Virat Kohli on MS Dhoni: ଭାରତୀୟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ଓ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି (Mahendra Singh Dhoni) ଙ୍କ ମଧ୍ୟରେ ଥିବା ବଣ୍ଡିଂ ବିଷୟରେ ସମସ୍ତେ ଜାଣନ୍ତି । ବିରାଟ କୋହଲି ଏମଏସ ଧୋନି (MS Dhoni) ଙ୍କ ଅଧିନାୟକତ୍ୱରେ ଡେବ୍ୟୁ କରିଥିଲେ, ଏହା ପରେ ସେ ପଛକୁ ଚାହିଁ ଦେଖି ନଥିଲେ । ବିରାଟ କୋହଲି ଏମଏସ ଧୋନିଙ୍କ ପ୍ରତି ସମୟ ସମୟରେ ପଡ଼ିଆରେ କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ନିଜର ସ୍ନେହ ପ୍ରଦର୍ଶନ କରନ୍ତି । ବିରାଟ କୋହଲି ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ବିଶ୍ରାମ ନେଇଛନ୍ତି ଓ ସେ ବର୍ତ୍ତମାନ ଛୁଟି କଟାଉଛନ୍ତି । ଗତକାଲି (ସୋମବାର) ଅର୍ଥାତ ନଭେମ୍ବର ୨୧ ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀ (Virat Kohli Instagram Story) ରେ ପାଣି ବୋତଲର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଏମଏସ ଧୋନିଙ୍କ ଫଟୋ ମଧ୍ୟ ରହିଛି । ଏହି ପୋଷ୍ଟ (Virat Kohli Instagram Post) ମାଧ୍ୟମରେ ବିରାଟ କୋହଲି କହିଛନ୍ତି ଯେ, ଏମଏସ ଧୋନି ସବୁଆଡେ ଉପସ୍ଥିତ ଅଛନ୍ତି । 


COMMERCIAL BREAK
SCROLL TO CONTINUE READING

ବିରାଟ କୋହଲି (Virat Kohli) ଏହି ଇନଷ୍ଟାଗ୍ରାମ ଷ୍ଟୋରୀର କ୍ୟାପସନରେ ଲେଖିଛନ୍ତି ଯେ, 'ସେ (ମହେନ୍ଦ୍ର ସିଂ ଧୋନି) ସବୁଆଡେ ଅଛନ୍ତି । ଏପରିକି ପାଣି ବୋତଲ ଉପରେ ବି ।' କିଛି ମାସ ପୂର୍ବେ ଏମଏସ ଧୋନି (MS Dhoni) ଙ୍କୁ ନେଇ ବିରାଟ କୋହଲି ଏକ ବଡ଼ ବୟାନ ଦେଇଥିଲେ । ଏସିଆ କପ (Asia Cup 2022) ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ବିରାଟ କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, "ଗୋଟିଏ କଥା ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ ଯେତେବେଳେ ମୁଁ ଟେଷ୍ଟ ଅଧିନାୟକତ୍ୱ ଛାଡିଥିଲି, ସେତେବେଳେ ମୁଁ କେବଳ ଜଣେ ବ୍ୟକ୍ତିଙ୍କଠାରୁ ମେସେଜ୍ ପାଇଥିଲି ଓ ସେ ଥିଲେ ମହେନ୍ଦ୍ର ସିଂ ଧୋନି । ଅନେକ ଲୋକଙ୍କ ପାଖରେ ମୋ ନମ୍ବର ଅଛି ଓ ଅନେକ ଲୋକ ଟିଭିରେ ମୋତେ ପରାମର୍ଶ ଦିଅନ୍ତି । କିନ୍ତୁ ଯେଉଁ ଲୋକମାନଙ୍କ ପାଖରେ ମୋର ନମ୍ବର ଅଛି, ସେମାନଙ୍କ ମଧ୍ୟରୁ କେହି ମୋତେ ମେସେଜ୍ କରିନାହାଁନ୍ତି ।" 


ଏହା ବି ପଢ଼ନ୍ତୁ:-ଆକାଶ ପାତାଳ ତଫାତ୍: ଟି-20 ବିଶ୍ୱକପ ଠାରୁ ୮୦ ଗୁଣା ଅଧିକ ଫିଫାର ପୁରସ୍କାର ରାଶି, ଆଖପାଖରେ ନାହିଁ IPL


ଏହା ବି ପଢ଼ନ୍ତୁ:-ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଇରାନର ଖେଳାଳିମାନେ ଜାତୀୟ ସଂଗୀତ ଗାଇବାକୁ କଲେ ମନା, କାରଣ ଜାଣିଲେ ହୋଇଯିବେ ଚକିତ


ଏହା ବି ପଢ଼ନ୍ତୁ:-ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ଟି-20 ମ୍ୟାଚ୍ କେବେ, କେଉଁଠାରେ ଦେଖିପାରିବେ; ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ


 


ବିରାଟ କୋହଲି (Virat Kohli) ଆରସିବି (RCB) ର ଏକ ପୋଡକାଷ୍ଟରେ ଏହା ମଧ୍ୟ ଖୁଲାସା କରିଥିଲେ ଯେ ଏମଏସ ଧୋନି (MS Dhoni) ତାଙ୍କୁ କାହିଁକି ମେସେଜ୍ କରିଥିଲେ ଓ ଏହା ବ୍ୟକ୍ତିଗତ ଭାବରେ ତାଙ୍କୁ କିପରି ପ୍ରଭାବିତ କରିଥିଲା । କିଙ୍ଗ୍ କୋହଲି କହିଥିଲେ ଯେ, "ଏକମାତ୍ର ବ୍ୟକ୍ତି ଯିଏ ପ୍ରକୃତରେ ମୋ ପାଖରେ ପହଞ୍ଚିଛନ୍ତି, ସେ ହେଉଛନ୍ତି ଏମଏସ ଧୋନି । ଏହା ମୋ ପାଇଁ ଭାଗ୍ୟର ବିଷୟ ଯେ ତାଙ୍କ ସହିତ ଏପରି ଏକ ମଜବୁତ ବୋଣ୍ଡିଂ ଓ ସମ୍ପର୍କ ରହିଛି । ଏହା ଏକ ବନ୍ଧୁତା ଯାହା ଅନେକ ପାରସ୍ପରିକ ସମ୍ମାନ ଉପରେ ଆଧାରିତ ଅଛି ।"