Jajati keshari medical college and hospital: ଆଉ ଏକ ସରକାରୀ ମେଡିକାଲ କଲେଜ ଖୋଲିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି । ଏବର୍ଷ ଏଥିଲାଗି ଅନୁମୋଦନ ପାଇଁ ଆବେଦନ କରାଯିବ । ଏଠାରେ ୧୦୦ ସିଟରେ ଏମ୍‍ବିବିଏସ୍‍ ପଢ଼ିବା ଲାଗି ବ୍ୟବସ୍ଥା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ଏହି ନୂତନ ମେଡିକାଲ୍‍ କଲେଜ୍‍ ଯାଜପୁରରେ ଖୋଲିବାକୁ ଯାଉଛି । ଏହି ମେଡିକାଲ୍‍ କଲେଜ୍‍ର ନାଁ ରାଜା ଯଜାତି କେଶରୀଙ୍କ ନାଁରେ ନାମିତ ହେବ। ଯଜାତି କେଶରୀ ସୋମବଂଶୀ ରାଜା ଥିଲେ। ସେ ଯାଜପୁରକୁ ସ୍ଥାପନ କରିଥିବାକୁ କୁହାଯାଏ, ଯାହା ପୂର୍ବରୁ ଓଡ଼ିଶାର ରାଜଧାନୀ ଥିଲା। ତାଙ୍କ ସ୍ମୃତିରେ ସରକାର ଏହି ମେଡିକାଲ୍‍ କଲେଜର ନାମ ଯଜାତି କେଶରୀ ମେଡିକାଲ୍‍ କଲେଜ ରଖିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 


ଏହି ମେଡିକାଲ୍‍ କଲେଜକୁ ମିଶାଇଲେ ରାଜ୍ୟର ସମୁଦାୟ ସରକାରୀ ମେଡିକାଲ୍‍ କଲେଜ୍‍ ସଂଖ୍ୟା ୧୨ରେ ପହଞ୍ଚିଛି। ଯେଉଁଥିରେ ପ୍ରତିବର୍ଷ ୧୬୫୦ ଜଣ ଛାତ୍ରଛାତ୍ରୀ ଡାକ୍ତରୀ ଡିଗ୍ରୀ ପଢ଼ିବାର ବ୍ୟବସ୍ଥା କରାଯାଇଛି । 


ଯାଜପୁର ମେଡିକାଲ୍‍ କଲେଜ୍‍ ୪୬ ଏକର ଜମି ଉପରେ ପ୍ରତିଷ୍ଠା କରାଯାଇଛି। ଏଥିପାଇଁ ସରକାର ୫୨୬ କୋଟି ୨୧ ଲକ୍ଷ  ଟଙ୍କା ଖର୍ଚ୍ଚ କରିଛନ୍ତି । ଜାତୀୟ ମେଡିକାଲ୍‍ କମିଶନଙ୍କ ଅନୁମତି ପାଇବା ପରେ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।