Sania Mirza And Shoaib Malik: ଭାରତୀୟ ଟେନିସ୍‌ ଷ୍ଟାର ସାନିଆ ମିର୍ଜା ଓ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକ। ଏ ଦମ୍ପତି ଏବେ ଅଲଗା ହୋଇ ଯାଇଛନ୍ତି। ଗତମାସରେ ସାନିଆ ଓ ସୋଏବ ଛାଡପତ୍ର ହେବା ନେଇ ଖବର ସାମ୍ନାକୁ ଆସିଥିଲା । କିନ୍ତୁ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲେ ବି ଉଭୟ ନିଜ ପୁଅ ଇଜହାନକୁ ସମୟ ଦେଉଛନ୍ତି । ଏବଂ କୁନି ପୁଅ ସହ ସମୟ ମଧ୍ୟ ବିତାଉଛନ୍ତି । ସାନିଆ ସୋଏବଙ୍କ ପରିବାରର ନିକଟ ସୂତ୍ରରୁ ପ୍ରକାଶ ଯେ, ଦୁହେଁ ଅଲଗା ହୋଇସାରିଛନ୍ତି, କିନ୍ତୁ କିଛି ଆଇନଗତ ସମସ୍ୟା ହେତୁ ଛାଡପତ୍ର ଘୋଷଣା କରି ନାହାଁନ୍ତି।


COMMERCIAL BREAK
SCROLL TO CONTINUE READING

ଦୀର୍ଘ ସମୟ ଧରି ଉଭୟଙ୍କୁ ଏକାଠି କୌଣସି ଇଭେଣ୍ଟରେ ଦେଖାଯାଇ ନ ଥିଲା। ଅବଶ୍ୟ, ନିକଟରେ ଉଭୟ ଏକମାତ୍ର ସନ୍ତାନ ସହିତ ସମୟ ବିତାଉ ଥିବା ନେଇ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି । ପ୍ରଥମେ ଭାରତୀୟ ଟେନିସ୍ ତାରକା ତାଙ୍କ ପୁଅ ଇଜହାନ୍ ସହ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଆଉ ଯେଉଁଥିରେ ସେ କ୍ୟାପସନ ଲେଖିଥିଲେ ଯେ, ''ମୋର ଦୁନିଆ (ମାଇଁ ଓ୍ବାର୍ଲ) ଲେଖି ଏକ ହାର୍ଟ ଇମୋଜି ଦେଇଥିଲେ। ସେହିପରି ସାନିଆଙ୍କ ପରି ସୋଏବ ମଧ୍ୟ ରବିବାର ଦିନ ଇନଷ୍ଟାରେ ନିଜ ପୁଅ ସହ ଏକ ଭିଡିଓ କ୍ଲିପ୍ ସେୟାର କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ,ସୋଏବ ଓ ତାଙ୍କ ପୁଅ ଏକ କାରରେ ବସିଛନ୍ତି । ଏବଂ ସୋଏବ ଏହି ଭିଡିଓ କ୍ଲିପର କ୍ୟାପସନରେ ଲେଖିଥିଲେ ଯେ, 'ଶ୍ରୀଲଙ୍କା ପ୍ରିମିୟର ଲିଗକୁ ଯିବା ପୂର୍ବରୁ ପୁଅ ସହ କିଛି ସମୟ...ଏବଂ ଲଙ୍ଗ ଡ୍ରାଇଭ୍ ... ଡ୍ରାଇଭ୍ ସମୟରେ ଆମର ବେଲ୍ଟ ପିନ୍ଧିଛୁ ,ଆପଣ ସମସ୍ତେ ମଧ୍ୟ ବେଲ୍ଟ ପିନ୍ଧନ୍ତି ...।'


 




 


ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ୍ ଛାଡପତ୍ର ହୋଇଥିବା ଜଣାଯାଇଛି। ଯଦିଓ ଉଭୟଙ୍କ ଛାଡପତ୍ର ନେଇ କେହି ଏ-ପର୍ଯ୍ୟନ୍ତ ଅଫିସିଆଲ ଘୋଷଣା କରି ନାହାଁନ୍ତି । ନିକଟରେ ଛାଡପତ୍ର ଗୁଜବ ମଧ୍ୟରେ ଦୁହେଁ ନିଜ ପୁଅର ଜନ୍ମଦିନ ମଧ୍ୟ ଏକାଠି ପାଳନ କରିଥିଲେ କିନ୍ତୁ ସୋସିଆଲ ମିଡିଆରେ କେବଳ ସୋଏବ ମଲିକ ଜନ୍ମଦିନ ପାର୍ଟିର କିଛି ଫଟୋ ସେୟାର କରିଥିଲେ , କିନ୍ତୁ ସାନିଆ ମିର୍ଜା କୌଣସି ଫଟୋ ସେୟାର କରି ନ ଥିଲେ। ସୋଏବ ମଲିକ ମଧ୍ୟ ତାଙ୍କ ପତ୍ନୀ ସାନିଆ ମିର୍ଜାଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି କିନ୍ତୁ ସେ ଏହି ପୋଷ୍ଟକୁ ପସନ୍ଦ କରନ୍ତି ନାହିଁ କିମ୍ବା ରିପ୍ଲାଏ ମଧ୍ୟ ଦେଇନାହାଁନ୍ତି। ସାନିଆ ବର୍ତ୍ତମାନ ଦିଲ୍ଲୀରେ ନିଜର ଟେନିସ୍ ଏକାଡେମୀ ପ୍ରୋତ୍ସାହିତ କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ସୋଏବ ଘରୋଇ କ୍ରିକେଟ୍ ଲିଗରେ ଖେଳିବାକୁ ଶ୍ରୀଲଙ୍କା ଅଭିମୁଖେ ଯାଉଛନ୍ତି। ଦି ମିର୍ଜା ମଲିକ୍ ଶୋ' ନାମକ ଏକ ଟକ୍ ସୋ ଆୟୋଜନ କରିବା ପାଇଁ ଦୁହେଁ ଏକାଠି ହୋଇଥିଲେ। ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ର ଖବର ଆସିବା ପରେ ଟିଭି ଶୋ’ର ପ୍ରୋମୋ ମଧ୍ୟ ରିଲିଜ୍ ହୋଇଥିଲା ।