Ind vs SA: ଆଜି ଭାରତ- ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ, ବିଜୟ ଲକ୍ଷ୍ୟରେ ଦୁଇ ଦଳ
Advertisement

Ind vs SA: ଆଜି ଭାରତ- ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ, ବିଜୟ ଲକ୍ଷ୍ୟରେ ଦୁଇ ଦଳ

Ind vs SA ODI: ଆଜି ଭାରତ- ଦକ୍ଷିଣ ଆଫ୍ରିକା ମଧ୍ଯରେ ଖେଳାଯିବ ଦ୍ବିତୀୟ ଦିନିକିଆ ମ୍ୟାଚ୍ । ଜୋହାନସବର୍ଗଠାରେ ଭାରତୀୟ ସମୟ ଅପରାହ୍ନ ସାଢେ ୪ଟାରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ୩ଟି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜରେ ଭାରତ ପ୍ରଥମ ମ୍ୟାଚ୍ ଜିତି ଆଗୁଆ ରହିଛି । ତେବେ ଆଜିର ମ୍ୟାଚ୍ ଜିତି ଦଳ ସିରିଜ ଜିତିବା ନେଇ ଲକ୍ଷ୍ୟ ରଖିଛି ।

ସୌ(ସୋସିଆଲ ମିଡିଆ)

ସୂଚନାଯୋଗ୍ୟ, ମଙ୍ଗଳବାର ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ୍ ରେ ମୁହାଁମୁହିଁ ହେବେ ଭାରତ- ଦକ୍ଷିଣ ଆଫ୍ରିକା। ଆଜିର ମ୍ୟାଚ୍ ଜିତି ଟିମ୍ ଇଣ୍ତିଆ ସିରିଜ ବିଜୟ ନେଇ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଏହି ମ୍ୟାଚ୍ ଜିତି ଦକ୍ଷିଣ ଆଫ୍ରିକା ସିରିଜକୁ କମବ୍ୟାକକୁ ଉଦ୍ୟମ କରିବ । ସିରିଜର ପ୍ରଥମ ମ୍ୟାଚ୍ ରେ ଭାରତର ଧୂଆଁଧାର ବୋଲିଂ ଆଗରେ ବେଶୀ ସମୟ ତିଷ୍ଠି ପାରିନଥିଲା ଘରୋଇ ଦଳ । ଫଳରେ ଦକ୍ଷିଣ ଆଫ୍ରିକା ୨୭ ଓଭରରେ ମାତ୍ର ୧୧୬ ରନ୍ କରିବାକୁ ସର୍ମଥ ହୋଇଥିଲା । ତେବେ ୧୧୭ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ତିଆ ସହଜରେ ଲକ୍ଷ୍ୟ ହାସଲ କରିନେଇଥିଲା । ଅନ୍ୟପଟେ, ଶ୍ରେୟସ ଆୟର ଟେଷ୍ଟ୍‌ ଦଳରେ ଯୋଗ ଦେବାରୁ ଆଜିର ମ୍ୟାଚ୍ ପାଇଁ ଗୋଟିଏ ବ୍ୟାଟିଂ ସ୍ଲଟ୍‌ ଖାଲି ରହିଛି। ଏହି ସ୍ଥାନରେ ରଜତ ପଟିଦାର ନା ରିଙ୍କୁ ସିଂହ କାହାକୁ ଦଳରେ ସାମିଲ କରାଯିବ ସେ ନେଇ ଦ୍ବନ୍ଦ ଦେଖାଦେଇଛି ।

ସମ୍ଭାବ୍ୟ ଭାରତୀୟ ଦଳ: କେଏଲ୍‌ ରାହୁଲ (ଅଧିନାୟକ), ଋତୁରାଜ ଗାଏକ୍ବାଡ, ସାଇ ସୁଦର୍ଶନ, ତିଳକ ବର୍ମା, ସଂଜୁ ସାମସନ୍, ରଜତ ପଟିଦାର/ରିଙ୍କୁ ସିଂହ, ଅକ୍ଷର ପଟେଲ, ମୁକେଶ କୁମାର, ଆୱେସ ଖାନ, କୁଲଦୀପ ଯାଦବ, ଅର୍ଶଦୀପ ସିଂହ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ଐଦେନ ମାର୍କରାମ (ଅଧିନାୟକ), ରିଜା ହେଣ୍ଡ୍ରିକ୍ସେ, ଟନି ଡି’ଜୋର୍ଜି, ରାଶି ଭାନ୍‌ ଡର ଡୁସେନ, ହେନରିକ୍‌ କ୍ଲାସେଁ, ଡେଭିଡ ମିଲର, ଆନ୍ଦିଲେ ଫେଲୁକ୍ବାୟୋ, କେଶବ ମହାରାଜ, ନନ୍ଦ୍ରେ ବର୍ଗର, ୱିଆନ୍‌ ମୁଲଡର, ତାବ୍ରେଜ ସାମ୍‌ସି।

Also Read- IPL 2024: ଚଳିତବର୍ଷ ଆଇପିଏଲରେ ଦେଖାଦେବ ନୂଆ ନିୟମ, ଜାଣନ୍ତୁ କ'ଣ ?