Jajpur News: ଭଉଣୀର ଅନୈତିକ ସମ୍ପର୍କ ନେଲା ଭାଇର ଜୀବନ, ବିବାହିତ ପ୍ରେମିକର କଟୁରୀ ଚୋଟରେ ବାପା ଗୁରୁତର
Advertisement

Jajpur News: ଭଉଣୀର ଅନୈତିକ ସମ୍ପର୍କ ନେଲା ଭାଇର ଜୀବନ, ବିବାହିତ ପ୍ରେମିକର କଟୁରୀ ଚୋଟରେ ବାପା ଗୁରୁତର

Jajpur News: ଶାନ୍ତନୁ ବିବାହିତ ଥିଲେ । ଏହି କାରଣରୁ ପରିବାର ଲୋକ ଏହି ସମ୍ପର୍କକୁ ବିରୋଧ କରୁଥିଲେ । ଧୀରେ ଧୀରେ ଏହି ମାମଲା ବଢ଼ିବାରେ ଲାଗିଥିଲା । ପରେ ଘଟଣାରେ ଉତକ୍ଷିପ୍ତ ହୋଇ ଗତକାଲି (ମଙ୍ଗଳବାର) ଅର୍ଥାତ ନଭେମ୍ୱର ୨ ରାତିରେ ଯୁବତୀଙ୍କ ପରିବାର ଲୋକଙ୍କୁ ପ୍ରେମିକ ସାନ୍ତନୁ ଆକ୍ରମଣ କରିଥିଲା ।

Jajpur News: ଭଉଣୀର ଅନୈତିକ ସମ୍ପର୍କ ନେଲା ଭାଇର ଜୀବନ, ବିବାହିତ ପ୍ରେମିକର କଟୁରୀ ଚୋଟରେ ବାପା ଗୁରୁତର

Jajpur News: ଯାଜପୁର (Jajpur) ରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ପ୍ରେମରେ ବିଫଳ ହେବାରୁ ଯୁବତୀଙ୍କ ଭାଇଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣାରେ ଯୁବତୀଙ୍କ ବାପା ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହି ଘଟଣାଟି ଯାଜପୁର ଜିଲ୍ଲାର କାଳିଆପାଣି ଥାନା ତାରିଣୀ ଛକରେ ଘଟିଛି । ସୂଚନା ମୁତାବକ, ଅଭିଯୁକ୍ତ ଶାନ୍ତନୁ ନାମକ ଯୁବକ ସନ୍ତୋଷ ମହାପାତ୍ରଙ୍କ ଝିଅକୁ ଭଲ ପାଉଥିଲା । ଶାନ୍ତନୁ ବିବାହିତ ଥିଲେ । ଏହି କାରଣରୁ ପରିବାର ଲୋକ ଏହି ସମ୍ପର୍କକୁ ବିରୋଧ କରୁଥିଲେ । ଧୀରେ ଧୀରେ ଏହି ମାମଲା ବଢ଼ିବାରେ ଲାଗିଥିଲା । ପରେ ଘଟଣାରେ ଉତକ୍ଷିପ୍ତ ହୋଇ ଗତକାଲି (ମଙ୍ଗଳବାର) ଅର୍ଥାତ ନଭେମ୍ୱର ୨ ରାତିରେ ଯୁବତୀଙ୍କ ପରିବାର ଲୋକଙ୍କୁ ପ୍ରେମିକ ସାନ୍ତନୁ ଆକ୍ରମଣ କରିଥିଲା ।

ଗତକାଲି ଯେତେବେଳେ ସନ୍ତୋଷ ମହାପାତ୍ର ଓ ତାଙ୍କ ପୁଅ ଜିତେନ୍ଦ୍ର ସେମାନଙ୍କ ଦୋକାନରେ ଥିଲେ, ସେହି ସମୟରେ ଶାନ୍ତନୁ ଜିତେନ୍ଦ୍ରଙ୍କ ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣ ସମୟରେ ନିଜ ପୁଅକୁ ରକ୍ଷା କରିବାକୁ ଯାଇ ସନ୍ତୋଷ ମହାପାତ୍ର ମଧ୍ୟ ଶାନ୍ତନୁର କ୍ରୋଧର ଶିକାର ହୋଇଥିଲେ । ଫଳରେ ଉଭୟ ବାପା ଓ ପୁଅ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ସୁକିନ୍ଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଜିତେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ବର୍ତ୍ତମାନ ଗୁରୁତର ଅବସ୍ଥାରେ ସନ୍ତୋଷ ମହାପାତ୍ରଙ୍କ ଚିକିତ୍ସା ଚାଲିଛି । 

ଅଧିକ ପଢ଼ନ୍ତୁ:-ଦଲେର ମେହେନ୍ଦୀଙ୍କ ପୁଣି ବଢ଼ିଲା ଅସୁବିଧା, ଗୁରୁଗ୍ରାମ ସ୍ଥିତ ଫାର୍ମହାଉସ ସିଲ୍; ଜାଣନ୍ତୁ ପୂରା ମାମଲା

ଅଧିକ ପଢ଼ନ୍ତୁ:-ବଡ଼ ଝଟକା, ବୁଡ଼ିଯିବ LIC ଟଙ୍କା!

ଅଧିକ ପଢ଼ନ୍ତୁ:-ଫିଫା ବିଶ୍ୱକପ ୨୦୨୨ ପାଇଁ ୪୦୦ରୁ ୫୦୦ ଶ୍ରମିକଙ୍କ ମୃତ୍ୟୁ, କାତାର ଅଧିକାରୀ କଲେ ଖୁଲାସା

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକମାନେ କାଳିଆପାଣି ନିକଟସ୍ଥ ଏକ ଟ୍ରକରେ ନିଆଁ ଲଗାଇଦେଇଛି । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲା । ସେପଟେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ଓ ପଚରାଉଚରା କରୁଛି । ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।   

ସେପେଟ ଶ୍ରଦ୍ଧା ୱାକର ଓ ତାଙ୍କ ସାଙ୍ଗମାନ (Shraddha Walker Friends) ଙ୍କ ମଧ୍ୟରେ ହୋଇଥିବା ଚାଟ୍ ଦିଲ୍ଲୀ ପୋଲିସ ହାତରେ ଲାଗିଛି, ଯାହା ଆଫତାବ ଅମିନ ପୁନାୱାଲା (Aftab Amin Poonawalla) ଦ୍ୱାରା ଦୁର୍ବ୍ୟବହାରର ଖୁଲାସା କରିଥାଏ । ନିର୍ଯାତନା ପରେ  ମେ ୧୮ରେ ଶ୍ରଦ୍ଧାଙ୍କୁ ହତ୍ୟା କରାଯାଇଥିଲା । ଶ୍ରଦ୍ଧା ନିଜ ମୃତ୍ୟୁ ପୂର୍ବରୁ ହ୍ୱାଟସଆପ୍ ଓ ଇନଷ୍ଟାଗ୍ରାମରେ ତାଙ୍କ ସାଙ୍ଗ ଓ ସହକର୍ମୀଙ୍କ ସହ କଥାବାର୍ତ୍ତା ହୋଇଥିଲେ । ସେ ସେମାନଙ୍କୁ କହିଥିଲେ ଯେ ସେମାନଙ୍କ ସମ୍ପର୍କ ଆରମ୍ଭରୁ ଆଫତାବ ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ ।

ଶ୍ରଦ୍ଧା ଏକ ଚାଟରେ ଲେଖିଛନ୍ତି ଯେ, "ମୁଁ ଗତକାଲିର ମାଡରୁ ଠିକ୍ ହୋଇପାରି ନାହିଁ .. ମୋର ବିପି (ରକ୍ତଚାପ) କମ୍ ଅଛି ଓ ମୋ ଦେହ ଯନ୍ତ୍ରଣା ଅନୁଭବ କରୁଛି ।" ଦୁଇ ବର୍ଷ ପୂର୍ବେ ସେ ଜଣେ ସହକର୍ମୀଙ୍କ ସହ ଏହି ବାର୍ତ୍ତାଳାପ କରିଥିଲେ । ସେହି ସମୟରେ ସେ ତାଙ୍କ ପ୍ରେମିକ ଆଫତାବଙ୍କ ସହ ମୁମ୍ବାଇ ନିକଟ ନିଜ ଗୃହ ସହର ଭାସାଇରେ ରହୁଥିଲେ । ଶ୍ରଦ୍ଧାଙ୍କ ମୁହଁରେ ଆଘାତ ଚିହ୍ନ ରହିଥିଲା । ତାଙ୍କ ଛବି ସଂଲଗ୍ନ କରି ସେ ତାଙ୍କ ସହକର୍ମୀଙ୍କୁ କହିଥିଲେ, "ମୋ ପାଖରେ ବିଛଣାରୁ ଉଠିବାର ଶକ୍ତି ନାହିଁ । ମୁଁ ଆପଣଙ୍କୁ ଯେଉଁ ଅସୁବିଧାରେ ପକାଇଛି ଓ ଯେଉଁଭଳି ଭାବେ କାର୍ଯ୍ୟକୁ ପ୍ରଭାବିତ କରିଛି ସେଥିପାଇଁ ମୁଁ ଆନ୍ତରିକତାର ସହ କ୍ଷମା ପ୍ରାର୍ଥନା କରୁଛି ।" ଏଠାରେ କହି ରଖୁଛୁ ଯେ, ଗତ ବର୍ଷ ଡିସେମ୍ବରରେ ଶ୍ରଦ୍ଧାଙ୍କୁ ଭାସାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର କହିଛନ୍ତି ଯେ ଯେତେବେଳେ ଶ୍ରଦ୍ଧା ତାଙ୍କ ନିକଟକୁ ଆସିଥିଲେ, ତାଙ୍କ ଶରୀରର ଆଭ୍ୟନ୍ତରୀଣ ଅଂଶରେ ଆଘାତ ଲାଗିଥିଲା । ତାଙ୍କ ପିଠିରେ ଗଭୀର ଯନ୍ତ୍ରଣା, ବାନ୍ତି, ବେକ ଯନ୍ତ୍ରଣା, ବେକ ହଲାଇବାରେ ଅସୁବିଧା, ଏବଂ ତଳ ଅଙ୍ଗରେ ଝିନଝିନ୍ ଓ ନିସ୍ତେଜତା ଥିଲା ।

ଶ୍ରଦ୍ଧା ୱାକରଙ୍କ ବାପା ଓ ଭାଇଙ୍କ ରକ୍ତ ନମୁନା ଏପର୍ଯ୍ୟନ୍ତ ଉଦ୍ଧାର ହୋଇଥିବା ମୃତଦେହ ସହିତ ଡିଏନ୍ଏ ମେଳ ପାଇଁ ନିଆଯାଇଛି । ପୋଲିସ ଏକ ବୟାନରେ ମଧ୍ୟ କହିଛି ଯେ, ଅଭିଯୁକ୍ତ ଆଫତାବ ଦେଇଥିବା ଉତ୍ତରଗୁଡିକର ବିଭ୍ରାନ୍ତିକର ପ୍ରକୃତିକୁ ଦୃଷ୍ଟିରେ ରଖି ତାଙ୍କ ନାର୍କୋ ଟେଷ୍ଟ ପରୀକ୍ଷା ପାଇଁ ଏକ ଆବେଦନ କରାଯାଇଥିଲା । ଏହାକୁ କୋର୍ଟ ଅନୁମୋଦନ କରିଛନ୍ତି । ଅଭିଯୁକ୍ତ ଆଫତାବ ଆମିନ ପୁନାୱାଲାଙ୍କ ନାର୍କୋ ଟେଷ୍ଟକୁ ପାଞ୍ଚ ଦିନ ମଧ୍ୟରେ ଶେଷ କରିବାକୁ ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।