Cricket News In Odia: IPL 2023: ବିଶ୍ୱର ସବୁଠୁ ବଡ଼ କ୍ରିକେଟ୍ ଲିଗ୍ IPL 2023 ଆରମ୍ଭ ହୋଇ ସାରିଛି । ୩୧ ମାର୍ଚ୍ଚରେ ଏହାର ଉଦଘାଟନୀ ସମାରୋହ (IPL 2023 Opening Ceremony) ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦନା (Rashmika Mandanna), ତମନ୍ନା ଭାଟିଆ (Tamannaah Bhatia) ଓ ଗାୟକ ଅରିଜିତ ସିଂ (Arijit Singh) ଏକ ଧମାକାଦାର ପରଫରମାନ୍ସ କରିଥିଲେ । ଯେତେବେଳେ ଗ୍ରାଣ୍ଡ୍ ଉଦଘାଟନୀ ସମାରୋହ ବନ୍ଦ ହେବାକୁ ଯାଉଥିଲା, ନରେନ୍ଦ୍ର ମୋଦି ଷ୍ଟାଡିୟମରୁ ଏକ ହୃଦୟ ଛୁଆଁ ଦୃଶ୍ୟ ଦେଖିବାକୁ ମିଳିଥିଲା ​​। କାରଣ ଅରିଜିତ ସିଂ ନିଜେ ମଞ୍ଚ ଉପରେ କ୍ୟାପଟେନ କୁଲ୍ ଏମଏସ ଧୋନିଙ୍କ (MS Dhoni) ପାଦ ଛୁଇଁଥିଲେ ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ଅରିଜିତ ସିଂଙ୍କ ପରେ ଯେତେବେଳେ ଅଭିନେତ୍ରୀ ରଶ୍ମିକା ମନ୍ଦନା, ତମନ୍ନା ଭାଟିଆଙ୍କ ପରଫରମାନ୍ସ ସଂପୂର୍ଣ୍ଣ ହେଲା, ସେତେବେଳେ ଏମଏସ ଧୋନି (MS Dhoni) ମଞ୍ଚରେ ପହଞ୍ଚିବା ମାତ୍ରେ ପ୍ରସିଦ୍ଧ ଗାୟକ ଅରିଜିତ ସିଂ ମାହିଙ୍କ ପାଦ ଛୁଇଁ ଜୁହାର ହୋଇଥିଲେ । ଏହି ମୁହୂର୍ତ୍ତର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଜୋରଦାର ଭାଇରାଲ ହେବାରେ ଲାଗିଛି ।



ସୋସିଆଲ ମିଡିଆରେ ଛାଇଯାଇଥିଲେ ଅରିଜିତ ସିଂ
ସୋସିଆଲ ମିଡିଆରେ ଅରିଜିତ ସିଂଙ୍କ MS ଧୋନିଙ୍କୁ ପାଦ ଛୁଇଁଥିବା ଭିଡିଓକୁ ୟୁଜର୍ସ ମାନେ ବହୁତ ପସନ୍ଦ କରୁଛନ୍ତି । ଅନେକ ଲୋକ ଏହାକୁ ଭାରତୀୟ ସଂସ୍କୃତି ସହିତ ଜଡିତ ଥିବା ମଧ୍ୟ ଦେଖୁଛନ୍ତି । ଏହି ଘଟଣା ପରେ ସୋସିଆଲ ମିଡିଆରେ ଗାୟକ ଅରିଜିତ ସିଂଙ୍କୁ ବହୁତ ପ୍ରଶଂସା କରାଯାଉଥିବାବେଳେ, ଧୋନି ନିଜେ ଅରିଜିତ ସିଂଙ୍କୁ ଆଲିଙ୍ଗନ କରୁଥିବା ନଜର ଆସୁଛନ୍ତି ।



ଗୁଜରାଟ ଜିତିଥିଲା ପ୍ରଥମ ମ୍ୟାଚ୍ 
ଗ୍ରାଣ୍ଡ୍ ଉଦଘାଟନୀ ସମାରୋହ ପରେ ଗୁଜୁରାଟ ଟାଇମ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଏହି ସିଜିନର ପ୍ରଥମ ମ୍ୟାଚ୍ ଖେଳାଯାଇଥିଲା । ଯେଉଁଥିରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ CSK କୁ ୫ ୱିକେଟ୍ ରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା ​। ପ୍ରଥମେ ବ୍ୟାଟିଂ କରି ସିଏସକେ ନିର୍ଦ୍ଧାରିତ ୨୦ ଓଭରରେ ୧୭୯ ରନ୍ ସଂଗ୍ରହ କରିଥିଲା, ଏହାର ଜବାବରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ କରୁଥିବା ଗୁଜୁରାଟ ଟିମ୍ ୧୯.୨ ଓଭରରେ ୧୮୨ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା ।


ଏହି ମ୍ୟାଚରେ ଗୁଜୁରାଟ ଟାଇଟାନ୍ସର ଅଧିନାୟକ (Gujarat Titans Captain) ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟସ୍ ଜିତି ଚେନ୍ନାଇ (Chennai Super Kings) କୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଚେନ୍ନାଇ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୮ ରନ୍ ସଂଗ୍ରହ କରିଥିଲା । CSK ର ଏହି ଇନିଂସରେ ଋତୁରାଜ ଗାଇକୱାଡ (Rituraj Gaikwad) ୫୦ ବଲରେ ସର୍ବାଧିକ ୯୨ ରନ୍ ସଂଗ୍ରହ କରିଥିଲେ । ଏହା ପରେ ଗୁଜୁରାଟ ଟାଇଟାନ୍ସ ୧୯.୨ ଓଭରରେ ୫ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଛି । ଗୁଜୁରାଟ ଟାଇଟାନ୍ସ ପାଇଁ ଓପନର୍ ଶୁଭମାନ ଗିଲ (Shubman Gill) ୩୬ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ ।


ଏହା ବି ପଢ଼ନ୍ତୁ: IPL 2023: ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ CSK ର ପରାଜୟର ୫ଟି ବଡ଼ କାରଣ, ଜାଣନ୍ତୁ...