାରିଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ଗୁଜରାଟ ଥରେ ଓ ଚେନ୍ନାଇ ତିନିଥର ମ୍ୟାଚ୍ ଜିତିଛି ।


ଏହା ବି ପଢନ୍ତୁ: ଅବସର ଘୋଷଣା କଲେ ଅମ୍ବାତି ରାୟୁଡୁ, ଫଟୋ ମାଧ୍ୟମରେ ଦେଖନ୍ତୁ ତାଙ୍କର କିପରି ଥିଲା ରେକର୍ଡ


ଏହା ବି ପଢନ୍ତୁ: WTC Final: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପାଇଁ ଟିମ୍ ଇଣ୍ଡିଆରେ ସାମିଲ ହେଲେ ଯଶସ୍ୱୀ, ବାଦ ପଡିଲେ ଏହି ଖେଳାଳି