T20 World Cup 2022: ଅଷ୍ଟ୍ରେଲିଆରେ ଭାରତୀୟ ଖେଳାଳିକୁ ମାନସିକ ନିର୍ଯାତନା! ଖାଦ୍ୟ ଓ ନେଟ୍ ପ୍ରାକ୍ଟିସକୁ ବୟକଟ୍ କଲା ଟିମ୍ ଇଣ୍ଡିଆ
Advertisement
Article Detail0/zeeodisha/odisha1411105

T20 World Cup 2022: ଅଷ୍ଟ୍ରେଲିଆରେ ଭାରତୀୟ ଖେଳାଳିକୁ ମାନସିକ ନିର୍ଯାତନା! ଖାଦ୍ୟ ଓ ନେଟ୍ ପ୍ରାକ୍ଟିସକୁ ବୟକଟ୍ କଲା ଟିମ୍ ଇଣ୍ଡିଆ

T20 World Cup 2022: ଶେଷରେ ଖାଦ୍ୟ ଓ ପ୍ରାକ୍ଟିସକୁ ମ୍ୟାନ ଇନ୍ ବ୍ଲୁ ଟିମ ବୟକଟ କରିଛି। ନେଦରଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତୀୟ ଦଳକୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ଗୁରୁବାର ସିଡନୀ ଗ୍ରାଉଣ୍ଡରେ ଭାରତ ନେଦରଲାଣ୍ଡ ବିପକ୍ଷରେ ତାର ଦ୍ୱିତୀୟ ମ୍ୟାଚ ଖେଳିବ। 

T20 World Cup 2022: ଅଷ୍ଟ୍ରେଲିଆରେ ଭାରତୀୟ ଖେଳାଳିକୁ ମାନସିକ ନିର୍ଯାତନା! ଖାଦ୍ୟ ଓ ନେଟ୍ ପ୍ରାକ୍ଟିସକୁ ବୟକଟ୍ କଲା ଟିମ୍ ଇଣ୍ଡିଆ

T20 World Cup 2022, ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ପୁଣି ଥରେ ହିନସ୍ତା ହୋଇଛି ଟିମ୍ ଇଣ୍ଡିଆ! ଜାଣିଶୁଣି ଭାରତୀୟ ଖେଳାଳିଙ୍କୁ ଦିଆଯାଉଛି ମାନସିକ ନିର୍ଯାତନା। ନେଦରଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ମାନସିକ ଭାବେ ଦୁର୍ବଳ କରିବାକୁ ପ୍ରୟାସ କରାଯାଉଥିବା ଅଭିଯୋଗ ହୋଇଛି। ଅଷ୍ଟ୍ରେଲିଆରେ ଭାରତୀୟ ଦଳକୁ ରହଣୀ ପରେ ଖାଦ୍ୟ ଓ ଖେଳରେ ଅବହେଳା କରାଯାଇଛି। ଯାହାକୁ ନେଇ ଦଳ, ICC ଉପରେ ଖପ୍ପା ହୋଇଛି। ଶେଷରେ ବାଧ୍ୟ ହୋଇ ଖେଳାଳିମାନେ ଖାଦ୍ୟ ଓ ପ୍ରାକ୍ଟିସକୁ ବୟକଟ କରିଛନ୍ତି। ଖାଦ୍ୟ ଓ ପ୍ରାକ୍ଟିସ ମ୍ୟାଚରେ ଅବହେଳା ନେଇ ICC ନିକଟରେ ଅଭିଯୋଗ କରାଯାଇଥିବା ସୂତ୍ରରୁ ପ୍ରକାଶ।

ଟି-୨୦ ବିଶ୍ୱକପ ୨୦୨୨ର ଆରମ୍ଭରୁ ଅଷ୍ଟ୍ରେଲିଆରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ପ୍ରାକ୍ଟିସ ମ୍ୟାଚ ପୂର୍ବେ ଭାରତୀୟ ଖେଳାଳିମାନେ ଆଇସିସି ବିରୋଧରେ ଏକ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସେମାନେ କହିଥିଲେ ଯେ, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଦଳର ଖେଳାଳିଙ୍କୁ ରହିବା ପାଇଁ ପାଞ୍ଚ ତାରକା ହୋଟେଲରେ ବ୍ୟବସ୍ଥା କରାଯାଇଥିବା ବେଳେ ଭାରତୀୟ ଖେଳାଳିଙ୍କୁ ଚାରି ତାରକା ହୋଟେଲ ସେବା ଯୋଗାଇ ଦିଆଯାଇଛି। ତେବେ ବର୍ତ୍ତମାନ ଅବ୍ୟବସ୍ଥାର ସୀମା ଟପିଛି। ଭାରତୀୟ ଖେଳାଳିଙ୍କୁ ନୀମ୍ନମାନର ଖାଦ୍ୟ ଦିଆଯାଉଥିବା ବେଳେ ପ୍ରାକ୍ଟିସ ପାଇଁ ବହୁତ ଦୂର ଯାତ୍ରା କରିବାକୁ ପଡୁଥିବା ଅଭିଯୋଗ ହୋଇଛି।

Also Read: T20 World Cup 2022: ପାକିସ୍ତାନ ବିପକ୍ଷରେ ବ୍ୟାଟ୍ ବଦଳାଇଥିଲେ ବିରାଟ, କହିଲେ ଏହାର ବିଶେଷ କାରଣ

ଗୁରୁବାର ସିଡନୀ ଗ୍ରାଉଣ୍ଡରେ ଭାରତ, ନେଦରଲାଣ୍ଡ ବିପକ୍ଷରେ ତାର ଦ୍ୱିତୀୟ ମ୍ୟାଚ ଖେଳିବ। ଯେଉଁଥିପାଇଁ ଭାରତୀୟ ଦଳ ବର୍ତ୍ତମାନ ସିଡନୀରେ ଅଛନ୍ତି। ଏଠାରେ ସେମାନେ ତାଙ୍କର ପରବର୍ତ୍ତୀ ମ୍ୟାଚ୍ ପାଇଁ ପ୍ରସ୍ତୁତି କରିବାରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ, ଖବର ଆସିଛି ଯେ ସିଡନୀରେ ମିଳୁଥିବା ଖାଦ୍ୟକୁ ଦଳ ପସନ୍ଦ କରୁନାହାଁନ୍ତି। ଏ ସମ୍ପର୍କରେ ଆଇସିସିକୁ ଅଭିଯୋଗ କରାଯାଇଛି। ତେବେ ଅନ୍ୟ ଏକ ବଡ କଥା ହେଲା, ଟିମ୍ ଇଣ୍ଡିଆ ପ୍ରାକ୍ଟିସରେ ମଧ୍ୟ ଭାଗ ନେଉନାହିଁ। ଏହାର କାରଣ କୁହାଯାଉଛି ଯେ, ପ୍ରାକ୍ଟିସ ପାଇଁ ସ୍ଥିର ହୋଇଥିବା ଭେନ୍ୟୁ ଟିମ୍ ରହୁଥିବା ହୋଟେଲଠାରୁ ବହୁତ ଦୂରରେ ରହିଛି।

ବିସିସିଆଇର ଏକ ସୂତ୍ରରୁ ପ୍ରକାଶ, "ଭାରତୀୟ ଦଳକୁ ଦିଆଯାଇଥିବା ଖାଦ୍ୟ ଭଲ ନଥିଲା। ସେଠାରେ କେବଳ ସାଣ୍ଡୱିଚ୍ ଦିଆଯାଉଥିଲା। ନେଟ୍ ପ୍ରାକ୍ଟିସ ପୂର୍ବରୁ ଦିଆଯାଇଥିବା ଖାଦ୍ୟ ଥଣ୍ଡା ଥିଲା। ଏ ବିଷୟରେ ଆଇସିସିଙ୍କୁ ସୂଚନା ଦିଆଯାଇଛି। ଟି-୨୦ ବିଶ୍ୱକପ ୨୦୨୨ ସମୟରେ, ଆଇସିସି ଖେଳାଳି ଏବଂ ସପର୍ଟ ଟିମଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରୁଛି। ତେବେ ଦ୍ୱିପାକ୍ଷିକ ସିରିଜରେ ଆୟୋଜକ ଦେଶର କ୍ରିକେଟ୍ ବୋର୍ଡ ଖାଇବା ପିଇବାର ଦାୟିତ୍ୱ ତୁଲାଇଥାଏ। ସେପଟେ ନେଦରଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆ ଆଉ ନେଟ ପ୍ରାକ୍ଟିସରେ ଭାଗ ନେଉନାହିଁ। ସିଡନୀ ସୀମାରେ ଅବସ୍ଥିତ ବ୍ଲାକଟାଉନରେ ଟିମ୍ ଇଣ୍ଡିଆର ପ୍ରାକ୍ଟିସ୍ ପାଇଁ ସ୍ଥାନ ସ୍ଥିର କରାଯାଇଛି। ଖେଳାଳିମାନେ ରହୁଥିବା ହୋଟେଲରୁ ଏଠାରେ ପହଞ୍ଚିବାକୁ ୪୫ ମିନିଟ୍ ସମୟ ଲାଗୁଛି।

Also Read: IND vs NED: ଆହତ ଅଛନ୍ତି ହାର୍ଦ୍ଦିକ! ନେଦରଲ୍ୟାଣ୍ଡ ବିପକ୍ଷରେ ମ୍ୟାଚରେ ନେଇପାରନ୍ତି ବିଶ୍ରାମ

ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ତାଙ୍କର ପରବର୍ତ୍ତୀ ମ୍ୟାଚ୍ ଖେଳିବ। ୨୭ ଅକ୍ଟୋବରରେ ଏହି ମ୍ୟାଚ୍ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଶେଷ ମ୍ୟାଚରେ ବାଂଲାଦେଶ ବିପକ୍ଷରେ ନେଦରଲାଣ୍ଡ ପରାଜୟର ସମ୍ମୁଖୀନ ହୋଇଥିଲା। ଅନ୍ୟପଟେ ପାରମ୍ପାରୀକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭାରତ ପରାସ୍ତ କରିଛି। ତେବେ ଗୁରୁବାର ଭାରତ ଓ ନେଦରଲାଣ୍ଡ ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।