Rishabh Pant: ଟିମ୍ ଇଣ୍ଡିଆ (Team India) ର ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ବର୍ତ୍ତମାନ ସମୟ ହେବ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି । ଋଷଭ ପନ୍ତଙ୍କ ବ୍ୟାଟ୍ ଟି-20 ଓ ଦିନିକିଆ (ODI) ରେ ଶାନ୍ତ ରହିଛି । ସେପଟେ ଋଷଭ ପନ୍ତ ଟେଷ୍ଟରେ ଧମାଲ କରିସାରିଛନ୍ତି । ଲଗାତର ଫ୍ଲପ୍ ହେବା ଯୋଗୁଁ ତାଙ୍କୁ ଭାରତୀୟ ଦଳ (Indian Cricket Team) ରୁ ବାହାର କରିବାର ଦାବି ଜୋର ଧରିଛି । ଏହି ସମୟରେ ଋଷଭ ପନ୍ତ ଏକ ବଡ଼ ବୟାନ ଦେଇଛନ୍ତି । ପ୍ରକୃତରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ODI (India vs New Zealand 3rd ODI) ରେ ଚୂଡ଼ାନ୍ତ ଏକାଦଶ (Team India Playing 11) ରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିଛି । କିନ୍ତୁ ଋଷଭ ପନ୍ତ ପୁଣି ଥରେ ଫ୍ଲପ୍ ହୋଇ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଆଜି (ବୁଧବାର) ଅର୍ଥାତ ନଭେମ୍ୱର ୩୦ରେ ଖେଳା ଯାଉଥିବା ତୃତୀୟ ଦିନିକିଆ (IND vs NZ 3rd ODI) ରେ ଋଷଭ ପନ୍ତ ୧୬ ବଲରେ ୧୦ ରନ ସ୍କୋର କରି ଡରେଲ ମିଚେଲଙ୍କ ବଲରେ ଆଉଟ ହୋଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ପୂରା ଗସ୍ତରେ ଋଷଭ ପନ୍ତଙ୍କ ବ୍ୟାଟ୍ ଶାନ୍ତ ରହିଛି ।


COMMERCIAL BREAK
SCROLL TO CONTINUE READING

ସେପଟେ ଏକ ସାକ୍ଷାତକାରରେ ହର୍ଷ ଭୋଗଲେ (Harsha Bhogle) ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ (Rishabh Pant) ଙ୍କୁ ପଚାରିଥିଲେ ଯେ, "ମୁଁ ବହୁ ବର୍ଷ ପୂର୍ବେ ବିରୁଙ୍କୁ ଏକ ପ୍ରଶ୍ନ ପଚାରିଥିଲି, ବର୍ତ୍ତମାନ ମୁଁ ଆପଣଙ୍କୁ ପଚାରୁଛି । ଆପଣକୁ ଦେଖି ଲାଗିଛି କି ହ୍ୱାଇଟ୍ ବଲ କ୍ରିକେଟ୍ ଆପଣଙ୍କର ଖାସ୍ ଜିନିଷ ହେବ, କିନ୍ତୁ ଆପଣଙ୍କର ଟେଷ୍ଟ ରେକର୍ଡ ସବୁଠାରୁ ଭଲ ଅଛି ।" ହର୍ଷ ଭୋଗଲେଙ୍କ ଏହି ପ୍ରଶ୍ନ ଉପରେ ଋଷଭ ପନ୍ତ ଜବାବ ଦେଇଛନ୍ତି ଯେ, "ରେକର୍ଡ ହେଉଛି ମୋର ଏକ ନମ୍ବର । ଧଳା ବଲ୍ କ୍ରିକେଟରେ ମଧ୍ୟ ମୋର ରେକର୍ଡ ଖରାପ ନୁହେଁ । ଟେଷ୍ଟ ମ୍ୟାଚ୍ ଓ ସୀମିତ ଓଭର କ୍ରିକେଟ୍ ତୁଳନା କରାଯିବା ଉଚିତ୍ ନୁହେଁ । ତୁଳନା କରିବା ମୋ ଜୀବନର ଏକ ଅଂଶ ନୁହେଁ । ବର୍ତ୍ତମାନ ମୋର ବୟସ ୨୪-୨୫ ବର୍ଷ ହେବ ଓ ମୋର ତୁଳନା ସେତେବେଳେ କରିବେ ଯେତେବେଳେ ମୋର ୩୦-୩୨ ବର୍ଷ ହେବ । ଏହାପୂର୍ବରୁ ମୋ ପାଇଁ କୌଣସି ତର୍କ ନାହିଁ ।"


https://twitter.com/GemsOfCricket/status/1597809640011882496?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1597809640011882496%7Ctwgr%5E9de0ad55f58be21530faed5c55fa25fcd12a333f%7Ctwcon%5Es1_&ref_url=https%3A%2F%2Fhindi.news24online.com%2Fsports%2Fcricket%2Frishabh-pant-said-record-to-mera-ek-number-hai-after-flop-in-ind-vs-nz-3rd-odi-rishabh-pant-vs-harsha-bhogle-brmp%2F98249%2F


ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର: ମୋଦି ସରକାର ବଦଳାଇଲେ ନିୟମ, ଶେଷ ହେବ ପେନସନ୍ ଓ ଗ୍ରାଚ୍ୟୁଇଟି!


ଅଧିକ ପଢ଼ନ୍ତୁ:-ଭଉଣୀର ଅନୈତିକ ସମ୍ପର୍କ ନେଲା ଭାଇର ଜୀବନ, ବିବାହିତ ପ୍ରେମିକର କଟୁରୀ ଚୋଟରେ ବାପା ଗୁରୁତର


ଅଧିକ ପଢ଼ନ୍ତୁ:-ଦଲେର ମେହେନ୍ଦୀଙ୍କ ପୁଣି ବଢ଼ିଲା ଅସୁବିଧା, ଗୁରୁଗ୍ରାମ ସ୍ଥିତ ଫାର୍ମହାଉସ ସିଲ୍; ଜାଣନ୍ତୁ ପୂରା ମାମଲା


ଏଠାରେ କହି ରଖୁଛୁ ଯେ, ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ୩୧ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହି ସମୟ ମଧ୍ୟରେ ସେ ଅନେକ ମ୍ୟାଚ୍ ଜିତାଇବା ଇନିଂସ ଖେଳିଛନ୍ତି । ଯଦିଓ ତାଙ୍କ ବ୍ୟାଟ୍ ସୀମିତ ଓଭର ଫର୍ମାଟରେ କିଛି ବିଶେଷ କରିବାକୁ ସକ୍ଷମ ହୋଇନାହିଁ । ସେ ଗତ ଅନେକ ମ୍ୟାଚ୍‌ରେ କ୍ରମାଗତ ଭାବେ ଫ୍ଲପ୍ କରୁଛନ୍ତି । ଏପରିକି ଟି-୨୦ ବିଶ୍ୱକପ ୨୦୨୨ରେ ମଧ୍ୟ ପନ୍ତ କିଛି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିପାରିନଥିଲେ । ଯଦିଓ ତାଙ୍କୁ ଦୀନେଶ କାର୍ତ୍ତିକଙ୍କ ଅପେକ୍ଷା କମ୍ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିଲା । ବର୍ତ୍ତମାନ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ODI ସିରିଜ୍ ଖେଳୁଛି, ଯେଉଁଥିରେ ଋଷଭ ପନ୍ତଙ୍କ ବ୍ୟାଟ୍ ଶାନ୍ତ ରହିଛି ।