Ravindra Jadeja: ଖତରନାକ ଭାବେ କ୍ରିକେଟ୍ ମୈଦାନକୁ ଫେରିଲେ ଭାରତର ଏହି ଷ୍ଟାର ଅଲରାଉଣ୍ଡର, ଅଷ୍ଟ୍ରେଲିଆକୁ ଦେଲେ ଚେତାବନୀ!

Ravindra Jadeja: ରବିନ୍ଦ୍ର ଜାଡେଜା ପ୍ରାୟ ପାଞ୍ଚ ମାସ ଧରି କ୍ରିକେଟ ପଡ଼ିଆରୁ ବାହାରେ ରହିବା ପରେ ବର୍ତ୍ତମାନ କ୍ରିକେଟକୁ ଫେରିଛନ୍ତି ଓ ଆଜି ଅର୍ଥାତ ଗୁରୁବାର ଦିନ ନିଜର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ସେ ଶତପ୍ରତିଶତ ଫିଟ୍ ଅଛନ୍ତି ବୋଲି ନିଜକୁ ପ୍ରମାଣିତ କରିଛନ୍ତି ।

Jagdish Barik Sat, 28 Jan 2023-12:51 pm,
1/7

India Vs Australia Test series 2023: ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜକୁ ଆଉ ମାତ୍ର କିଛି ଦିନ ବାକି ଅଛି ଓ ଟିମ୍ ଇଣ୍ଡିଆ (Team India) ଏଥିପାଇଁ ଶୀଘ୍ର ନିଜର ପ୍ରସ୍ତୁତି ଆରମ୍ଭ କରିଦେବ । କ୍ୟାପଟେନ ରୋହିତ ଶର୍ମା (Rohit Sharma) ଓ କୋଚ୍ ରାହୁଲ ଦ୍ରାବିଡଙ୍କୁ (Rahul Dravid) ଏହି ସମୟରେ ଏକ ଆଶ୍ବସ୍ତିକର ଖବର ମିଳିଛି । ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ (Ravindra Jadeja) ଫିଟନେସ୍ ଓ ଫର୍ମକୁ ନେଇ ବର୍ତ୍ତମାନ ଏକ ଖୁସି ଖବର ସାମ୍ନାକୁ ଆସିଛି । 

2/7

ଆଣ୍ଠୁରେ ଆଘାତ ଓ ଅସ୍ତ୍ରୋପଚାର ଯୋଗୁଁ ଦୀର୍ଘ ପାଞ୍ଚମାସ ଧରି ପଡ଼ିଆରୁ ବାହାରେଥିବା ଭେଟେରାନ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ରଣଜୀ ଟ୍ରଫିରେ ଜବରଦସ୍ତ ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଛନ୍ତି । 

3/7

ସୌରାଷ୍ଟ୍ର ପାଇଁ ଖେଳୁଥିବା ରବିନ୍ଦ୍ର ଜାଡେଜା ୨୬ ଜାନୁଆରୀ ଗୁରୁବାର ଦିନ ତାମିଲନାଡୁ ବିପକ୍ଷ ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ନେଇ ହଇଚଇ ସୃଷ୍ଟି କରିଛନ୍ତି । ଜାଡେଜାଙ୍କ ପ୍ରଦର୍ଶନ ଆଧାରରେ ସୌରାଷ୍ଟ୍ର ତାମିଲନାଡୁକୁ ମାତ୍ର ୧୩୩ ରନରେ ଅଲ ଆଉଟ୍ କରିଦେଇଛି ।

4/7

ଜାଡେଜା ମଧ୍ୟ ପ୍ରଥମ ଇନିଂସରେ ଗୋଟିଏ ୱିକେଟ୍ ନେଇଥିଲେ । ୱିକେଟ୍ ଅପେକ୍ଷା ଜାଡେଜାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଥିଲା ତାଙ୍କର ଫିଟନେସକୁ ପ୍ରମାଣ କରିବା ଓ ସେ ତାହା ମଧ୍ୟ କରିଛନ୍ତି । ଏହି ବାମହାତୀ ସ୍ପିନର ପ୍ରଥମ ଇନିଂସରେ ୨୪ ଓଭର ଓ ଦ୍ୱିତୀୟ ଇନିଂସରେ ୧୭ ଓଭର ବିନକୌଣସି ଅସୁବିଧାରେ ବୋଲିଂ କରିଥିଲେ ।

5/7

ଯଦିଓ ବ୍ୟାଟିଂରେ ଜାଡେଜା ପ୍ରଥମ ଇନିଂସରେ କୌଣସି ବିଶେଷ ପ୍ରଭାବ ପକାଇ ପାରିନଥିଲେ ଓ ମାତ୍ର ୧୩ ରନ୍ ସ୍କୋର କରିବା ପରେ ଆଉଟ୍ ହୋଇ ଯାଇଥିଲେ । ବର୍ତ୍ତମାନ ଦ୍ୱିତୀୟ ଇନିଂସରେ ସୌରାଷ୍ଟ୍ର ଦଳ ଜିତିବାକୁ ହେଲେ ସେ ବ୍ୟାଟିଂରେ ମଧ୍ୟ ସମାନ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

6/7

ସେପ୍ଟେମ୍ବର ୨୦୨୨ ରେ ଏସିଆ କପ୍ ସମୟରେ ଜାଡେଜା ଆଣ୍ଠୁରେ ଆଘାତ ପାଇଥିଲେ, ପରେ ସେ ଅସ୍ତ୍ରୋପଚାର କରିଥିଲେ ଓ ଏଥିପାଇଁ ସେ କକ୍ରିକେଟ ଗ୍ରାଉଣ୍ଡରୁ ବାହାରେ ଥିଲେ ।

7/7

୯ ଫେବୃଆରୀରୁ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଜାଡେଜା ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ତେବେ ଚୟନକର୍ତ୍ତାମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ତାଙ୍କୁ ପ୍ରଥମେ ତାଙ୍କ ଫିଟନେସ୍ ପ୍ରମାଣ କରିବାକୁ ପଡିବ ଓ ତେବେ ଆଜିର ଜାଡେଜାଙ୍କ ପ୍ରଦର୍ଶନ ଏକ ଖୁସି ଖବର ଟିମ୍ ଇଣ୍ଡିଆ ପାଇଁ ଆଣି ଦେଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link