Tulsidas Balaram Pass Away: ଆରପାରିରେ ଭାରତର ଏହି କିମ୍ବଦନ୍ତୀ ଖେଳାଳି, କ୍ରୀଡ଼ା ଜଗତରେ ଶୋକର ଲହର
ଭାରତୀୟ ଫୁଟବଲ ତାରକା ତଥା ଅଲିମ୍ପିକ୍ସରେ ଖେଳିଥିବା ତଥା ଏସୀୟ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ପ୍ରସିଦ୍ଧ ଫୁଟବଲ ଖେଳାଳି ତୁଳସୀଦାସ ବଳରାମଙ୍କ ଦେହାନ୍ତ (Tulsidas Balaram Death) ହୋଇଯାଇଛି । ଗୁରୁବାର ଅର୍ଥାତ ଫେବୃଆରୀ ୧୬ରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତୁଳସୀଦାସ ବଳରାମ (Tulsidas Balaram) ଶେଷ ନି
Tulsidas Balaram Pass Away: ଭାରତୀୟ ଫୁଟବଲ ତାରକା ତଥା ଅଲିମ୍ପିକ୍ସରେ ଖେଳିଥିବା ତଥା ଏସୀୟ ଗେମ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ପ୍ରସିଦ୍ଧ ଫୁଟବଲ ଖେଳାଳି ତୁଳସୀଦାସ ବଳରାମଙ୍କ ଦେହାନ୍ତ (Tulsidas Balaram Death) ହୋଇଯାଇଛି । ଗୁରୁବାର ଅର୍ଥାତ ଫେବୃଆରୀ ୧୬ରେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତୁଳସୀଦାସ ବଳରାମ (Tulsidas Balaram) ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏହା ସହ ଭାରତକୁ ସ୍ୱର୍ଣ୍ଣ ଜିତାଇଥିବା ଦଳର ଶେଷ ଦୁର୍ଗ ମଧ୍ୟ ଭୁଶୁଡି ପଡିଛି । ତୁଳସୀଦାସ ବଳରାମ ମହାନଗରଠାରୁ ଦୂରରେ ଥିବା ହୁଗଲି ଜିଲ୍ଲାର ଉତ୍ତରପାଡ଼ାର ନଦୀ କୂଳରେ ଥିବା ଏକ ଫ୍ଲାଟରେ ରହୁଥିଲେ ।
ସୂତ୍ରରୁ ପ୍ରକାଶ ଯେ, ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତୁଳସୀଦାସ ବଳରାମ (Tulsidas Balaram) ଙ୍କୁ ଡିସେମ୍ବର ୨୬ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତୁଳସୀଦାସ ବଳରାମ (Tulsidas Balaram) ଙ୍କର ମୂତ୍ର ସଂକ୍ରମଣ ଥିବା ନିଶ୍ଚିତ କରାଯାଇଥିଲା । ନିରନ୍ତର ଚିକିତ୍ସା ଚାଲିଥିଲା କିନ୍ତୁ ଅବସ୍ଥାରେ ସୁଧାର ଆସୁ ନଥିଲା । ଗୁରୁବାର ଅପରାହ୍ନରେ ତୁଳସୀଦାସ ବଳରାମ (Tulsidas Balaram) ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ କ୍ରୀଡ଼ା ଏବଂ ଯୁବ କଲ୍ୟାଣ ମନ୍ତ୍ରୀ ଅରୁପ ବିଶ୍ୱ ନିରନ୍ତର ଯୋଗାଯୋଗରେ ଥିଲେ । ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଥିଲେ । ତୁଳସୀଦାସ ବଳରାମ (Tulsidas Balaram) ଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ବିୟୋଗ କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।
ଅଧିକ ପଢ଼ନ୍ତୁ:-କିଏ ସେ ସପ୍ନା ଗିଲ, ଯାହାଙ୍କ ସହ ହୋଇଛି ପୃଥ୍ୱୀ ଶ'ଙ୍କ ମାରପିଟ
ଅଧିକ ପଢ଼ନ୍ତୁ:-ପୃଥ୍ୱୀ ଶ'ଙ୍କ ପୂର୍ବରୁ ଇଶାନ କିଶନ ବି ଖାଇସାରିଛନ୍ତି ମାଡ଼, ଜେଲରେ ଏବେବି ଅଛନ୍ତି ଜଣେ ଭାରତୀୟ କ୍ରିକେଟର
ଅଧିକ ପଢ଼ନ୍ତୁ:-କୋଟି କୋଟି କର୍ମଚାରୀଙ୍କ ବଢ଼ିବ ପେନସନ! ସରକାର ଦେଲେ EPFOକୁ ଆଦେଶ
ଏକ ବାର୍ତ୍ତାଳାପରେ ଏସିଆ ଗେମ୍ସରେ ଭାରତ ପଦକ ଜିତିଥିବା ଖେଳାଳି ଶ୍ୟାମ ଥାପା କହିଛନ୍ତି ଯେ, ଆଜି ଅତ୍ୟନ୍ତ ଦୁଃଖଦ ସମୟ । ଆଜି ଦେଶ ପାଇଁ ଅଲିମ୍ପିକ୍ସ ଖେଳୁଥିବା ଦଳର ଶେଷ ଦୁର୍ଗ ମଧ୍ୟ ଭୁଶୁଡି ପଡିଛି । ୧୯୫୦ରୁ ୧୯୬୦ ମଧ୍ୟରେ ଚୁନି ଗୋସ୍ୱାମୀ, ପି.କେ ବାନାର୍ଜୀ, ରାମ ବାହାଦୂର ଏବଂ ଜର୍ଣ୍ଣେଲ ସିଂଙ୍କ ସହ ଅଲିମ୍ପିଆନ୍ ତୁଳସୀଦାସ ବଳରାମ (Tulsidas Balaram) ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ । ସେ ଭାରତୀୟ ଫୁଟବଲ ଦଳରେ ସେଣ୍ଟର ଫରୱାର୍ଡ ଏବଂ ଲେଫ୍ଟ ୱିଙ୍ଗ୍ ଭାବରେ ଖେଳିଥିଲେ । ତାଙ୍କ ଜୀବନ ବହୁତ ଏକୁଟିଆ ଥିଲା । ସେ ଇଷ୍ଟ ବେଙ୍ଗଲ କ୍ଲବ ପାଇଁ ଖେଳୁଥିଲେ । ସେ ଜଣେ ମହାନ ଖେଳାଳି ଥିଲେ । ତାଙ୍କ ନିଧନରୁ ନା କେବଳ ବଙ୍ଗଳା ନୁହେଁ, ବରଂ ଦେଶ ପାଇଁ ଅପୂରଣୀୟ କ୍ଷତି ।