Rahul Dravid On Ravindra Jadeja: ଟିମ୍ ଇଣ୍ଡିଆ (Team India) ରେ ଖତରନାକ୍ ଖେଳାଳିଙ୍କ ଆକସ୍ମିକ ଏଣ୍ଟ୍ରିକୁ ନେଇ ଭାରତର ମୁଖ୍ୟ କୋଚ୍ (Team India Head Coach) ରାହୁଲ ଦ୍ରାବିଡ (Rahul Dravid) ଏକ ବଡ଼ ଅପଡେଟ୍ ଦେଇଛନ୍ତି । ଯେତେବେଳେ ଏହି ଖେଳାଳି ଟିମ୍ ଇଣ୍ଡିଆକୁ ଫେରିବେ, ସେତେବେଳେ ସେ ତାଙ୍କ ମାରାତ୍ମକ ଖେଳ ସହିତ କୌଣସି ବିପକ୍ଷ ଦଳର ବ୍ୟାଟିଂ କ୍ରମକୁ ଧ୍ୱସ୍ତ କରିବାର କ୍ଷମତା ରଖିଥାଏ । ଟିମ୍ ଇଣ୍ଡିଆର ହେଡ୍ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଏକ ବଡ଼ ଅପଡେଟ୍ ଦେଇଛନ୍ତି ଯେ, ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା (Ravindra Jadeja) ଭାରତୀୟ ଦଳ (India Cricket Team) କୁ ଫେରିବାକୁ ଯାଉଛନ୍ତି ।


COMMERCIAL BREAK
SCROLL TO CONTINUE READING

ରାହୁଲ ଦ୍ରାବିଡ (Rahul Dravid) ଏହି ସଂକେତ ଦେଇଛନ୍ତି ଯେ ରବିନ୍ଦ୍ର ଜାଡେଜା (Ravindra Jadeja) ଖୁବ୍ ଶୀଘ୍ର ଦଳରେ ରହିବେ, ଯାହା ଦ୍ୱାରା ସ୍ପିନ୍ ଅଲରାଉଣ୍ଡର ବିଭାଗରେ ଭାରତ ଆହୁରି ଅଧିକ ମଜଭୁତ ହୋଇଯିବ । ଭାରତୀୟ ଦଳର ସ୍ପିନ୍ ବୋଲିଂ ଅଲରାଉଣ୍ଡର ବିଭାଗକୁ ନେଇ ରାହୁଲ ଦ୍ରାବିଡ ଖୁସି ଅଛନ୍ତି ଓ ସେ କହିଛନ୍ତି ଯେ ବର୍ତ୍ତମାନ ଏହି ବିଭାଗରେ ଟିମ୍ ଇଣ୍ଡିଆ ବହୁତ ମଜବୁତ ରହିଛି । ରାହୁଲ ଦ୍ରାବିଡ (Rahul Dravid) ଆଗକୁ କହିଛନ୍ତି ଯେ, "ମୁଁ ଭାବୁଛି ବର୍ତ୍ତମାନ ସମୟରେ ଆମର ସ୍ପିନ୍ ଅଲରାଉଣ୍ଡର ବିଭାଗ ବହୁତ ମଜବୁତ ଅଛି । ଶାହବାଜ ଅହମ୍ମଦ ମଧ୍ୟ ଦଳର ଏକ ଅଂଶ ଥିଲେ । ୱାଶିଂଟନ୍ ସୁନ୍ଦର ମଧ୍ୟ ଦଳରେ ଅଛନ୍ତି ଓ ପରେ ରବିନ୍ଦ୍ର ଜାଡେଜା ମଧ୍ୟ ଆସିବେ । ଆମେ ଦଳ ସହ ଖୁସ୍ ଅଛୁ ।" 


ଏଠାରେ କହି ରଖୁଛୁ ଯେ, ଅକ୍ସର ପଟେଲ (Axar Patel) ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-20 ମ୍ୟାଚ (IND vs SL 2nd T20) ରେ ଦୁଇଟି ୱିକେଟ୍ ନେବା ସହ ୩୧ ବଲରେ ୬୫ ରନର ଏକ ଦମଦାର୍ ଇଂନିସ ଖେଳିଥିଲେ । ଏହା ତାଙ୍କ ବିକଳ୍ପକୁ ବଢାଇ ଦେଇଛି ବୋଲି କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି । ରାହୁଲ ଦ୍ରାବିଡ (Rahul Dravid) କହିଛନ୍ତି ଯେ, "ଟି-20 କ୍ରିକେଟରେ ଯେତେବେଳେ ସୁଯୋଗ ମିଳେ, ସେତେବେଳେ ସେ ଭଲ ପ୍ରଦର୍ଶନ କରିଛନ୍ତି । ଏହା ଏକ ଭଲ ସଙ୍କେତ । ତାଙ୍କ ଭଳି ସୁନ୍ଦର ଓ ଜାଡେଜାଙ୍କ ଭଳି ଖେଳାଳିଙ୍କ ଆଗମନ ସହିତ ଆମର ଅଧିକ ବିକଳ୍ପ ରହିବ ।"


ଅଧିକ ପଢ଼ନ୍ତୁ:-ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ଏକାଦଶ ଫାଇନାଲ୍! ଜାଣନ୍ତୁ କିଏ ଆଉଟ୍, କିଏ ଇନ୍


ଅଧିକ ପଢ଼ନ୍ତୁ:-ସାଉଦି କ୍ଲବରୁ ପ୍ରାୟ ୧୮୦୦ କୋଟି ଟଙ୍କା ନେବା ପରେ ବି ମ୍ୟାଚ୍ ଖେଳିପାରିବେନି ରୋନାଲ୍ଡୋ, ଜାଣନ୍ତୁ ଏହାର କାରଣ


ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆର ଏହି ଖେଳାଳି ଶେଷ କରିଦେଲେ ଭୁବନେଶ୍ୱରଙ୍କ କ୍ୟାରିୟର! ଦ୍ରାବିଡ଼-ପାଣ୍ଡ୍ୟାଙ୍କ ହୋଇଗଲେ ସବୁଠୁ ବିଶ୍ୱସ୍ତ


 


ହେଡ୍ କୋଚ୍ ରାହୁଲ ଦ୍ରାବିଡ (Rahul Dravid) ଏହା ମଧ୍ୟ କହିଛନ୍ତି ଯେ, ଦ୍ରୁତ ବୋଲିଂରେ ଶିବମ ମାଭି (Shivam Mavi) ଙ୍କ ପ୍ରଦର୍ଶନକୁ ନେଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବହୁତ ଖୁସି ଅଛନ୍ତି । ଶିବମ ମାଭି ମଧ୍ୟ ଏହି ମ୍ୟାଚରେ ଦ୍ରୁତ ୨୬ ରନ୍ ସ୍କୋର କରିଥିଲେ । ରାହୁଲ ଦ୍ରାବିଡ କହିଛନ୍ତି ଯେ, "ଦ୍ରୁତ ବୋଲିଂରେ ଆମେ ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଙ୍କ ଉପରେ ନିର୍ଭରଶୀଳ । ଆମେ ଚାହୁଁ ଅନ୍ୟ ଖେଳାଳିମାନେ ମଧ୍ୟ ଆଗକୁ ଆସନ୍ତୁ । ମାଭିଙ୍କ ବ୍ୟାଟିଂ ଦେଖି ଭଲ ଲାଗିଲା । ଏହା ଅଧିନାୟକଙ୍କ ମୁହଁରେ ହସ ଆଣିଦେଇଛି । ଦ୍ରୁତ ବୋଲରମାନେ ଏହିପରି ବ୍ୟାଟିଂ କରୁଥିବାର ଦେଖିବା ଭଲ ଥିଲା ।"