ଭୁବନେଶ୍ୱର କୁମାର ରଚିଲେ ଇତିହାସ, ପାକିସ୍ତାନ ବିପକ୍ଷରେ ଏପରି କରିଥିବା ପ୍ରଥମ ଭାରତୀୟ ବୋଲର
Advertisement
Article Detail0/zeeodisha/odisha1324639

ଭୁବନେଶ୍ୱର କୁମାର ରଚିଲେ ଇତିହାସ, ପାକିସ୍ତାନ ବିପକ୍ଷରେ ଏପରି କରିଥିବା ପ୍ରଥମ ଭାରତୀୟ ବୋଲର

 IND vs PAK Asia Cup 2022: ଭାରତର ଅଭିଜ୍ଞ ସୁଇଙ୍ଗ ବୋଲର ଭୂବନେଶ୍ୱର କୁମାର (Bhuvneshwar Kumar) ତାଙ୍କ ବୋଲିଂ ମାଧ୍ୟମରେ ପାକିସ୍ତାନର ବ୍ୟାଟ୍ସମ୍ୟାନଙ୍କ ଖେଳ ବିଗାଡ଼ି ଦେଇଥିଲେ । ସେ ପାକିସ୍ତାନର ଚାରି ଖେଳାଳିଙ୍କ ୱିକେଟ୍ ନେଇଥିଲେ । ସେ ପାକିସ୍ତାନ ଅଧିନାୟକ ବାବର ଆଜମ, ଆସିଫ ଅଲି, ଶାଦବ ଖାନ ଏବଂ ନାସିମ ଶାହାଙ୍କୁ ପାଭିଲିୟନକୁ ପଠାଇଥିଲେ । 

ଭୁବନେଶ୍ୱର କୁମାର ରଚିଲେ ଇତିହାସ, ପାକିସ୍ତାନ ବିପକ୍ଷରେ ଏପରି କରିଥିବା ପ୍ରଥମ ଭାରତୀୟ ବୋଲର

ନୂଆଦିଲ୍ଲୀ: IND vs PAK Asia Cup 2022: ଏସିଆ କପ (Asia Cup) ରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ (India vs Pakistan Match) ଦୁବାଇ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଛି । ଏହି ମ୍ୟାଚ୍‌ରେ ଭାରତର ବୋଲରମାନେ (Indian Bowlers) ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନ ଦଳ (Pakistan Team) କୁ ୧୪୭ ରନରେ ଅଲଆଉଟ୍ କରିଥିଲେ । ଭାରତ ପାଇଁ ସ୍ୱିଙ୍ଗ୍ କିଙ୍ଗ୍ ଭୁବନେଶ୍ୱର କୁମାର (Bhuvneshwar Kumar) ୪ଟି ୱିକେଟ୍ ନେଇଥିଲେ । ଭୁବନେଶ୍ୱର କୁମାର ପାକିସ୍ତାନ ଖେଳାଳି ବାବର ଆଜମ (Babar Azam), ଆସିଫ ଅଲି (Asif Ali), ଶାଦବ ଖାନ (Shadab Khan), ନାସିମ ଶାହା (Naseem Shah) ଙ୍କୁ ଆଉଟ କରିଥିଲେ । ଏଠାରେ କହି ରଖୁଛୁ ଯେ,  ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟା  (Hardik Pandya) ଓ ଭୁବନେଶ୍ୱର କୁମାର  (Bhuvneshwar Kumar) ଭାରତ ପାଇଁ ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଭାରତୀୟ ଦଳକୁ ବିଜୟ ପ୍ରଦାନ କରିଛନ୍ତି । 

ଭାରତର ଅଭିଜ୍ଞ ସୁଇଙ୍ଗ ବୋଲର ଭୂବନେଶ୍ୱର କୁମାର (Bhuvneshwar Kumar) ତାଙ୍କ ବୋଲିଂ ମାଧ୍ୟମରେ ପାକିସ୍ତାନର ବ୍ୟାଟ୍ସମ୍ୟାନଙ୍କ ଖେଳ ବିଗାଡ଼ି ଦେଇଥିଲେ । ସେ ପାକିସ୍ତାନର ଚାରି ଖେଳାଳିଙ୍କ ୱିକେଟ୍ ନେଇଥିଲେ । ସେ ପାକିସ୍ତାନ ଅଧିନାୟକ ବାବର ଆଜମ, ଆସିଫ ଅଲି, ଶାଦବ ଖାନ ଏବଂ ନାସିମ ଶାହାଙ୍କୁ ପାଭିଲିୟନକୁ ପଠାଇଥିଲେ । ସେ ନିଜର ଓପନ ସ୍ପେଲରେ ୨୬ ରନ୍ ଦେଇ ଚାରିଟି ୱିକେଟ୍ ନେଇଥିଲେ । ଏହି ଚମତ୍କାର ବୋଲିଂ ପରେ ସେ ଭାରତ ପାଇଁ ଟି-20ରେ ପାକିସ୍ତାନ ବିପକ୍ଷ ଟି-20ରେ ସବୁଠାରୁ ଚମତ୍କାର ବୋଲିଂ ଫିଗରର ବୋଲର ହୋଇପାରିଛନ୍ତି । ଭୁବନେଶ୍ୱର କୁମାରଙ୍କ ବ୍ୟତୀତ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ମଧ୍ୟ ଚମତ୍କାର ବୋଲିଂ କରି ତାଙ୍କ ନାମରେ ତିନୋଟି ୱିକେଟ୍ କରିଛନ୍ତି ।

ଏହା ବି ପଢ଼ନ୍ତୁ:-ପାକିସ୍ତାନକୁ ପରାସ୍ତ କରିବା ମାତ୍ରେ ଇତିହାସ ରଚିଲେ ରୋହିତ ଶର୍ମା, ପୁଣିଥରେ ନିଜ ନାମରେ କଲେ ଏହି ବିଶ୍ୱ ରେକର୍ଡ

ଏହା ବି ପଢ଼ନ୍ତୁ:-ସର୍ଭେ: ଗୁଜୁରାଟରେ ହେବ ବଡ଼ ପରିବର୍ତ୍ତନ, ଜାଣନ୍ତୁ ବିଜେପି ପୁଣି ଗଢ଼ିବ ସରକାର ନା ଆମ୍ ଆଦମୀ ପାର୍ଟି ବିଗାଡ଼ିବ ଖେଳ

ଏହା ବି ପଢ଼ନ୍ତୁ:-ଏହା ବି ପଢ଼ନ୍ତୁ:-ଆଜାଦଙ୍କ ଇସ୍ତଫା ପରେ କଂଗ୍ରେସକୁ ଲାଗିଲା ଆଉ ଏକ ବଡ଼ ଝଟକା, ଦଳ ଛାଡ଼ିଲେ ଏହି ବରିଷ୍ଠ ନେତା; ରାହୁଲ ଗାନ୍ଧୀଙ୍କୁ ବି କଲେ ଟାର୍ଗେଟ

 

 

ସୂଚନାଯୋଗ୍ୟ, ଦୁବାଇରେ ଖେଳାଯାଇଥିବା ଏସିଆ କପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ପ୍ରଥମେ ଖେଳିବା ପରେ ଭାରତକୁ ୧୪୮ ରନର ଲକ୍ଷ୍ୟ ଦେଇଥିଲା । ୧୯.୫ ଓଭରରେ ପାକିସ୍ତାନ ଦଳ ୧୪୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ମହମ୍ମଦ ରିଜୱାନ ପାକିସ୍ତାନ ପାଇଁ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ । ତଥାପି, ସେ ବହୁତ ଧୀରେ ଧୀରେ ଖେଳିଥିଲେ । ଏଥିସହ ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ଭାରତ ପାଇଁ ଚମତ୍କାର ବୋଲିଂ କରିଥିଲେ । ହାର୍ଦ୍ଦିକ ତାଙ୍କ ଚାରି ଓଭରରେ ମାତ୍ର ୨୫ ରନ୍ ଦେଇ ତିନୋଟି ୱିକେଟ୍ ନେଇଥିଲେ । ଅନ୍ୟପଟେ ଭୁବନେଶ୍ୱର କୁମାରଙ୍କୁ ମୋଟ ଚାରିଟି ସଫଳତା ମିଳିଛି । ସେପଟେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ଭାରତୀୟ ଦଳକୁ ବିଜୟ ପ୍ରଦାନ କରିଛନ୍ତି । ଭାରତ ୨୦ ପୂର୍ବରୁ ଏହି ଲକ୍ଷ୍ୟ ହାସଲ କରିନେଇଥିଲା । ବିରାଟ କୋହଲି ଓ ରବିନ୍ଦ୍ର ଜାଡେଜା ଭାରତ ପାଇଁ ୩୫-୩୫ ରନ୍ ସଂଗ୍ରହ କରିଥିଲେ ।