PAK vs ENG: ନୂଆଦିଲ୍ଲୀ: ଇଂଲଣ୍ଡ (England) ଓ ପାକିସ୍ତାନ (Pakistan) ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚରେ (Test Match) ପାକିସ୍ତାନ (Paksitan) ଏକ ଲଜ୍ଜାଜନକ ପରାଜୟ ବରଣ କରିଛି ଘରୋଇ ପାକିସ୍ତାନ (Pakistan)। ଏହା ସହିତ ବାବର ଆଜମ (Babar Azam) ଓ ପାକିସ୍ତାନ (Pakistan) ସୋମବାର ଟେଷ୍ଟ କ୍ରିକେଟରେ (Cricket) ଲଜ୍ଜାଜନକ ରେକର୍ଡ କରିଛନ୍ତି। ରାଓ୍ୱଲପିଣ୍ଡିରେ (Rawalpindi) ଖେଳାଯାଇଥିବା ଏହି ଟେଷ୍ଟ ମ୍ୟାଚରେ ପାକିସ୍ତାନକୁ (Pakistan) ୭୪ ରନର ପରାଜୟ ବରଣ କରିବାକୁ ପଡ଼ିଛନ୍ତି। ମ୍ୟାଚରେ ୮୪୭ ରନର ଏକ ବଡ଼ ସ୍କୋର କରିଥିଲେ ମଧ୍ୟ ପରାଜୟର ମୁଁହ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଟେଷ୍ଟରେ ୮ ଶହରୁ ଊର୍ଦ୍ଧ୍ୱ ରନ କରି ମଧ୍ୟ ପାକିସ୍ତାନକୁ ପରାଜୟ ବରଣ କରିଛନ୍ତି। ଇଂଲଣ୍ଡ ପ୍ରଥମ ଇନିଂସରେ ୬୫୭ ରନ କରିଛି। 


COMMERCIAL BREAK
SCROLL TO CONTINUE READING

ସେହିପରି ଦ୍ୱିତୀୟ ପାଳିରେ ୭ ଓ୍ୱିକେଟ ହରାଇ ୨୬୪ ରନ କରି ପାଳି ଘୋଷଣା କରିଥିଲା। ସେହି ସମୟରେ ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକ୍ସଙ୍କ ନିଷ୍ପତ୍ତି ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି। କାରଣ ଦ୍ୱିତୀୟ ପାଳି ୧୨୦ ଓଭର ରହିଥିଲା ଖେଳିବାକୁ। ପାକିସ୍ତାନ ପ୍ରଥମ ପାଳିରେ ୫୭୯ ରନ କରିଥିଲା। ଫଳରେ ଦଳକୁ ୩୪୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ବାବରଙ୍କ ଅଧିନାୟକତ୍ୱରେ ବିଜୟ ଲକ୍ଷ୍ୟକୁ ପିଛା କରି ପାଳି ଆରମ୍ଭ କରିଥିଲା। ମାତ୍ର ୨୬୮ ରନ କରି ବାବରଙ୍କ ଦଳ ଅଲଆଉଟ ହୋଇଯାଇଥିଲା। ଏହା ସହିତ ଇଂଲଣ୍ଡ ବିଜୟ ହାସଲ କରିନେଇଛି। ଏହା ସହିତ ୩ ଟିକିଆ ସିରିଜକୁ ୧-୦ରେ ଇଂଲଣ୍ଡ ଆଗୁଆ ରହିଛି।  


ମ୍ୟାଚର ପଞ୍ଚମ ତଥା ଅନ୍ତିମ ଦିନରେ ସୋମବାର ପାକିସ୍ତାନ ଦ୍ୱିତୀୟ ପାଳିରେ ୨ଟି ଓ୍ୱିକେଟ ହରାଇ ୮୦ ରନରୁ ଖେଳ ଆରମ୍ଭ କରିଥିଲା। ଇମାମ ଉଲ ହକ ୪୩ ଓ ସୌଦ ଶକିଲ ୨୪ ରନ କରି ଅପରାଜିତ ଥିଲେ। ଜେମ୍ସ ଆଣ୍ଡରସନଙ୍କ ବଲରେ ଇମାମ ଉଲ ହକ ଆଉଟ ହୋଇ ପାଭିଲିୟନ ଫେରିଥିଲେ। ଏହା ପରେ ମହମ୍ମଦ ରିଜଓ୍ୱାନ ମୈଦାନକୁ ଓହ୍ଲାଇ ଥିଲେ। ସେ ସକିଲଙ୍କ ସହିତ ୮୭ ରନର ଭାଗୀଦାରି କରିଥିଲେ। ରିଜଓ୍ୱାନ ୯୨ ବଲରେ ୪୬ ରନ କରି ଏଣ୍ଡରସନଙ୍କ ଶିକାର ହୋଇଥିଲା। ସେ ୬ଟି ଚୌକା ଓ ୨ଟି ଛକ୍କା ସହାୟତାରେ ୪୬ ରନ କରିପାରିଥିଲେ। 


ସେହିପରି ମ୍ୟାଚର ଚତୁର୍ଥ ଦିନରେ ଅଜହର ଅଲ୍ଲୀ ଆହତ ହୋଇ ରିଟାୟର୍ଡ ହର୍ଟ ହୋଇଥିଲା। ରିଜଓ୍ୱାନ ଆଉଟ ହେବା ପରେ ସେ ମୈଦାନକୁ ଓହ୍ଲାଇଥିଲେ। ଏହାରି ମଧ୍ୟରେ ଶକିଲ ୧୫୯ ବଲରେ ୭୬ ରନ ଇନିଂସ ଖେଳିଥିଲେ। ୭୬ ରନରେ ଖେଳୁଥିବା ବେଳେ ଶକିଲ ଓଲି ରବିନସନଙ୍କ ବଲରେ ଆଉଟ ହୋଇଥିଲେ। ସେ ତାଙ୍କ ପାଳି ମଧ୍ୟରେ ୧୨ଟି ଚୌକା ମାରିଥିଲେ। ପାକିସ୍ତାନର ସ୍କୋର ୫ଟି ଓ୍ୱିକେଟରେ ୧୯୮ ରନ ହୋଇଥିଲା। ଅଜହର ଅଲ୍ଲୀ ୪୦ ଓ ଆଗା ସଲମାନ ୩୦ ରନ ସ୍କୋର କରିଥିବା ବେଳେ ୨୫୯ ରନ ପର୍ଯ୍ୟନ୍ତ ପହଞ୍ଚିଥିଲା। ଏଭଳି ସ୍ଥିତିରେ ପାକିସ୍ତାନର ଟିମ ଲକ୍ଷସ୍ଥଳରେ ପହଞ୍ଚିବା ଭଳି ଲାଗୁଥିଲା। 


୮୧ତମ ଓଭରରେ ରବିନସନ ପ୍ରଥମଥର ପାଇଁ ସଲମାନଙ୍କୁ ଆଉଟ କରିଦେଇଥିଲା। ତା’ପରେ ଅଜହର ଅଲିଙ୍କୁ ତାଙ୍କ ପରବର୍ତ୍ତୀ ଓଭରରେ ପାଭିଲିୟନକୁ ପଠାଇ ଦେଇଥିଲେ। ଏହା ପରେ ଜେମ୍ସ ଆଣ୍ଡରସନ ୩ଟି ବଲରେ ଜାହିଦ ମହମ୍ମଦ ଓ ହାରିସ ରଉଫଙ୍କୁ ଆଉଟ କରି ପାକିସ୍ତାନକୁ ବଡ଼ ଝଟକା ଦେଇଥିଲେ। ତେବେ ଦଳର ଶେଷ ଓ୍ୱିକେଟ ଇଂଲଣ୍ଡର ଜ୍ୟାକ ଲିଚଙ୍କୁ ମିଳିଥିଲା। ଇଂଲଣ୍ଡ ପାଇଁ ଆଣ୍ଡରସନ ଓ ରବିନସନ ଦ୍ୱିତୀୟ ଇନିଂସରେ ୪ଟି ଲେଖାଏଁ ଓ୍ୱିକେଟ ନେଇଥିଲେ। ଏହା ପୂର୍ବରୁ ୧୯୭୨ ମସିହାରେ ପାକିସ୍ତାନ ଏକ ମ୍ୟାଚରେ ସର୍ବାଧିକ ୭୭୪ ରନ ସ୍କୋର କରି ମ୍ୟାଚ ହାରିଯାଇଥିଲା। ମେଲବୋର୍ଣ୍ଣରେ ଖେଳାଯାଇଥିବା ଏହି ମ୍ୟାଚକୁ ଅଷ୍ଟ୍ରେଲିଆ ୯୨ ରନରେ ଜିତିଥିଲା। ଏହା ପରେ ପାକିସ୍ତାନ ପ୍ରଥମ ଇନିଂସରେ ୫୭୪ ରନ୍ ସଂଗ୍ରହ କରିଥିବାବେଳେ ଦ୍ୱିତୀୟ ଇନିଂସରେ ମାତ୍ର ୨୦୦ ରନ୍ ସଂଗ୍ରହ କରିଥିଲା।