Danushka Gunathilaka:  ନୂଆଦିଲ୍ଲୀ: ବିଶ୍ୱକପରୁ ବାଦ ପଡ଼ିବା ପରେ ସ୍ୱଦେଶ ଫେରିଛି ଶ୍ରୀଲଙ୍କା ଦଳ (Sri Lanka Cricket Team)। ତେବେ ଫେରିବା ସମୟରେ କଳଙ୍କ ମୁଣ୍ଡାଇଛି ଦଳ। ଦୁଷ୍କର୍ମ ଅଭିଯୋଗରେ (Rape Alligation) ଗିରଫ ହୋଇଥିବା ଶ୍ରୀଲଙ୍କାର (Srilanka) ଜବରଦସ୍ତ ବ୍ୟାଟସମ୍ୟାନ ଦନୁଷ୍କା ଗୁଣଥିଲାକାଙ୍କ (Danushka Gunathilaka) ପାଇଁ ଅଡ଼ୁଆ ବଢିବାରେ ଲାଗିଛି। ସେପଟେ ଟିମ ତାଙ୍କୁ ଏକା ଅଷ୍ଟ୍ରେଲିଆରେ (Australia) ଛାଡ଼ି ଶ୍ରୀଲଙ୍କା (Srilanka) ଉଡ଼ାଣ ଭରିଛି। ବର୍ତ୍ତମାନ ଦୁଷ୍କର୍ମ ଅଭିଯୋଗରେ ସେ ଅଷ୍ଟ୍ରେଲିଆରେ (Australia) ଗିରଫ ହୋଇଛନ୍ତି। ତେବେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ଶ୍ରୀଲଙ୍କାର କ୍ରିକେଟ ବୋର୍ଡ (Sri Lanka Cricket Board) ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବୋର୍ଡ଼ ତାଙ୍କୁ ସମସ୍ତ ଫର୍ମାଟରୁ ସସପେଣ୍ଡ କରିଦେଇଥିବା ଜଣାପଡ଼ିଛି। ଏହି ନିର୍ଦ୍ଦେଶ ପରବର୍ତ୍ତୀ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ଲାଗୁ ହେବ। ସେପର୍ଯ୍ୟନ୍ତ ଆଉ କୌଣସି ଫର୍ମାଟର କ୍ରିକେଟ ଖେଳି ପାରିବେ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ଶ୍ରୀଲଙ୍କାର କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ଯେ ଦାନୁଷ୍କା ଗୁନାଥିଲାକାଙ୍କ ବିରୋଧରେ ଜଣେ ମହିଳାଙ୍କ ସହିତ ଯୌନ ଶୋଷଣ ଅଭିଯୋଗ ଆସିଥିବାର ଅଭିଯୋଗ ହୋଇଛି। ତେବେ ଏହି ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ କରାଯାଇଛି। ସେପଟେ ଏହି ଅଭିଯୋଗ ଆସିବା ପରେ ଶ୍ରୀଲଙ୍କାର କ୍ରିକେଟ ବୋର୍ଡର ଏକଜିକ୍ୟୁଟିଭ କମିଟି ଏହି ନିଷ୍ପତ୍ତି ନେଇଛି। ପ୍ରାଥମିକ ପର୍ଯ୍ୟାୟରେ କ୍ରିକେଟ କୌଣସି ଫର୍ମାଟ ପାଇଁ ତାଙ୍କୁ ଯୋଗ୍ୟ ବିବେଚିତ କରାଯିବ ନାହିଁ ବୋଲି କମିଟି ସୂଚନା ଦେଇଛି। ବୟାନରେ ଆହୁରି ମଧ୍ୟ କୁହାଯାଇଛି କି ଧନୁଷ୍କାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ କ୍ରିକେଟ ଫୋରମ ଏହା ଉପରେ ଅନୁଧ୍ୟାନ କରିବ। ଆବଶ୍ୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ। ଅଷ୍ଟ୍ରେଲିଆ କୋର୍ଟରେ ଚାଲିଥିବା ଏହି ମାମଲାରେ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତେବେ ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଟି ସୂଚନା ଦେଇଛି। 


ସୂଚନାଯୋଗ୍ୟ ସିଡନୀ ପୋଲିସ ଗତ ରବିବାର ଶ୍ରୀଲଙ୍କାର ଏହି ଦୁର୍ଦ୍ଦାନ୍ତ ବ୍ୟାଟସମ୍ୟାନ ଦନୁଷ୍କା ଗୁନାଥିଲାକାଙ୍କୁ ଗିରଫ କରିଥିଲା। ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ସିଡନୀ ପୋଲିସ। ତାଙ୍କୁ ହୋଟେଲରୁ ଗିରଫ କରିଥିଲା ସ୍ଥାନୀୟ ପୋଲିସ। ତେବେ ତାଙ୍କୁ ଏକା ଛାଡ଼ି ପୁରା ଟିମ ଶ୍ରୀଲଙ୍କା ଫେରିଛି। 


ନ୍ୟୁ ସାଉଥ ଓ୍ୱେଲସ ପୋଲିସ କହିବା ଅନୁଯାୟୀ  ଅନଲାଇନ ଡେଟିଂ ଆପ ଜରିଆରେ ଉଭୟ ପରସ୍ପର ସହିତ କଥା ହେଉଥିଲେ। ଦୀର୍ଘ ଦିନର ଭାବ ଦିଆନିଆ ପରେ ପରସ୍ପରଙ୍କୁ ହୋଟେଲରେ ଭେଟିଥିଲେ। ଦୀର୍ଘ ଦିନ ଧରି ପରସ୍ପର ସହିତ କଥା ହେବା ପରେ ଉଭୟ ଉଭୟଙ୍କୁ ସାକ୍ଷାତ କରିଥିଲେ। ପରେ ଉକ୍ତ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ନେଇ ପୀଡ଼ିତା ଜଣକ ଅଭିଯୋଗ କରିଥିଲେ। ମହିଳାଙ୍କ ଘରେ ତାଙ୍କ ସହିତ ଦୁଷ୍କର୍ମ କରିଥିବା ନେଇ ପୋଲିସରେ ଅଭିଯୋଗ ହୋଇଥିଲା। ତେବେ ଘଟଣା ସ୍ଥଳରେ ତଦନ୍ତ କରିବା ପରେ ଧନୁଷ୍କାଙ୍କୁ ସସେକ୍ସ ଷ୍ଟ୍ରିଟରୁ ଗିରଫ କରିଥିଲା।