WFI Elections 2023: ବିଜେପି ସାଂସଦ ବ୍ରିଜ ଭୂଷଣ ସିଂଙ୍କ (Brij Bhushan Sharan Singh) ନିକଟତର କୁହାଯାଉଥିବା ସଞ୍ଜୟ ସିଂ (Sanjay Singh) ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ସିଂ ୨୦୦୮ ରେ ବାରାଣାସୀ ରେସଲିଂ ଆସୋସିଏସନର ଜିଲ୍ଲା ସଭାପତି ହୋଇଥିଲେ । ୨୦୦୯ ରେ ଯେତେବେଳେ ଉତ୍ତରପ୍ରଦେଶ ରେସଲିଂ ଆସୋସିଏସନ ଗଠନ ହେଲା ସେତେବେଳେ ବ୍ରିଜ ଭୂଷଣ ଶରଣ ସିଂ ରାଜ୍ୟ ସଭାପତି ଓ ସଞ୍ଜୟ ସିଂ ଉପ-ସଭାପତି ହୋଇଥିଲେ ।


COMMERCIAL BREAK
SCROLL TO CONTINUE READING

ସଞ୍ଜୟ ସିଂ କମନୱେଲଥ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅନୀତା ଶୋରାନଙ୍କ (Anita Sheoran) ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ବ୍ରିଜ ଭୂଷଣ ସିଂ ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିବା କୁସ୍ତିଯୋଦ୍ଧାଙ୍କ ଅନୀତା ସମର୍ଥନ ଥିଲା । ଅଲିମ୍ପିକ୍ ପଦକ ବିଜେତା ବଜରଙ୍ଗ ପୁନିଆ ଓ ସାକ୍ଷି ମଲିକ୍, ବିଶ୍ୱ ଚାମ୍ପିଅନସିପ୍ ପଦକ ବିଜେତା ବିନେଶ ଫୋଗେଟଙ୍କ ସମେତ ବହୁ ଶ୍ରେଷ୍ଠ କୁସ୍ତିଯୋଦ୍ଧା ବ୍ରଜ ଭୂଷଣ ସିଂଙ୍କ ବିରୋଧରେ ଜନ୍ତର ମନ୍ତ୍ରରେ ବିରୋଧ କରିଥିଲେ ।



ଫଳାଫଳ ପରେ ବ୍ରିଜ ଭୂଷଣ ସିଂଙ୍କ ପୁତୁରା ବିଶାଲ ସିଂ କହିଛନ୍ତି ଯେ ଆମର ପୁରା ପ୍ୟାନେଲ ଜିତିଛି । ସମସ୍ତେ ଭଲ ସଂଖ୍ୟାଗରିଷ୍ଠତା ସହିତ ଜିତିଛନ୍ତି ।


କ’ଣ କହିଛନ୍ତି ସଂଞ୍ଜୟ ସିଂ?
ନିର୍ବାଚନରେ ​​ଜିତିବା ପରେ ସଞ୍ଜୟ ସିଂ କହିଛନ୍ତି, "ବର୍ତ୍ତମାନ ଜାତୀୟ ଶିବିର (କୁସ୍ତି ପାଇଁ) ଆୟୋଜିତ ହେବ । ରାଜନୀତି କରିବାକୁ ଚାହୁଁଥିବା କୁସ୍ତିଯୋଦ୍ଧାମାନେ ରାଜନୀତି କରିପାରିବେ, ଯେଉଁମାନେ କୁସ୍ତି କରିବାକୁ ଚାହୁଁଛନ୍ତି ସେମାନେ କୁସ୍ତି କରିବେ ।"