T20 World Cup Semifinal: ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଟି-20 ବିଶ୍ଵକପ୍‌ ୨୦୨୨(T20 World Cup Semifinal 2022) । ବିଶ୍ୱକପର ସେମି ଫାଇନାଲ୍ ମ୍ୟାଚ୍ ଆସନ୍ତା ୯ ତାରିଖ ଏବଂ ୧୦ ତାରିଖ ଦିନ ଖେଳାଯିବ। ପ୍ରଥମ ସେମି ଫାଇନାଲ୍‌ ବୁଧବାର ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିଡନୀରେ ଖେଳାଯିବାକୁ ଥିବାବେଳେ ଦ୍ଵିତୀୟ ସେମି ଫାଇନାଲ୍‌ ମ୍ୟାଚ୍‌ ଗୁରୁବାର ଦିନ ଆଡିଲେଡ୍‌ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ନକଆଉଟ୍ ମ୍ୟାଚ୍‌ ପାଇଁ ଚାରି ଦଳ ଏବେ ପ୍ରସ୍ତୁତ। ବିଶ୍ୱକପ ଟାଇଟେଲ ହାତେଇବା ପାଇଁ କଳ,ବଳ ଏବଂ କୌଶଳ ପ୍ରୟୋଗ କରିବେ ଚାରି ଟେବୁଲ ଟପ୍ ଦଳ ।


COMMERCIAL BREAK
SCROLL TO CONTINUE READING

T20 ବିଶ୍ୱକପ ଇତିହାସର ସବୁଠାରୁ ଆକର୍ଷଣୀୟ ସଂସ୍କରଣ ମଧ୍ୟରୁ 2022 ଟୁର୍ନାମେଣ୍ଟ ହେଉଛି ଅନ୍ୟତମ । ବର୍ତ୍ତମାନ ଏହା ଶେଷ ସମୟରେ ପ୍ରବେଶ କରିଛି ଯେଉଁଥିରେ କେବଳ ଚାରୋଟି ଦଳ ରୌପ୍ୟ ପଦକ (Silver Medal) ପାଇଁ ଲଢୁଛନ୍ତି।  ତିନୋଟି ଦଳ - ଭାରତ (୨୦୦୭), ପାକିସ୍ଥାନ (୨୦୦୯) ଏବଂ ଇଂଲଣ୍ଡ (୨୦୧୦) ଟୁର୍ଣ୍ଣାମେଣ୍ଟ ଜିତିଥିବାବେଳେ ଗୃପ-୧ ର ଟପ୍ପର ନ୍ୟୁଜିଲ୍ୟାଣ୍ଡ ( New Zealand) ଏପର୍ଯ୍ୟନ୍ତ ଟ୍ରଫି ଦଖଲ କରିପାରିନାହିଁ ।  ତେବେ ବିଶ୍ୱକପ ହାତେଇବା ପାଇଁ ଖଳନାୟକ ସାଜିପାରେ ବର୍ଷା । ଚଳିତ ବିଶ୍ଵ କପ୍‌ରେ ବର୍ଷାର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ରହିଛି। ବର୍ଷା କାରଣରୁ ଅନେକ ମ୍ୟାଚ୍ ରଦ୍ଦ ହୋଇଥିବା ବେଳେ କିଛି ମୁକାବିଲାରେ ଦୁଇ ଦଳ ମଧ୍ୟରେ ପଏଣ୍ଟ ଭାଗ କରାଯାଇଛି। ଯଦି ସେମି ଫାଇନାଲ୍‌ରେ ବର୍ଷା ହୁଏ ତେବେ କଣ ହେବ ? ବର୍ଷା ସ୍ଥିତିରେ କିଭଳି ରହିବ ସମୀକରଣ ଏବଂ କଣ ରହିଛି ବିକଳ୍ପ ଏ ସମ୍ପର୍କରେ ଆରମ୍ଭ ହୋଇଛି ତର୍ଜମା ।


ଟି-୨୦ ବିଶ୍ଵ କପ୍ ୨୦୨୨ର ନକଆଉଟ୍‌ ମ୍ୟାଚ୍‌ ପାଇଁ ରିଜର୍ଭ ଡେର ବ୍ୟବସ୍ଥା କରାଯାଇଛି। ଯଦି ନଭେମ୍ବର ୯ ରେ ହେବାକୁ ଥିବା ନ୍ୟୁଜିଲାଣ୍ଡ-ପାକିସ୍ତାନ ସେମି ଫାଇନାଲ୍‌ରେ ବର୍ଷା ହୁଏ ତେବେ ନଭେମ୍ବର ୧୦ରେ ରିଜର୍ଭ ଡେରେ ମ୍ୟାଚ୍ ଖେଳାଯିବ। ଏହି ମୁକାବିଲା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଯଦି ପ୍ରଥମ ଦିନ କିଛି ଓଭର ଖେଳ ପରେ ବର୍ଷା  ହୁଏ ଏବଂ ଖେଳ ସମ୍ଭବ ନହେଲା, ତେବେ ଦ୍ଵିତୀୟ ଦିନରେ ଅବଶିଷ୍ଟ ଓଭର ଖେଳାଯିବ। ଏମିତି ସମାନ ନିୟମ ଦ୍ଵିତୀୟ ସେମି ଫାଇନାଲ୍‌ ପାଇଁ ମଧ୍ୟ ଲାଗୁ ହେବ।


ଅଷ୍ଟ୍ରେଲିଆର ପାଣିପାଗର କିଛି ଭରସା ନଥିବାବେଳେ,ଯଦି ଦୁଇ ସେମି ଫାଇନାଲ୍ ବର୍ଷା କାରଣରୁ ବାତିଲ୍ ହୁଏ ତେବେ ସୁପର ୧୨ର ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ଥିବା ଦଳ ଫାଇନାଲ୍‌ରେ ପ୍ରବେଶ କରିବେ। ଗୃପ୍-୧ରେ ନ୍ୟୁଜିଲାଣ୍ଡ ଶୀର୍ଷରେ ରହିଥିବା ବେଳେ ଗୃପ୍-୨ରେ ଭାରତ ଶୀର୍ଷରେ ରହିଛି । ଯଦି କୌଣସି ଗୋଟିଏ ମ୍ୟାଚ୍‌ରେ ବର୍ଷା ହୁଏ  ଏବଂ ମ୍ୟାଚ୍ ବାତିଲ ହୁଏ ଏବଂ ଦ୍ଵିତୀୟ ମ୍ୟାଚ୍‌ରେ ଫଳାଫଳ ଆସେ, ତେବେ ଏମିତି ସ୍ଥିତିରେ ପୂର୍ବର ନିୟମ ଲାଗୁ କରାଯିବ। ଅର୍ଥାତ ରିଜର୍ଭ ଡେରେ ଫଳାଫଳ ନ ବାହାରିଲେ ଗ୍ରୁପ ପର୍ଯ୍ୟାୟର ଟପ୍‌ରେ ଥିବା ଦଳ ଫାଇନାଲରେ ପହଞ୍ଚିବେ।


ଜାଣନ୍ତୁ କ'ଣ ରହିଛି ସେମି ଫାଇନାଲ୍ କ୍ରୀଡାସୂଚୀ 


  • ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ- ନଭେମ୍ବର ୯, ସିଡନୀ (ମ୍ୟାଚ୍ ଆରମ୍ଭ ସମୟ ଅପରାହ୍ନ ୧ଟା୩୦)

  • ଭାରତ ବନାମ ଇଂଲଣ୍ଡ- ନଭେମ୍ବର ୧୦, ଆଡିଲେଡ୍ (ମ୍ୟାଚ୍ ଆରମ୍ଭ ସମୟ ଅପରାହ୍ନ ୧ଟା୩୦)