Pele In India: ଭାରତରେ ବି ବହୁତ ଲୋକପ୍ରିୟ ଥିଲେ ପେଲେ, ପ୍ରଥମ ଥର ପାଇଁ ଯେତେବେଳେ କୋଲକାତା ଆସିଥିଲେ ଥମି ଯାଇଥିଲା ପୂରା ସହର!
Pele In India: ପେଲେ (Pele) ହେଉଛନ୍ତି ଏକମାତ୍ର ଫୁଟବଲ ଖେଳାଳି ଯିଏ ତିନିଥର ବିଶ୍ୱକପ ଜିତିଛନ୍ତି । ସେ ୧୯୫୮, ୧୯୬୨ ଏବଂ ୧୯୭୦ରେ ଫୁଟବଲ ବିଶ୍ୱକପ ଜିତିଥିବା ବ୍ରାଜିଲ ଦଳରେ ସାମିଲ ଥିଲେ । ୨୦୦୦ ମସିହାରେ ତାଙ୍କୁ ଫିଫା ପ୍ଲେୟାର ଅଫ୍ ଦି ସେଞ୍ଚୁରୀ ପୁରସ୍କାର ମିଳିଥିଲା । ଗତ ବର୍ଷ ସେପ୍ଟେମ୍ବରରେ ତାଙ୍କର ଅନ୍ତନଳୀ ଅସ୍ତ୍ରୋପଚାର କରାଯାଇଥିଲା ଓ ଏକ ଟ୍ୟୁମର ବାହାର କରାଯାଇଥିଲା । ସେ ସାଓ ପାଉଲୋର ଆଇନଷ୍ଟାଇନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
Pele Passed Away: ବିଶ୍ୱର ସର୍ବଶ୍ରେଷ୍ଠ ଫୁଟବଲ ଖେଳାଳିଙ୍କ ମଧ୍ୟରୁ ଜଣେ ତଥା ବ୍ରାଜିଲର କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେ ୮୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ତାଙ୍କ ଝିଅ ନିଶ୍ଚିତ କରିଛନ୍ତି । ଫୁଟବଲର ଭଗବାନ କୁହାଯାଉଥିବା ପେଲେ (Pele) ଙ୍କର ମଧ୍ୟ ଭାରତ ସହ ଜଡିତ କିଛି ସ୍ମୃତି ରହିଛି । ୨୫ ସେପ୍ଟେମ୍ବର ୧୯୭୭ ଦିନ ପେଲେ ପ୍ରସିଦ୍ଧ ଭାରତୀୟ ଦଳ ମୋହନ ବାଗାନ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ଆସିଥିଲେ । ତାଙ୍କ ପ୍ରଶଂସକମାନେ କୋଲକାତାର ରାସ୍ତା ଜାମ୍ କରିଦେଇଥିଲେ । ସେତେବେଳେ ଟେଲିଭିଜନ, ଖବରକାଗଜ, ପତ୍ରିକା ତାଙ୍କ ଖବରରେ ଭରି ରହିଥିଲା ।
ଲୋକମାନେ ପେଲେ (Pele) ଙ୍କ ଗୋଟିଏ ଝଲକ ପାଇଁ ଉତ୍କଣ୍ଠା ସହ ଚାହିଁ ରହିଥିଲେ । ବ୍ରାଜିଲକୁ ୩ଟି ଫୁଟବଲ୍ ବିଶ୍ୱକପ ଟାଇଟଲ ଜିତାଇଥିବା ଫୁଟବଲର୍ ପେଲେ ସନ୍ୟାସ ନେବା ପୂର୍ବରୁ ଭାରତ ଗସ୍ତରେ ଆସିଥିଲେ । ସେତେବେଳେ ତାଙ୍କ ସାମ୍ନା ପ୍ରସିଦ୍ଧ ଫୁଟବଲ ଟିମ୍ ମୋହନ ବାଗାନ ଦଳ ସହ ହୋଇଥିଲା । ଏହି ଦଳରେ ପି.କେ ବାନାର୍ଜୀ ଓ ଅଧିନାୟକ ସୁବ୍ରତୋ ଭଟ୍ଟାଚାର୍ଯ୍ୟଙ୍କ ଥିଲେ ଓ ଐତିହାସିକ କଥା ଏହା ହେଉଛି କି ସେହି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ମୋହନ ବାଗାନ ପେଲେଙ୍କ କସ୍ମୋସ କ୍ଲବର ବିଜୟ ରଥଙ୍କୁ ୨-୨ ଡ୍ର ଖେଳି ରୋକି ଥିଲା ।
ସେପ୍ଟେମ୍ବର ୨୫, ୧୯୭୭ରେ ଯେତେବେଳେ ପେଲେ ପଡ଼ିଆ ଭିତରେ ଥିଲେ, ତାଙ୍କ ପ୍ରଶଂସକମାନେ ଷ୍ଟାଡିୟମ ଭିତରେ ପେଲେ-ପେଲେ କହି ଚିତ୍କାର କରୁଥିଲେ । ମଇଦାନ ବାହାରେ ମଧ୍ୟ ଲୋକଙ୍କ ଭିଡ଼ ଜମିଥିଲା, ରାସ୍ତାରେ ଗାଡ଼ିର ଜାମି ଲାଗିଯାଇଥିଲା । ଫୁଟବଲ ଐତିହାସିକ ନୋଭି କାପାଡିଆ ତାଙ୍କ ପୁସ୍ତକ 'ବେୟରଫୁଟ ଟୁ ବୁଟ୍ସ' ରେ କିଛି ମୁହୂର୍ତ୍ତକୁ ମନେ ପକାଇଛନ୍ତି । ସେ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, ବିମାନ ବନ୍ଦରରୁ ବାହାରିବା ସମୟରେ ବ୍ରାଜିଲର କିମ୍ବଦନ୍ତୀ ଫୁଟବଲର୍ ପେଲେଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଲକ୍ଷ ଲକ୍ଷ ଲୋକ ଏକତ୍ରିତ ହୋଇଥିଲେ ।
ସେ ଆହୁରି ମଧ୍ୟ ପୁସ୍ତକରେ ଉଲ୍ଲେଖ କରିଛନ୍ତି ଯେ, କୋଲକାତାରେ ଥିବା ତାଙ୍କ ହୋଟେଲ ବାହାରେ ବହୁ ସଂଖ୍ୟାରେ ଜନସମାଗମ ଦେଖାଦେଇଥିଲା, ଯାହା କମ୍ ହେବାର ନାମ ନେଉନଥିଲା । ଲୋକମାନେ ପେଲେଙ୍କ ଝଲକ ପାଇବାକୁ ଅପେକ୍ଷା କରିଥିଲେ । ଟେଲିଭିଜନରେ କିମ୍ବା କ୍ରୀଡା ପତ୍ରିକାର ପୃଷ୍ଠାରେ ପେଲେଙ୍କ ଚର୍ଚ୍ଚା ହେଉଥିଲା ।
ଅଧିକ ପଢ଼ନ୍ତୁ:-ସଡ଼କ ଦୁର୍ଘଟଣାରେ ଋଷଭ ପନ୍ତ ଗୁରୁତର ଆହତ, କାରରେ ନିଆଁ ଲାଗିବା ପରେ...
ଅଧିକ ପଢ଼ନ୍ତୁ:-'ଲିଡର ହେବା ପାଇଁ ଅଧିନାୟକ ହେବା ଆବଶ୍ୟକ ନୁହେଁ', ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱକୁ ଏହି କ'ଣ କହିଗଲେ ସାଙ୍ଗାକାରା
ଅଧିକ ପଢ଼ନ୍ତୁ:-ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ ବୋଲି ପୂର୍ବରୁ ହିଁ ଭବିଷ୍ୟବାଣୀ କରିଦେଇଥିଲେ ମା' ହୀରାବେନ
ଯେତେବେଳେ ମ୍ୟାଚ୍ ଆରମ୍ଭ ହେଲା, ପ୍ରଥମାର୍ଦ୍ଧର ୧୭ତମ ମିନିଟରେ କାର୍ଲୋସ୍ ଆଲବର୍ଟୋ ପ୍ରଥମ ଗୋଲ୍ ସ୍କୋର କରିଥିଲେ । ଏହାର ଏକ ମିନିଟ୍ ପରେ ହିଁ ପେଲେ ପ୍ରଥମ ଗୋଲ୍ ସ୍କୋର କରି ମ୍ୟାଚକୁ ୧-୧ରେ ବରାବର କରିଦେଇଥିଲେ । ଟିକିଏ ପରେ ମୋହନ ବାଗାନର ହବିବ ଆଉ ଏକ ଗୋଲ ସ୍କୋର କରି ଆୟୋଜକଙ୍କୁ ୨-୧ରେ ଅଗ୍ରଣୀ କରାଇଥିଲା । ପରେ କସ୍ମୋସ୍ ଦ୍ୱିତୀୟ ଗୋଲ୍ ସ୍କୋର କରି ମ୍ୟାଚକୁ ୨-୨ରେ ବରାବର କରିଦେଇଥିଲା ।
ଏଠାରେ କହି ରଖୁଛୁ ଯେ, ପେଲେଙ୍କ ୮୦ ତମ ଜନ୍ମଦିନରେ ଆନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଭାପତି ଥୋମାସ୍ ବାଚ୍ କହିଥିଲେ୍ ଯେ, ଆପଣ କେବେ ଅଲିମ୍ପିକ୍ସରେ ଖେଳି ନାହାଁନ୍ତି, କିନ୍ତୁ ଆପଣ ଜଣେ ଅଲିମ୍ପିଆନ୍ ଅଟନ୍ତି । କାରଣ ଆପଣଙ୍କ କ୍ୟାରିଅରରେ ଆପଣ ଅଲିମ୍ପିକ୍ସର ମୂଲ୍ୟବୋଧକୁ ଗ୍ରହଣ କରିଥିଲେ ।