KKR vs RR IPL 2023: ରାଜସ୍ଥାନ ରୟାଲ୍ସ ଏକପାଖିଆ ଭାବେ କୋଲକାତା ନାଇଟ୍ ରାଇଡର୍ସକୁ ୯ ୱିକେଟରେ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିବାକୁ ଯାଇ କୋଲକାତା ନିର୍ଦ୍ଧାରିତ ୨୦ ଓଭର ୮ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ରାଜସ୍ଥାନ ୧୩.୧ ଓଭରରେ ଏହି ଲକ୍ଷ୍ୟ ହାସଲ କରି ନେଇଥିଲା । ଯଶସ୍ୱି ୪୭ ବଲରେ ଅପରାଜିତ ୯୮ ରନର ଏକ ତୂଫାନୀ ଇନିଂସ ଖେଳିଥିଲେ । ସେ ୧୩ ଚୌକା ଓ ୫ ଛକା ମାରିଥିଲେ । ୪୮ ରନ୍ ସ୍କୋର କରିବା ସହ ସଞ୍ଜୁ ସାମସନ୍ ଅପରାଜିତ ରହିଥିଲେ । ସେ ୫ଟି ଛକା ଓ ୨ଟି ଚୌକା ମାରିଥିଲେ ।


COMMERCIAL BREAK
SCROLL TO CONTINUE READING

ଦଳ ପାଇଁ ୟୁଜଭେନ୍ଦ୍ର ଚହଲ ସାଂଘାତିକ ବୋଲିଂ କରୁଥିବା ବେଳେ ୪ ୱିକେଟ୍ ନେଇଥିଲେ । କୋଲକାତା ପାଇଁ ଭେଙ୍କଟେଶ ଆୟର୍ ସର୍ବାଧିକ ୫୭ ରନ୍ ସଂଗ୍ରହ କରିଥିଲେ । କୋଲକାତା ଦଳର କୌଣସି ବୋଲର ମଧ୍ୟ ରାଜସ୍ଥାନ ରୟାଲ୍ସର ଗୋଟିଏ ୱିକେଟ୍ ନେଇପାରି ନଥିଲେ । ରାଜସ୍ଥାନର ଏକମାତ୍ର ୱିକେଟ୍ ରନ୍ ଆଉଟ୍ ହେବା କାରଣରୁ ପଡିଥିଲା ।



୧୫୦ ରନର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ଏକ ଭଲ ଆରମ୍ଭରେ କରିଥିଲା । ଓପନର୍ ଯଶସ୍ୱୀ ଜୌସୱାଲ ପଡିଆରେ ପହଞ୍ଚିବା ମାତ୍ରେ ଚୌକା ଓ ଛକା ବର୍ଷା କରିଥିଲେ । ନୀତୀଶ ରାଣାଙ୍କ ପ୍ରଥମ ଓଭରରେ ଯଶସ୍ୱୀ ମୋଟ ୨୬ ରନ୍ ସ୍କୋର କରିଥିଲେ । ପ୍ରଥମ ଓଭରରେ ଜୌସୱାଲ ୨ଟି ଛକା ଓ ୩ ଚୌକା ମାରିଥିଲେ । ରାଜସ୍ଥାନର ପ୍ରଥମ ୱିକେଟ୍ ଦ୍ୱିତୀୟ ଓଭରର ଚତୁର୍ଥ ବଲରେ ପଡ଼ିଥିଲା । ଖାତା ନ ଖୋଲି ଜୋସ୍ ବଟଲର୍ ରନ୍ ଆଉଟ୍ ହୋଇଥିଲେ । ତେବେ ଯଶସ୍ୱୀ ଅନ୍ୟ ପ୍ରାନ୍ତରୁ ଦ୍ରୁତ ବ୍ୟାଟିଂ ଜାରି ରଖିଥିଲେ । ସେ ୧୩ ଟି ବଲରେ ନିଜର ପଚାଶ ପୂରଣ କରିଥିଲେ । ଆଇପିଏଲ୍ ଇତିହାସରେ ଏହା ହେଉଛି ଦ୍ରୁତତମ ଅର୍ଦ୍ଧ ଶତକ । ସେ କେ.ଏଲ୍ ରାହୁଲଙ୍କ ରେକର୍ଡ ଭାଙ୍ଗିଛନ୍ତି । ସଞ୍ଜୁ ଓ ଜୌସୱାଲଙ୍କ ମଧ୍ୟରେ ୧୨୧ ରନର ଅପରାଜିତ ପାର୍ଟନରସିପ୍ କରିଥିଲେ । ଜୌସୱାଲ ୯୮ ରନରେ ଅପରାଜିତ ଥିବାବେଳେ ସଞ୍ଜୁ  ଅପରାଜିତ ୪୮ ରନ ସ୍କୋର କରିଥିଲେ ।


ଏହାପୂର୍ବରୁ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତାର ଆରମ୍ଭ ବିଶେଷ ଭଲ ନଥିଲା । ତୃତୀୟ ଓଭରର ଦ୍ୱିତୀୟ ବଲରେ ଓପନର୍ ଜେସନ୍ ରୟ ୮ ବଲରୁ ୧୦ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇଥିଲେ । ବୋଲ୍ଟ ତାଙ୍କୁ ହେଟମିୟରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ କରାଇ ଥିଲେ । କେକେଆରର ଦ୍ୱିତୀୟ ୱିକେଟ୍ ୫ମ ଓଭରର ପ୍ରଥମ ବଲରେ ପଡିଥିଲା । ବୋଲ୍ଟ ରହମାନୁଲ୍ଲା ଗୁରୁବାଜଙ୍କୁ ଆଉଟ୍ କରି ପାଭିଲିୟନକୁ ପଠାଇଲେ । ଗୁରୁବାଜ ୧୨ଟି ବଲରେ ୧୮ ରନ୍ ସଂଗ୍ରହ କରିଥିଲେ । କୋଲକାତାର ତୃତୀୟ ୱିକେଟ୍ ଏକାଦଶ ଓଭରରେ ପଡିଥିଲା । ଚାହଲଙ୍କ ବଲକୁ ଖେଳିବାକୁ ଯାଇ ରାଣା ହେଟମିୟର ହାତରେ କ୍ୟାଚ ହୋଇଥିଲେ । ରାଣା ୧୭ ବଲରୁ ୨୨ ରନ୍ ସଂଗ୍ରହ କରିଥିଲେ ।


କୋଲକାତାର ଚତୁର୍ଥ ୱିକେଟ୍ ୧୪ ତମ ଓଭରର ତୃତୀୟ ବଲରେ ପଡ଼ିଥିଲା । ରସେଲ ୧୦ ବଲରେ ୧୦ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ । ଅସୀଫ ତାଙ୍କୁ ଅଶ୍ୱିନଙ୍କ ଦ୍ୱାରା କ୍ୟାଚ୍ କରାଇ ଥିଲେ । ଭେଙ୍କଟେଶ ଆୟର ୧୭ ଓଭରର ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ସେ ୪୨ ବଲରେ ୫୭ ରନ୍ ସଂଗ୍ରହ କରିଥିଲେ । ଚହଲ ରାଜସ୍ଥାନକୁ ୫ମ ସଫଳତା ଦେଇଥିଲେ । ସମାନ ଓଭରର ଚତୁର୍ଥ ବଲରେ ଚାହଲ ଶାର୍ଦ୍ଦୁଲଙ୍କୁ ଆଉଟ୍ କରିଥିଲେ । ଉନବିଂଶ ଓଭରରେ ରିଙ୍କୁ ସିଂ ଆଉଟ୍ ହୋଇଥିଲେ । ସେ ୧୮ ଟି ବଲରେ ୧୬ ରନ୍ ସଂଗ୍ରହ କରିଥିଲେ । ସନ୍ଦୀପ ଶର୍ମା ଶେଷ ବଲରେ ନରେନଙ୍କ ୱିକେଟ୍ ନେଇଥିଲେ । ନରେନ ୫ ଟି ବଲରେ ୬ ରନ୍ କରିଥିଲେ । ଚହଲ ରାଜସ୍ଥାନ ତରଫରୁ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ତାଙ୍କ ବ୍ୟତୀତ ବୋଲ୍ଟ ୨ଟି ଓ ସନ୍ଦୀପ-ଆସିଫଙ୍କୁ ଗୋଟିଏ ଲେଖାଁଏ ସଫଳତା ମିଳିଥିଲା ।


ଏହା ବି ପଢ଼ନ୍ତୁ: IPL 2023: ୟୁଜବେନ୍ଦ୍ର ଚହଲ ରଚିଲେ ଇତିହାସ, ବ୍ରାଭୋଙ୍କ ରେକର୍ଡ ଭାଙ୍ଗି ଆଇପିଏଲର ହେଲେ ନମ୍ବର -1 ବୋଲର