Ms Dhoni Farm House: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ରାଞ୍ଚିର ରାଜକୁମାର ମହେନ୍ଦ୍ର ସିଂ (Mahendra Singh Dhoni ) ଧୋନିଙ୍କର ଅନେକ ଫାର୍ମ ହାଉସ ରହିଛି । ଯେଉଁଥିରେ ଫଳ ଓ ପରିବା ଚାଷ କରିବା ସହିତ ସେ କଡ଼କନାଥ କୁକୁଡା ପାଳନ କରିଛନ୍ତି । ତେବେ ବର୍ତ୍ତମାନ ଧୋନୀ ପାଳନ କରିଥିବା କଡ଼କନାଥ କୁକୁଡା ବିକ୍ରି ପାଇଁ ପ୍ରସ୍ତୁତ । ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ,ଗତ ଏପ୍ରିଲ ମାସ ଶେଷ ଭାଗରେ ଧୋନି ମଧ୍ୟପ୍ରଦେଶର ଝାବୁଆରୁ ଦୁଇ ହଜାର କୁକୁଡ଼ା ଚିଆଁ ଅର୍ଡର କରିଥିଲେ । ଏହି କୁକୁଡ଼ା ଚିଆଁ ମାନଙ୍କୁ ରଖିବା ପାଇଁ ନିଜ ଫାର୍ମ ହାଉସରେ ଏକ କୁକୁଡା ଫାର୍ମ ମଧ୍ୟ ନିର୍ମାଣ କରିଥିଲେ । ଯେଉଁଠାରେ ଏହି କୁକୁଡ଼ାମାନଙ୍କୁ ରଖାଯାଇଛି, ସେଗୁଡ଼ିକ କଡ଼କନାଥ “ଶୁଦ୍ଧ ଲାଇନ” ପ୍ରଜାତିର କୁକୁଡା ବୋଲି ଜଣାପଡି଼ଛି । 


COMMERCIAL BREAK
SCROLL TO CONTINUE READING

ଏହି ପ୍ରଜାତି କୁକୁଡାର ମାଂସ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ହେବା ସହିତ ଏହାର ସମ୍ପୂର୍ଣ୍ଣ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ରହିବ। ତେବେ ଏଥର ଧୋନିଙ୍କ କଡ଼କନାଥ କୁକୁଡା  ବଜାରରେ ସିଧାସଳଖ ବିକ୍ରି ହେବ ନାହିଁ ବରଂ ଫାର୍ମ ହାଉସ୍ ମାଧ୍ୟମରେ ବିକ୍ରି ହେବ ବୋଲି ସୁଚନା ମିଳିଛି । ଯେଉଁଥିପାଇଁ, ଖୁଚୁରା ବ୍ୟବସାୟୀ ତଥା କଡ଼କନାଥର ମାଂସକୁ ପସନ୍ଦ କରୁଥିବା ଗ୍ରାହକ ମାନଙ୍କୁ ଧୋନିଙ୍କ କଡ଼କନାଥ କିଣିବାପାଇଁ  ସିଧାସଳଖ ଫାର୍ମ ହାଉସରେ ପହଞ୍ଚିବାକୁ ପଡିବ । ବର୍ତ୍ତମାନ ଏହି କୁକୁଡ଼ାମାନଙ୍କର ଓଜନ ୮୦୦ ଗ୍ରାମରୁ ୧ କିଲୋଗ୍ରାମ ମଧ୍ୟରେ ରହିଛି । ତେଣୁ ବର୍ତ୍ତମାନ ଏହି କୁକୁଡ଼ାମାନଙ୍କୁ ବଜାରରେ ବିକ୍ରି କରିବାକୁ ପ୍ରସ୍ତୁତି ଚାଲିଛି । ଏହା ବ୍ୟତୀତ ବଜାରରେ କଡ଼କନାଥ  କୁକୁଡ଼ାର ଅଣ୍ଡା ମଧ୍ୟ ବିକ୍ରି ହୋଇପାରିବ। ଗତଥର କଡ଼କନାଥ କେବଳ ପନିପରିବା ଆଉଟଲେଟରେ ବିକ୍ରି ହୋଇଥିଲା । କିନ୍ତୁ ଏଥର କଡ଼କନାଥ ବିକ୍ରୟ ସିଧାସଳଖ ଫାର୍ମ ହାଉସରୁ କରାଯିବ ।



ଏହା ଅନ୍ୟ ଚିକେନ୍ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର । ଏଥିରେ ପ୍ରଚୁର ପ୍ରୋଟିନ୍ ଥାଏ । ଏହାର ହାଡ ଏବଂ ମାଂସର ରଙ୍ଗ ମଧ୍ୟ ଅଲଗା ପ୍ରକାରର ଅଟେ। କଡ଼କନାଥ ଏହାର ଖାପଖୁଆଇବା କ୍ଷମତା ଏବଂ ଏହାର ଧୂସର-କଳା ମାଂସ ପାଇଁ ବେଶ ଲୋକପ୍ରିୟ, ଯାହା ଶକ୍ତି ପ୍ରଦାନ କରୁଥିବା ମନାଯାଏ । ଏହାର ରଙ୍ଗ ମେଲାନିନ କାରଣରୁ ଏପରି ହୋଇଥାଏ । ଏହି ପ୍ରଜାତି ମଧ୍ୟପ୍ରଦେଶର ଜାବୁଆ ଜିଲ୍ଲାର କାଟିୱାର ଆଲିରାଜପୁର ଜଙ୍ଗଲ(Kathiwar Alirajapur jungles)ରୁ ଉତ୍ପନ୍ନ ବୋଲି ବିବେଚନା କରାଯାଏ । ଏଥିରେ ଭିଟାମିନ୍ ବି-୧(B1),ବି-୨(B2),ବି-୬(B6),ବି-୧୨(B12),ସି(C),ଇ(E)ଏବଂ ନିୟାସିନ୍(niacin), କ୍ୟାଲସିୟମ୍(calcium), ଫସଫରସ୍(phosphorus) ଏବଂ ଲୌହ(iron)ଭରପୂର ମାତ୍ରାରେ ରହିଥାଏ । ଏହା ସହିତ ଏହା  କମ୍ ଚର୍ବିଯୁକ୍ତ ।  


ଅନ୍ୟ କୁକୁଡ଼ା ପ୍ରଜାତିରେ ପ୍ରାୟ ୨୫% ଚର୍ବି ଥିବାବେଳେ ଏଥିରେ ମାତ୍ର ୦.୭୩-୧.୦୩ % ରହିଥାଏ । କଡ଼କନାଥର ମାଂସରେ ୧୮ ପ୍ରକାରର ଆମିନୋ ଏସିଡ୍(amino acids)ଥାଏ, ସେଥିମଧ୍ୟରୁ ଆଠଟି ମାନବ ଶରୀର ପାଇଁ ଅତ୍ୟନ୍ତ ଜରୁରୀ । ଏହା ଏକ ଭାରତୀୟ ପ୍ରଜାତିର ଚିକେନ୍, ଯାହା ସମ୍ପୂର୍ଣ୍ଣ ରୂପେ କଳା ଏବଂ ମଧ୍ୟପ୍ରଦେଶର ସ୍ୱଦେଶୀ । କଡ଼କନାଥ ଅଣ୍ଡା ମଧ୍ୟ ଏକ ବିରଳ ପ୍ରକାରର ଅଣ୍ଡା, ଯାହା ସାଧାରଣ  ଅଣ୍ଡା ତୁଳନାରେ ପ୍ରୋଟିନରେ ଭରପୁର ଏବଂ ଏଥିରେ ଅଧିକ ପୋଷକ ତତ୍ତ୍ୱ ରହିଛି । ୧୦୦ ଗ୍ରାମ ର ଅଣ୍ଡାରେ ୧୧.୬୭ % ପ୍ରୋଟିନ୍ ଏବଂ ୧୭୪୫ କିଲୋ କ୍ୟାଲୋରୀ(Kcal) ରହିଥାଏ । ଏହାର ଲୌହ ପଦାର୍ଥ ହେତୁ ଏହାର ରକ୍ତ ମଧ୍ୟ କଳା ରଙ୍ଗର ହୋଇଥାଏ । ଏହା 'ପ୍ରାଇଡ୍ ଅଫ୍ ଝାବୁଆ'('Pride of Jhabua') ଏବଂ 'ବ୍ଲାକ୍ ସୁନା'('Black Gold') ନାମରେ ମଧ୍ୟ ଜଣାଶୁଣା । ଏହି ଚିକେନ୍ କିସମର ଉଭୟ ମାଂସ ଏବଂ ଅଣ୍ଡା ପ୍ରୋଟିନ୍ (ମାଂସରେ ୨୫.୪୭7%) ଏବଂ ଲୌହର ସମୃଦ୍ଧ ଉତ୍ସ ।


ତେବେ ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂ ଧୋନି ରାଞ୍ଚି ନିକଟ ଇଜା ଫାର୍ମରେ କଡ଼କନାଥ କୁକୁଡ଼ା ପାଳିବା ଆରମ୍ଭ କରିଛନ୍ତି । ଯାହା ସେ ବର୍ତ୍ତମାନ ରାଞ୍ଚି ବଜାରରେ ବିକ୍ରି କରୁଛନ୍ତି । ଏହା ଅତ୍ୟନ୍ତ ମହଙ୍ଗା ଏବଂ ପ୍ରୋଟିନ୍ ଯୁକ୍ତ ଚିକେନ୍ । ଚିକେନ୍ ର ଏଭଳି ପ୍ରଜାତି ଦେଶର ଅଳ୍ପ ସ୍ଥାନରେ ଚାଷ କରାଯାଇଥାଏ । ତେବେ ବର୍ତ୍ତମାନ କଡ଼କନାଥର ଜିଆଇ ଟ୍ୟାଗ୍ ମଧ୍ୟପ୍ରଦେଶ ସରକାରଙ୍କର ଅଛି । ପ୍ରାୟ ୩ ବର୍ଷ ପୂର୍ବେ ରାଜ୍ୟ ସରକାର ଏହାର ଜିଆଇ ଟ୍ୟାଗ୍ ପାଇଥିଲେ ।  ଅନ୍ୟପଟେ ମୌସୁମୀ ମାସରେ ମହେନ୍ଦ୍ର ସିଂ ଧୋନିଙ୍କ ଫାର୍ମ ହାଉସରେ ପନିପରିବା ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି । ଏଥର ଟମାଟୋ, ଭେଣ୍ଡି, ଫ୍ରେଞ୍ଚ ବିନ୍ ଏବଂ ବାଇଗଣ ରାଞ୍ଚିର ସାମ୍ବୋରେ ଅବସ୍ଥିତ ଫାର୍ମ ହାଉସରେ ଚାଷ କରାଯାଇଛି । ଏଥର ଉନ୍ନତମାନର ବିଭିନ୍ନ ପ୍ରକାରର ଟମାଟୋ ଫାର୍ମ ହାଉସରେ ଲଗାଯାଇଛି । ସେଥିରେ ଗୋଟିଏ ଟମାଟୋ ଗଛରୁ ୩ ରୁ ୪ କିଲୋ ଟମାଟୋ ଉତ୍ପାଦନ କରାଯାଉଛି । ଏହି ଫାର୍ମ ହାଉସ୍ ରୁ ଉତ୍ପାଦିତ ପନିପରିବାଗୁଡିକ ସିଧାସଳଖ ବଜାରକୁ  ପଠାଯାଉଛି ।