Sunil Gavaskar on T20 World Cup 2022 Team India: ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ (Indian Cricket Team) ନିଜର ମିଶନ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ପାଇଁ ଅଷ୍ଟ୍ରେଲିଆ ଗସ୍ତ (Australia Tour) ରେ ଅଛି । ଏଠାରେ ଟିମ୍ ଇଣ୍ଡିଆ (Team India) ନିଜର ସମସ୍ତ ୱାର୍ମ ଅପ୍ ମ୍ୟାଚ୍ ଖେଳିଛନ୍ତି । ବର୍ଷା ଯୋଗୁଁ ଏହି ମ୍ୟାଚ୍ ମଧ୍ୟରୁ ଗୋଟିଏ ମ୍ୟାଚ୍ ଅନୁଷ୍ଠିତ ହୋଇପାରି ନଥିଲା । ବର୍ତ୍ତମାନ ଟିମ୍ ଇଣ୍ଡିଆକୁ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚ୍ ଦୀପାବଳୀ (Diwali 2022) ର ଗୋଟିଏ ଦିନ ଖେଳିବାକୁ ପଡ଼ିବ । ବିଶ୍ୱକପ ୨୦୨୨ରେ ଟିମ୍ ଇଣ୍ଡିଆ ପ୍ରଥମ ମ୍ୟାଚ୍ ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ଖେଳିବ । ଏହି ମ୍ୟାଚ୍ ମେଲବୋର୍ଣ୍ଣରେ ଖେଳାଯିବ । 


COMMERCIAL BREAK
SCROLL TO CONTINUE READING

ଏହାପୂର୍ବରୁ ଟିମ୍ ଇଣ୍ଡିଆର ଦିଗଜ ତଥା ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର (Sunil Gavaskar) ଚେତାବନୀ ଦେଇ ଭାରତୀୟ ଦଳକୁ ତାଗିଦ୍ କରିଛନ୍ତି । ସେ କହିଛନ୍ତି ଯେ, ଯଦି ଭାରତୀୟ ଦଳ ବିଶ୍ୱକପ ନ ଜିତି ପାରିଲା, ତେବେ କୌଣସି ବାହାନା ଚଳିବ ନାହିଁ । ଭାରତର ପୂର୍ବତନ ଅଧିନାୟକ ତଥା ମହାନ ବ୍ୟାଟ୍ସମ୍ୟାନ୍ ସୁନୀଲ ଗାଭାସ୍କର ଟିମ୍ ଇଣ୍ଡିଆକୁ ନେଇ ନିଜର ଏହି ବୟାନରୁ ହଇଚଇ ସୃଷ୍ଟି କରିଛନ୍ତି । ସୁନୀଲ ଗାଭାସ୍କର ମିଡ-ଡେ ପାଇଁ ଲେଖିଥିବା ନିଜ ସ୍ତମ୍ଭରେ କହିଛନ୍ତି ଯେ, "ଗୋଟିଏ କଥା ନିଶ୍ଚିତ ଅଛି । ଯଦି ଭାରତୀୟ ଦଳ ବିଶ୍ୱକପ ଜିତି ନ ପାରିଲା, ତା’ହେଲେ ତାର ପ୍ରସ୍ତୁତିର କୌଣସି ଅଭାବ ରହିବ ନାହିଁ । ସେ (ଟିମ୍ ଇଣ୍ଡିଆ) ତାର ପ୍ରଥମ ମ୍ୟାଚର ପ୍ରାୟ ତିନି ସପ୍ତାହ ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚି ଯାଇଛି । ସେ ମଜବୁତ ଦଳ ବିପକ୍ଷରେ ନିଜର ୱାର୍ମ ଅପ୍ ମ୍ୟାଚ୍ ମଧ୍ୟ ଖେଳିଛି । ବର୍ତ୍ତମାନ ସେମାନଙ୍କୁ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତ ହେବା ଆବଶ୍ୟକ ।"


ପୂର୍ବତନ ଅଧିନାୟକ ଗାଭାସ୍କର ଲେଖିଛନ୍ତି ଯେ, କଥାରେ ଅଛି, ଯଦି ଆପଣ ପ୍ରସ୍ତୁତିରେ ଅସଫଳ ହୁଅନ୍ତି, ତେବେ ବିଫଳ ହେବାକୁ ପ୍ରସ୍ତୁତ ହୁଅନ୍ତୁ । କିନ୍ତୁ ଏହା ବର୍ତ୍ତମାନର ଭାରତୀୟ ଦଳ ପାଇଁ ପ୍ରଯୁଜ୍ୟ ନୁହେଁ । କାରଣ ସେମାନେ ନିକଟ ଅତୀତରେ ଅଷ୍ଟ୍ରେଲିଆ ବିପକ୍ଷ ଏହି ମ୍ୟାଚ୍ (ୱାର୍ମ ଅପ୍) ବ୍ୟତୀତ ୬ଟି ଟି-20 ମ୍ୟାଚ୍ ଖେଳିଛି । ସେଥିମଧ୍ୟରୁ ୪ଟି ମଧ୍ୟ ଜିତିଛି । ଏହା ଦ୍ୱାରା ସେମାନେ ଦର୍ଶାଇଛନ୍ତି ଯେ ସେମାନେ ବଡ଼ ମ୍ୟାଚ୍ ପାଇଁ ପ୍ରସ୍ତୁତ ଅଛନ୍ତି ।


ଅଧିକ ପଢ଼ନ୍ତୁ:- 'ଭାରତ ବିନା ପାକିସ୍ତାନ କ୍ରିକେଟ୍ ଶେଷ ହୋଇଯିବ', ଧମକ ମଧ୍ୟରେ PCB ଅଧ୍ୟକ୍ଷଙ୍କ ଭିଡିଓ ଭାଇରାଲ


ଅଧିକ ପଢ଼ନ୍ତୁ:-ଥରେ ପ୍ରିମିୟମ ଜମା କରି ପାଇପାରିବେ ୧୦ ଗୁଣା ଅଧିକ ଟଙ୍କା, ଜାଣନ୍ତୁ ଏହି ପଲିସିର ଅନ୍ୟାନ୍ୟ ଲାଭ


ଅଧିକ ପଢ଼ନ୍ତୁ:-ହରଭଜନ ସିଂ ବାଛିଲେ ପାକିସ୍ତାନ ବିପକ୍ଷରେ ମହାମୁକାବିଲା ପାଇଁ ଭାରତର ଚୂଡ଼ାନ୍ତ ଏକାଦଶ, ଏହି ୩ ଷ୍ଟାର୍ ଖେଳାଳିଙ୍କୁ ଦେଲେନି ସ୍ଥାନ


ଗାଭାସ୍କର ଆଗକୁ ଲେଖଛନ୍ତି ଯେ, ଭାରତୀୟ ଦଳ ଘରେ ତଥା ବାହାରେ ସମସ୍ତ ସ୍ଥାନରେ ଦ୍ୱିପାକ୍ଷିକ ସିରିଜରେ ଭଲ ପ୍ରଦର୍ଶନ କରିଛି । କିନ୍ତୁ ଏହା ଅନେକ ଦଳର ଏକ ବଡ଼ ଟୁର୍ଣ୍ଣାମେଣ୍ଟ । ଅତୀତରେ ମଧ୍ୟ ଏହା ଘଟିଛି, ଯେତେବେଳେ ଦଳ ଏପରି ଇଭେଣ୍ଟରେ ଥଣ୍ଡା ହୋଇପଡ଼ିଥିଲା । କିନ୍ତୁ ଏଥର ତାହା ନୁହେଁ, କାରଣ ଏଥର ଅଭିଜ୍ଞତା ସହିତ ଯୁବମାନଙ୍କର ବହୁତ ମିଶ୍ରଣ ଅଛି । ଭାରତୀୟ ପ୍ରଶଂସକମାନେ ଚାହାଁନ୍ତି ଯେ ଦଳ ଟାଇଟଲ୍ ଜିତି କପ୍ ନେଇ ଘରକୁ ଆସୁ । ଭଲ କଥା ହେଉଛି ଆହତ ଜସପ୍ରୀତ ବୁମ୍ରା ଓ ରବିନ୍ଦ୍ର ଜାଡେଜାଙ୍କ ଅନୁପସ୍ଥିତିରେ ମଧ୍ୟ ଭାରତୀୟ ଦଳ ବିଷୟରେ ଆଲୋଚନା ହେଉଛି ।