Rishabh Pant IPL 2024 Auction: ଆଉ କିଛି ମାସ ପରେ ଆରମ୍ଭ ହେବ ଆଇପିଏଲ ମହାକୁମ୍ଭ । ଏନେଇ ଆଜି ଅର୍ଥାତ୍ ମଙ୍ଗଳବାର ଦୁବାଇରେ ଅନୁଷ୍ଠିତ ହେବ ଆଇପିଏଲ୍ ୨୦୨୪ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା । ତେବେ ଖେଳାଳି ନିଲାମ ପ୍ରକ୍ରିୟା ସହ ରିଷଭ ପନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର ।


COMMERCIAL BREAK
SCROLL TO CONTINUE READING

ସୂଚାନ ଅନୁଯାୟୀ, ଆଇପିଏଲ୍ ନିଲାମ ପ୍ରକ୍ରିୟା ସମୟରେ ରିଷଭ ପନ୍ତ ମଧ୍ୟ ତାଙ୍କ ଟିମ୍ ସହ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । ତେବେ ପନ୍ତ କେବେ ପଡ଼ିଆକୁ ଫେରିବେ ସେନେଇ ଫ୍ୟାନ୍ସଙ୍କ ମଧ୍ଯରେ ଉତ୍ସାହ ଲାଗି ରହିଥିବା ବେଳେ ନିଜ ସ୍ବାସ୍ଥ୍ୟବସ୍ଥା ନେଇ ମୁହଁ ଖୋଲିଛନ୍ତି ଏହି ୨୬ ବର୍ଷୀୟ ଯୁବ କ୍ରିକେଟର୍ । ରିଷଭ ପନ୍ତ ଆଇପିଏଲ ନିଲାମ ବିଷୟରେ କହିଥିଲେ ଯେ, ‘ନିଲାମରେ ଖେଳାଳି ବାଛିବା ପାଇଁ ମୋର କୌଣସି ଅଭିଜ୍ଞତା ନାହିଁ, କିନ୍ତୁ ମୁଁ ଏହାକୁ ନେଇ ବହୁତ ଆଗ୍ରହୀ। ଆଗ ଅପେକ୍ଷା ମୁଁ ବର୍ତ୍ତମାନ ଅଧିକ ଭଲ ଅନୁଭବ କରୁଛି। ସଂପୂର୍ଣ୍ଣ ସୁସ୍ଥ ହେବା ମୁଁ ପରିଶ୍ରମ କରୁଛି । ଆଶା କରୁଛି ମୁଁ ଆଗାମୀ କିଛି ମାସ ମଧ୍ୟରେ ଦଳରେ ଯୋଗ ଦେଇ ପାରିବି’ । ପନ୍ତ ଆହୁରି ମଧ୍ଯ କହିଛନ୍ତି, 'ମୁଁ ନିଲାମରେ ଭାଗ ନେବାକୁ ବହୁତ ଆଗ୍ରହୀ, କାରଣ ଏଠାରେ ବସି ଖେଳାଳି ଚୟନ କରିବାର ମୋର କୌଣସି ଅଭିଜ୍ଞତା ନାହିଁ। ଏହି କାମ ମୋ ପାଇଁ ସମ୍ପୂର୍ଣ୍ଣ ନୂଆ ଅଟେ’ । ନିଜର ସ୍ୱାସ୍ଥ୍ୟକୁ ନେଇ ସେ କହିଛନ୍ତି, 'ଗତ କିଛି ମାସ ମୋ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ଏହି ସମୟରେ, ମୁଁ ଲୋକମାନଙ୍କଠାରୁ ବହୁତ ଭଲ ପାଇବା ପାଇଛି। ଆଘାତ ପାଇବା ସମୟରେ ପ୍ରଶଂସକ ଓ ନିଜର ଲୋକଙ୍କଠାରୁ ମିଳୁଥିବା ସହାନୁଭୂତି ଓ ଭଲ ପାଇବା ମାନସିକ ଶାନ୍ତି ଆଣିଦେଇଥାଏ ।


 



ଋଷଭ ପନ୍ତଙ୍କ କ୍ୟାରିୟର


ଉଭୟ ଦିନିକିଆ (ODI) ଓ T-20ରେ ରିଷଭ ପନ୍ତଙ୍କ ଷ୍ଟ୍ରାଇକ୍ ରେଟ୍ ଖୁବ ଭଲ ରହିଛି । ଦ୍ରୁତ ବ୍ୟାଟିଂ ପାଇଁ ଜଣାଶୁଣା ପନ୍ତ ୩୩ଟି ଟେଷ୍ଟ ମ୍ୟାଚ୍ ଖେଳି ୨୨୭୧ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୫ଟି ଶତକ ସାମିଲ ରହିଛି । ସେହିପରି ୩୦ଟି ODIରେ ସେ ୨୬ଟି ଇନିଂସ ଖେଳି ୮୬୫ଟି ରନ୍ ସଂଗ୍ରହ କରିଛନ୍ତି । ସେଥିରେ ଗୋଟେ ଶତକ ଓ ୫ଟି ଅର୍ଦ୍ଧଶତକ ସାମିଲ ରହିଛି ।


Also Read-Ind vs SA: ଆଜି ଭାରତ- ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ, ବିଜୟ ଲକ୍ଷ୍ୟରେ ଦୁଇ ଦଳ