Kamran Akmal Retirement: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ (India vs Australia Test Series) ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଜଣେ ଡ୍ୟାସିଂ କ୍ରିକେଟର ହଠାତ୍ ଅବସର ଘୋଷଣା କରି ହଇଚଇ ସୃଷ୍ଟି କରିଛନ୍ତି । ଏହି ଷ୍ଟାର କ୍ରିକେଟର ହଠାତ୍ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇ ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି । ଏହି କ୍ରିକେଟରଙ୍କ ଅବସର ନେଇଥିବା ଖବର କ୍ରିକେଟ୍ ପ୍ରଶଂସକଙ୍କୁ ନିରାଶ କରିଛି । ଆଜି (ଗୁରୁବାର) ଅର୍ଥାତ ଫେବୃଆରୀ ୯ରୁ ନାଗପୁରରେ ଆରମ୍ଭ ହୋଇଥିବା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପୂର୍ବରୁ ପାକିସ୍ତାନର ପୂର୍ବତନ ବିସ୍ଫୋରକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମ୍ରାନ୍ ଆକମଲ (Kamran Akmal) ହଠାତ୍ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

୪୧ ବର୍ଷୀୟ ପୂର୍ବତନ ବିସ୍ଫୋରକ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମ୍ରାନ୍ ଆକମଲ (Kamran Akmal) ପାକିସ୍ତାନ ପାଇଁ ୫୩ଟି ଟେଷ୍ଟ, ୧୫୭ଟି ODI ଏବଂ ୫୮ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । କାମ୍ରାନ ଆକମଲ ପାକିସ୍ତାନ ପାଇଁ ୫୩ଟି ଟେଷ୍ଟରେ ୬ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ସହାୟତାରେ ୨୬୪୮ ରନ୍ ସଂଗ୍ରହ କରିଛନ୍ତି । ସେିପରି କାମ୍ରାନ ଆକମଲ ୧୫୭ଟି ଦିନିକିଆ ମ୍ୟାଚରେ ୫ଟି ଶତକ ଓ ୧୦ ଅର୍ଦ୍ଧଶତକ ସହାୟତାରେ ୩୨୩୬ ରନ୍ ସଂଗ୍ରହ କରିଛନ୍ତି । ପାକିସ୍ତାନ ପାଇଁ କାମ୍ରାନ୍ ଆକମଲ ୫୮ଟି ଟି-20 ମ୍ୟାଚରେ ୫ଟି ଅର୍ଦ୍ଧଶତକୀୟ ଇନିଂସ ସହାୟତାରେ ୯୮୭ ରନ୍ କରିଥିଲେ । ଟେଷ୍ଟରେ ପାକିସ୍ତାନ ପାଇଁ ୱିକେଟ୍ ପଛରେ କାମ୍ରାନ୍ ଆକମଲ ୨୦୬, ODI ରେ ୧୮୮ ଏବଂ ଟି-20 ଅନ୍ତର୍ଜାତୀୟରେ ୬୦ଟି ଶିକାର କରିଛନ୍ତି ।


ଅଧିକ ପଢ଼ନ୍ତୁ:-କିଏ ସେ ସ୍ମୃତି ଇରାନୀଙ୍କ ଜ୍ବାଇଁ, ଯାହାଙ୍କ ସହ ହେଉଛି ତାଙ୍କ ଝିଅଙ୍କ ବାହାଘର


ଏଠାରେ କହି ରଖୁଛୁ ଯେ, ୨୦୧୦ ଏସିଆ କପ୍ ସମୟରେ ଗୌତମ ଗମ୍ଭୀର ବ୍ୟାଟିଂ କରୁଥିବା ବେଳେ ତାଙ୍କ ବିରୋଧରେ ଅନାବଶ୍ୟକ ଆବେଦନ କରି ପାକିସ୍ତାନୀ ୱିକେଟ୍ କିପର କାମ୍ରାନ୍ ଆକମଲ (Kamran Akmal) ତାଙ୍କୁ ହଇରାଣ କରୁଥିଲେ । ତା’ପରେ ଗୌତମ ଗମ୍ଭୀର ଓ ଅକମଲଙ୍କ ମଧ୍ୟରେ ଅନେକ ବିତର୍କ ହୋଇଥିଲା । ଶେଷରେ ଅଧିନାୟକ ଏମଏସ ଧୋନିଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଥିଲା । ଜାତୀୟ ଚୟନ କମିଟିରେ ଅନ୍ତର୍ଭୁକ୍ତ ହେବା ପରେ ପାକିସ୍ତାନର ପୂର୍ବତନ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କାମ୍ରାନ୍ ଆକମଲ ମଙ୍ଗଳବାର ଦିନ ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । 


ପାକିସ୍ତାନୀ ୱିକେଟ୍ କିପର କାମ୍ରାନ୍ ଆକମଲ (Kamran Akmal)  ଗଣମାଧ୍ୟମକୁ କହିଛନ୍ତି ଯେ, ସେ କୋଚିଂକୁ ଏକ ପେଶା ଭାବରେ ଗ୍ରହଣ କରିଛନ୍ତି । ତେଣୁ ସେ ତୁରନ୍ତ ପ୍ରଭାବରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । କାମ୍ରାନ୍ ଅକମଲ କହିଛନ୍ତି ଯେ, "ମୁଁ ଭାବୁନାହିଁ ଯେ ଆପଣ ଥରେ କୋଚିଂକୁ ଯିବା କିମ୍ବା ଜାତୀୟ ଚୟନକର୍ତ୍ତା ହେବା ପରେ ଆପଣ ଖେଳିବା ଉପରେ ଧ୍ୟାନ ଦେଇ ପାରିବେ ।"