IND Vs PAK, Iftikhar Ahmed: ଟି-୨୦ ବିଶ୍ୱକପ ୨୦୨୨ ର (T20 World Cup 2022) ପ୍ରଥମ ମ୍ୟାଚରେ ଭାରତ (Team India) ବିପକ୍ଷ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ (Pakistan) ପରାଜୟର ସାମ୍ନା କରିବାକୁ ପଡିଥିଲା । ପାକିସ୍ତାନର ମଧ୍ୟମ ଅର୍ଡର ବ୍ୟାଟ୍ସମ୍ୟାନ୍ ଇଫ୍ତିଖାର ଅହମ୍ମଦ (Iftikhar Ahmed) କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ତାଙ୍କ ଦଳ ଏହି ପରାଜୟର ଦୁଃଖକୁ ଭୁଲି ପାରି ନାହିଁ । ଇଫ୍ତିଖାରଙ୍କ ଅନୁଯାୟୀ, ଯଦିଓ ସେହି ମ୍ୟାଚରେ ଦଳକୁ ପରାଜୟର ସାମ୍ନା କରିବାକୁ ପଦଡିଥିଲା, ବାକି ଟୁର୍ଣ୍ଣାମେଣ୍ଟ ପାଇଁ ସେମାନଙ୍କ ଆତ୍ମବିଶ୍ୱାସ ବହୁତ ବୃଦ୍ଧି ପାଇଛି । ଏହି ମ୍ୟାଚ ପରେ ଦଳ ଗଣମାଧ୍ୟମ ଠାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲା ।


COMMERCIAL BREAK
SCROLL TO CONTINUE READING

ଜିମ୍ବାୱେ ବିପକ୍ଷ ମ୍ୟାଚ୍ ପୂର୍ବରୁ ଇଫ୍ତିଖାର ଅହମ୍ମଦ କହିଛନ୍ତି, "ଏତେ ବଡ ମ୍ୟାଚ୍ ହାରିବାର ଯନ୍ତ୍ରଣା ଏବେ ବି ଜାରି ରହିଛି । ଆମର ହୃଦୟ ଭାଙ୍ଗି ଯାଇଛି । ବାବର ଓ ଟିମ୍ ମ୍ୟାନେଜମେଣ୍ଟ ଖେଳାଳିଙ୍କୁ ଯେଉଁଭଳି ଭାବରେ ସମର୍ଥନ କରିଥିଲେ ତାହା ଚମତ୍କାର ଥିଲା । ବାବର ଓ କୋଚମାନେ ଆମକୁ ଏହା କହିଥିଲେ ଯେ ଏହା ଆମର ଶେଷ ମ୍ୟାଚ୍ ନୁହେଁ ଓ ସମସ୍ତେ ନିଜ ଉଦ୍ୟମ ଲଗାଇଥିଲ ।"


ମେଲବର୍ଣ୍ଣ ଠାରେ ଭାରତ ବିପକ୍ଷରେ ପ୍ରଥମ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୫୯ ରନ୍ ସଂଗ୍ରହ କରିଥିଲା । ଇଫ୍ତିଖାର ଅହମ୍ମଦ ପାକିସ୍ତାନ ପାଇଁ ଏକ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କ ବ୍ୟତୀତ ଶାନ ମାସୁଦ ମଧ୍ୟ ଅପରାଜିତ ଅର୍ଦ୍ଧଶତକ ଇନିଂସ ଖେଳିଥିଲେ । ବାବର ଆଜାମ ଓ ମହମ୍ମଦ ରିଜୱାନଙ୍କୁ ଶୀଘ୍ର ଆଉଟ ହୋଇଯିବା ପରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନମାନେ ଭଲ ବ୍ୟାଟିଂ କରି ଦଳକୁ ଏକ ଶକ୍ତିଶାଳୀ ସ୍କୋର ଆଡକୁ ନେଇଥିଲେ । ଭାରତ ପାଇଁ ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟେକ ତିନିଟି ଲେଖାଏଁ ୱିକେଟ୍ ନେଇଥିଲେ ।


ଲକ୍ଷ୍ୟକୁ ପିଛାକରି ଭାରତୀୟ ଦଳର ଆରମ୍ଭ ବହୁତ ଖରାପ ଖେଳିଥିଲା ଓ ଦଳ ମାତ୍ର ୩୧ ରନ୍ କରି ନିଜର ୪ ବଡ଼ ୱିକେଟ୍ ହରାଇଥିଲା । ଏହା ପରେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳକୁ ମ୍ୟାଚରେ ଫେରାଇ ଆଣିବା ପାଇଁ ଚେଷ୍ଟା କରି ୧୧୩ ରନର ଏକ ମହତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ । ଭାରତକୁ ଏକ ବଡ଼ ବିଜୟ ଦେବା ପାଇଁ କୋହଲି ଅପରାଜିତ ୮୨ ରନ୍ କରିଥିଲେ । ଶେଷ ତିନି ଓଭରରେ ଭାରତକୁ ଜିତିବା ପାଇଁ ୪୮ ରନ୍ ସ୍କୋର କରିବାକୁ ଥିଲା ଓ ଏହି କାମ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦ୍ୱାରା ଚତ୍ମକାର ଭାବେ କରାଯାଇଥିଲା ।


ଏହା ବି ପଢ଼ନ୍ତୁ: T20I cricket: ଅଖତର ଚାହୁଁଛନ୍ତି ଟି-୨୦ କ୍ରିକେଟରୁ ଅବସର ନିଅନ୍ତୁ କୋହଲି, ଜାଣନ୍ତୁ କାହିଁକି?


ଏହା ବି ପଢ଼ନ୍ତୁ: T20 World Cup 2022: ଅଷ୍ଟ୍ରେଲିଆରେ ଭାରତୀୟ ଖେଳାଳିକୁ ମାନସିକ ନିର୍ଯାତନା! ଖାଦ୍ୟ ଓ ନେଟ୍ ପ୍ରାକ୍ଟିସକୁ ବୟକଟ୍ କଲା ଟିମ୍ ଇଣ୍ଡିଆ