Prithvi Shaw Sapna Gill Clash: କିଏ ସେ ସପ୍ନା ଗିଲ, ଯାହାଙ୍କ ସହ ହୋଇଛି ପୃଥ୍ୱୀ ଶ'ଙ୍କ ମାରପିଟ
Advertisement
Article Detail0/zeeodisha/odisha1574668

Prithvi Shaw Sapna Gill Clash: କିଏ ସେ ସପ୍ନା ଗିଲ, ଯାହାଙ୍କ ସହ ହୋଇଛି ପୃଥ୍ୱୀ ଶ'ଙ୍କ ମାରପିଟ

Prithvi Shaw Sapna Gill Clash: ଓସିୱାରା ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗିରଫ ପରେ ସପ୍ନା ଗିଲଙ୍କ ମେଡିକାଲ ମଧ୍ୟ କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ଅର୍ଥାତ ଫେବୃଆରୀ ୧୭ରେ ସପ୍ନା ଗିଲଙ୍କୁ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ଅଧିକ ଗିରଫ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ଅଭିଯୁକ୍ତଙ୍କ ପକ୍ଷରୁ କୌଣସି କ୍ରସ୍ ଏଫ୍ଆଇଆର୍ ଦାଖଲ କରାଯାଇ ନାହିଁ ।

Prithvi Shaw Sapna Gill Clash: କିଏ ସେ ସପ୍ନା ଗିଲ, ଯାହାଙ୍କ ସହ ହୋଇଛି ପୃଥ୍ୱୀ ଶ'ଙ୍କ ମାରପିଟ

Prithvi Shaw Sapna Gill Clash: ଭାରତୀୟ କ୍ରିକେଟ ଦଳର ଷ୍ଟାର୍ କ୍ରିକେଟର ପୃଥ୍ୱୀ ଶ' (Prithvi Shaw) ଙ୍କ ସହ ମାରପିଟ କରିଥିବା  ବ୍ଲଗର୍ ଓ ୟୁଟ୍ୟୁବର୍ ସପ୍ନା ଗିଲଙ୍କ ବିଷୟରେ ବଡ଼ ଖବର ସାମ୍ନାକୁ ଆସିଛି । ପୋଲିସ ସପ୍ନା ଗିଲ (Sapna Gill) ଙ୍କୁ ଗିରଫ କରିଛି । ଓସିୱାରା ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗିରଫ ପରେ ସପ୍ନା ଗିଲଙ୍କ ମେଡିକାଲ ମଧ୍ୟ କରାଯାଇଛି । ସୂଚନା ଅନୁଯାୟୀ, ଶୁକ୍ରବାର ଅର୍ଥାତ ଫେବୃଆରୀ ୧୭ରେ ସପ୍ନା ଗିଲଙ୍କୁ କୋର୍ଟରେ ହାଜର କରାଯିବ । ଏହି ମାମଲାରେ ଅଧିକ ଗିରଫ ହେବାର ଆଶଙ୍କା ରହିଛି । ବର୍ତ୍ତମାନ ଅଭିଯୁକ୍ତଙ୍କ ପକ୍ଷରୁ କୌଣସି କ୍ରସ୍ ଏଫ୍ଆଇଆର୍ ଦାଖଲ କରାଯାଇ ନାହିଁ ।

ଏଠାରେ କହି ରଖୁଛୁ ଯେ, ସପ୍ନା ଗିଲ (Sapna Gill) ହେଉଛନ୍ତି ଜଣେ ୟୁଟ୍ୟୁବର, ବ୍ଲଗର ଏବଂ ସୋସିଆଲ ମିଡିଆ ସେନ୍ସେଶନ । ସେପଟେ ଏହି ଘଟଣାରେ ପୋଲିସ କହିଛି ଯେ,  ଓସିୱାରା ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ଏଥିରେ ୭ ଜଣଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେମାନେ ପ୍ରଥମେ କାରକୁ ଭଙ୍ଗାରୁଜା କରିଥିଲେ । ଏହା ପରେ ମାମଲାକୁ ରଫାଦଫା କରିବା ନାମରେ ୫୦,୦୦୦ ଟଙ୍କା ମଧ୍ୟ ମାଗିଥିଲେ । ଏହି ମାମଲାରେ ବର୍ତ୍ତମାନ ଗିରଫ କରାଯାଇଛି । ବର୍ତ୍ତମାନ ଅଧିକ ଗିରଫ ହେବ । କ୍ରସ ଏଫଆଇଆର ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନାହିଁ ।

ଏଠାରେ କହି ରଖୁଛୁ ଯେ, ମୁମ୍ବାଇର ଏକ ହୋଟେଲ ବାହାରେ ପୃଥ୍ୱୀ ଶ' (Prithvi Shaw) ଓ ତାଙ୍କ ବନ୍ଧୁଙ୍କ ଉପରେ ସେଲ୍ଫି କୁ ନେଇ କିଛି ଲୋକ ବେସବଲର ବାଡି଼ରେ ଆକ୍ରମଣ କରିଥିଲେ । ବିବାଦ ଏତେ ବଢ଼ିଯାଇଥିଲା କି ଅଭିଯୁକ୍ତମାନେ ପୃଥ୍ୱୀ ଶ' (Prithvi Shaw) ବନ୍ଧୁଙ୍କ କାର ମଧ୍ୟ ଭାଙ୍ଗି ଦେଇଥିଲେ । ଏହି ମାମଲାରେ ୮ ଜଣଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । 

ଅଧିକ ପଢ଼ନ୍ତୁ:-ପୃଥ୍ୱୀ ଶ'ଙ୍କ ପୂର୍ବରୁ ଇଶାନ କିଶନ ବି ଖାଇସାରିଛନ୍ତି ମାଡ଼, ଜେଲରେ ଏବେବି ଅଛନ୍ତି ଜଣେ ଭାରତୀୟ କ୍ରିକେଟର

ଅଧିକ ପଢ଼ନ୍ତୁ:-କୋଟି କୋଟି କର୍ମଚାରୀଙ୍କ ବଢ଼ିବ ପେନସନ! ସରକାର ଦେଲେ EPFOକୁ ଆଦେଶ

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନା ପରିବର୍ତ୍ତେ ଏହି ୩ଟି ବିକଳ୍ପ ପାଇବେ ସରକାରୀ କର୍ମଚାରୀ, ସାରା ଦେଶରେ ହେବ ଲାଗୁ!

ନିକଟ ଅତୀତରେ ରଣଜୀ ଟ୍ରଫି ଖେଳିବା ପରେ ପୃଥ୍ୱୀ ଶ' (Prithvi Shaw) ଫେରିଛନ୍ତି । ପୃଥ୍ୱୀ ଶ' (Prithvi Shaw) କିଛି ଲୋକଙ୍କ ସହ ସେଲ୍ଫି ନେଉଥିଲେ । ଏହା ପରେ ଅନେକ ଲୋକଙ୍କର ଏକ ଗ୍ରୁପ୍ ସେଠାକୁ ଆସି ସେଲ୍ଫି ବିଷୟରେ କହିବାକୁ ଲାଗିଲେ । ପୃଥ୍ୱୀ ଶ' (Prithvi Shaw) ଏହା ଉପରେ ମନା କରିଦେଇଥିଲେ । ଏହା ପରେ ମାମଲା ବଢ଼ିବାକୁ ଲାଗିଥିଲା । ପୃଥ୍ୱୀ ଶ' (Prithvi Shaw) ଙ୍କ ପୂର୍ବରୁ ଇଶାନ କିଶନ (Ishan Kishan) ଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇସାରିଛି । ମାମଲା ୨୦୧୬ର ଅଟେ । ଇଶାନ କିଶନ ସେତେବେଳେ ଅଣ୍ଡର-19 ଦଳର ଅଧିନାୟକ ଥିଲେ । ତାଙ୍କ କାର ପାଟନାରେ ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ କିଛି ଲୋକ ଆହତ ହୋଇଥିଲେ । ଏହା ପରେ କ୍ରୋଧିତ ଲୋକମାନେ ଇଶାନ କିଶନଙ୍କୁ ମାଡ଼ ମାରିଥିଲେ ।