National Sports Day 2022: ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ ଭାରତ ଜାତୀୟ କ୍ରୀଡା ଦିବସ ପାଳନ କରେ। ହକି ଯାଦୁଗର ମେଜର ଧ୍ୟାନଚାନ୍ଦ ବିଶ୍ୱର କ୍ରୀଡାବିତ୍ ଏବଂ କ୍ରୀଡ଼ାପ୍ରେମୀଙ୍କ ପାଇଁ ପ୍ରେରଣା ଅଟନ୍ତି। ଦିନେ ହକିରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ବିଶ୍ବସ୍ତରରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଥିଲେ। ହକି ଜଗତରେ ଧ୍ୟାନ ଚାନ୍ଦ ନିଜର ସ୍ବତନ୍ତ୍ର ପରିଚୟ ପ୍ରତିଷ୍ଠା କରିପାରିଥିଲେ। କ୍ରୀଡା କ୍ଷେତ୍ରରେ ତାଙ୍କ ଦକ୍ଷତା ଓ ସଫଳତା ପାଇଁ ତାଙ୍କୁ ହକିର ଯାଦୁଗର କୁହାଯାଏ। ଆଉ ସେହି ହକି ଯାଦୁଗର ମେଜର ଧ୍ୟାନ ଚାନ୍ଦଙ୍କ ସ୍ମୃତିରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି। 


COMMERCIAL BREAK
SCROLL TO CONTINUE READING

ହକି ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀକୁ ପ୍ରତିବର୍ଷ 'ଜାତୀୟ କ୍ରୀଡା ଦିବସ' ଭାବେ ପାଳନ କରାଯାଏ। ଖେଳ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ଥିଲା। ହକିକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇ ଦେଶ ପାଇଁ ଏହି ମହାନ୍ ଖେଳାଳି ଗୌରବ ଆଣିଥିଲେ। ଆଜି ତାଙ୍କର ୧୧୭ତମ ଜୟନ୍ତୀ। ଧ୍ୟାନ ଚାନ୍ଦଙ୍କ ନେତୃତ୍ବରେ ଭାରତ ୧୦୨୮, ୧୯୩୪ ଓ ୧୯୩୬ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଥିଲା। ମେଜର ଧ୍ୟାନ ଚାନ୍ଦଙ୍କୁ ୧୯୬୫ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ୧୯୦୫ ମସିହାରେ ଧ୍ୟାନ ଚାନ୍ଦ ଜନ୍ମ ଗ୍ରହଣ କରିଥିଲେ। ୩ ଡିସେମ୍ବର ୧୯୭୯ ମସିହାରେ ଦିଲ୍ଲୀ ଏମ୍ସରେ ତାଙ୍କର ଦେହାନ୍ତ ହୋଇଥିଲା। 


Also Read: ଇତିହାସ ରଚିଲେ ରୋହିତ ଶର୍ମା, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ


ମଣିଷ ଜୀବନରେ ଖେଳର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାତୀୟ କ୍ରୀଡ଼ା ଦିବସ ପଳନ କରାଯାଏ। ଫିଟ୍ ଏବଂ ସୁସ୍ଥ ରହିବାର ଆବଶ୍ୟକତା ଉପରେ ଜୋର ଦେଇ ଜାତୀୟ କ୍ରୀଡା ଦିବସରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କ୍ରୀଡା ତଥା ଦୈନନ୍ଦିନ କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରିଥାଏ। ମଣିଷର ଶାରୀରିକ ଏବଂ ମାନସିକ ବିକାଶ ପାଇଁ କ୍ରୀଡା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ବିବେଚନା କରାଯାଏ। ଜାତୀୟ କ୍ରୀଡା ଦିବସରେ ଖେଳ ଜଗତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯାଇଥାଏ। 


ଏହିଦିନ ରାଷ୍ଟ୍ରପତି ଖେଳରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଏବଂ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଜାତୀୟ କ୍ରୀଡା ପୁରସ୍କାର ଆବେଦନ ତାରିଖକୁ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ ଶନିବାର ଏନେଇ କେନ୍ଦ୍ର କୀଡା ମନ୍ତ୍ରାଳୟ ସୂଚନା ଦେଇଛି। ଏଥର କେବଳ ଅନଲାଇନ ମୋଡରେ ଆବେଦନ ହେଉଛି। କ୍ରୀଡାବିତମାନେ ନିଜେ କିମ୍ବା ସରକାରଙ୍କ ଅନୁମୋଦିତ ସଂସ୍ଥା ନାମ ସୁପାରିସ କରିପାରିବେ। ସେପ୍ଟେମ୍ବର ୨୦ ତାରିଖ ରାତି ୧୧ଟା ୫୯ ମିନିଟ ପରେ ଆବେଦନ କରାଯାଇଥିବା ଆବେଦନକୁ ବିଚାରକୁ ନିଆଯିବ ନାହିଁ ବୋଲି କ୍ରିଡା ମନ୍ତ୍ରାଳୟ କହିଛି।


Also Read: ଭୁବନେଶ୍ୱର କୁମାର ରଚିଲେ ଇତିହାସ, ପାକିସ୍ତାନ ବିପକ୍ଷରେ ଏପରି କରିଥିବା ପ୍ରଥମ ଭାରତୀୟ ବୋଲର


ସେପଟେ ମେଜର ଧ୍ୟାନ ଚାନ୍ଦଙ୍କୁ ଭାରତ ରତ୍ନ ପ୍ରଦାନ ଦାବିରେ ପୁଣି ଥରେ କ୍ୟାମ୍ପେନ ଆରମ୍ଭ ହୋଇଯାଇଛି। ସୋସିଆଲ ମିଡିଆରେ BharatratnaForMajor Dhyan Chand ଟ୍ରେଣ୍ଡ କରୁଛି। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟ ବୁଲାକା କଳାରେ ଜାତୀୟ କ୍ରୀଡା ଦିବସର ଶୁଭେଚ୍ଛା ଜଣାଇବା ସହ ହକି ଯାଦୁଗରଙ୍କୁ ଭାରତ ରତ୍ନ ଦାବି କରିଛନ୍ତି। କେବଳ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ନୁହନ୍ତି, ଦେଶର ଅନେକ ବିଶିଷ୍ଟ କ୍ରୀଡାବିତ ମଧ୍ୟ ସମାନ ଦାବି କରିଛନ୍ତି। ମେଜର ଧ୍ୟାନ ଚାନ୍ଦ ଭାରତ ପାଇଁ ୨୨ ବର୍ଷ (୧୯୨୬-୧୯୪୮) ପର୍ଯ୍ୟନ୍ତ ହକି ଖେଳିଥିଲେ। ଏହି ସମୟ ମଧ୍ୟରେ ସେ ୪୦୦ରୁ ଊର୍ଦ୍ଧ୍ୱ ଗୋଲ କରିଛନ୍ତି। ତାଙ୍କ ସମୟରେ ଭାରତ ତିନୋଟି ଅଲମ୍ପିକ ଗୋଲ୍ଡ ମେଡାଲ ଜିତିଛି।