IND vs NZ: ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ଟି-20 ମ୍ୟାଚ୍ କେବେ, କେଉଁଠାରେ ଦେଖିପାରିବେ; ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ
Advertisement

IND vs NZ: ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ଟି-20 ମ୍ୟାଚ୍ କେବେ, କେଉଁଠାରେ ଦେଖିପାରିବେ; ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ

IND vs NZ 3rd T20: ଭାରତୀୟ ଦଳ ସିରିଜର ଦ୍ୱିତୀୟ ମ୍ୟାଚକୁ ୬୫ ରନରେ ଜିତିଥିଲା  ଓ ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏହି କାରଣରୁ ଟିମ୍ ଇଣ୍ଡିଆ ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ଯଦି ଆଜି ଭାରତୀୟ ଦଳ ମ୍ୟାଚ୍ ଜିତେ, ତେବେ ସିରିଜ ମଧ୍ୟ ଜିତିନେବ । 

IND vs NZ: ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ଟି-20 ମ୍ୟାଚ୍ କେବେ, କେଉଁଠାରେ ଦେଖିପାରିବେ; ଏଠାରେ ଜାଣନ୍ତୁ ପୂରା ଡିଟେଲ୍ସ

India vs New Zealand 3rd T20I Match Live Streaming: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-20 ସିରିଜ ଚାଲିଛି । ଏହି ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଆଜି (ମଙ୍ଗଳବାର) ଅର୍ଥାତ ନଭେମ୍ୱର ୨୨ରେ ଖେଳାଯିବ । ଭାରତୀୟ ଦଳ ସିରିଜର ଦ୍ୱିତୀୟ ମ୍ୟାଚକୁ ୬୫ ରନରେ ଜିତିଥିଲା  ଓ ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଏହି କାରଣରୁ ଟିମ୍ ଇଣ୍ଡିଆ (Team India) ଏହି ସିରିଜରେ ୧-୦ରେ ଆଗୁଆ ରହିଛି । ଯଦି ଆଜି ଭାରତୀୟ ଦଳ ମ୍ୟାଚ୍ (IND vs NZ 3rd T20 Match) ଜିତେ, ତେବେ ସିରିଜ ମଧ୍ୟ ଜିତିନେବ । ଏଠାରେ କହି ରଖୁଛୁ ଯ, ଏହି ଗସ୍ତରେ ଭାରତ ଟି-20 ସିରିଜ (IND vs NZ T20 Series) ସହ ଏକଦିବସୀୟ ସିରିଜ (IND vs NZ ODI Series) ମଧ୍ୟ ଖେଳିବ । 

ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷ ଏହି ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (NZ vs IND T20 Series) ରେ ନିୟମିତ ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma), ଉପ-ଅଧିନାୟକ କେଏଲ୍ ରାହୁଲ (KL Rahul) ଓ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି (Virat Kohli) ଙ୍କୁ ବିଶ୍ରାମ ଦିଆଯାଇଛି । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା (Hardik Pandya) ଟିମ୍ ଇଣ୍ଡିଆ (Team India) ର ଅଧିନାୟକର କମାଣ ସମ୍ଭାଳିଛନ୍ତି । ଆଗାମୀ ଦିନରେ ରୋହିତ ଶର୍ମାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-20 ଫର୍ମାଟର ସ୍ଥାୟୀ ଅଧିନାୟକ କରାଯାଇପାରେ । 

ଏବେ ଆସନ୍ତୁ ଜାଣିବା ଆପଣ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ତଥା ଶେଷ ଟି-20 ମ୍ୟାଚ୍ କେବେ, କେଉଁଠାରେ ଏବଂ କିପରି ଦେଖିପାରିବେ । ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶେଷ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଆଜି (ମଙ୍ଗଳବାର) ନଭେମ୍ବର ୨୨ରେ ଖେଳାଯିବ ।  ନାପିର୍ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ (Napier International Cricket Stadium) ରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ତଥା ଶେଷ ଟି-20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଦିନ ୧୨ଟାରୁ ଆରମ୍ଭ ହେବ ।

ଆପଣ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-20 ମ୍ୟାଚ୍ DD ସ୍ପୋର୍ଟସ (DD Sports) ରେ ମାଗଣାରେ ଲାଇଭ ଟେଲିକାଷ୍ଟ ଦେଖିପାରିବେ । ଏହା ବ୍ୟତୀତ ଆପଣ 'ଆମାଜନ ପ୍ରାଇମ ଭିଡିଓ' (Amazon Prime Videos) ରେ ଡିଜିଟାଲ ପ୍ଲାଟଫର୍ମରେ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ T20 ଅନ୍ତର୍ଜାତୀୟ ମ୍ୟାଚ୍ ଦେଖିପାରିବେ । ଏହା ସହ ମ୍ୟାଚର ଲାଇଭ୍ ଅପଡେଟ୍ ଗୁଡିକ https://zeenews.india.com/hindi/Zeeodisha ରେ ମଧ୍ୟ ପଢ଼ିପାରିବେ ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-20 ମ୍ୟାଚରେ ଭାରତର ସମ୍ଭାବ୍ୟ ଏକାଦଶ ଏପରି ହୋଇପାରେ:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁଭମାନ ଗିଲ, ଇଶାନ କିଶନ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ୱାଶିଂଟନ ସୁନ୍ଦର, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଯୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂ ।

ଏହା ବି ପଢ଼ନ୍ତୁ:-ଟି-20 ବିଶ୍ୱକପ ୨୦୨୨ରେ ପରାଜୟ ପରେ ହଠାତ୍ ଏହି ଖେଳାଳି ଛାଡ଼ିଲେ ଅଧିନାୟକତ୍ୱ, ଫ୍ୟାନ୍ସ ନିରାଶ

ଏହା ବି ପଢ଼ନ୍ତୁ:-ଟି-20 ଡେବ୍ୟୁକୁ ଅପେକ୍ଷା କରି ବସିଛନ୍ତି ଏହି ଭାରତୀୟ ଷ୍ଟାର୍; ହାର୍ଦ୍ଦିକ ପାଣ୍ଡ୍ୟା ପୂରଣ କରିବେ ସ୍ୱପ୍ନ!

ଏହା ବି ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଟି-20ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ନୁହଁନ୍ତ, କାରଣ କହିଲେ ନ୍ୟୁଜିଲ୍ୟାଣ୍ଡର ଏହି ଘାତକ ବୋଲର

 

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-20 ସିରିଜରେ ଭାରତୀୟ ଦଳ କିଛି ଏପରି ରହିଛି:-ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଋଷଭ ପନ୍ତ (ଉପ-ଅଧିନାୟକ, ୱିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ହର୍ଷଦୀପ ସିଂ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ । ସୂଚନାଯୋଗ୍ୟ, ଭାରତୀୟ ଦଳ ଟି-20 ବିଶ୍ୱକପ ୨୦୨୨ ପରେ ନ୍ୟୁଜିଲ୍ୟାଣ୍ଡ ଓ ବାଂଲାଦେଶ ଗସ୍ତ କରିବାର ଅଛି । ଏଥିପାଇଁ ବିସିସିଆଇ ୪ଟି ଅଲଗା ଅଲଗା ଦଳ ଘୋଷଣା କରିଛି । ନଭେମ୍ବର ୧୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ଦଳ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ତିନୋଟି ଟି-20 ଓ ତିନୋଟି ଏକ ଦିବସୀୟ ମ୍ୟାଚ୍ ଖେଳିବ । ଏହା ପରେ ଡିସେମ୍ବର ୪ରୁ ୨୬ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ବାଂଲାଦେଶରେ ତିନୋଟି ଏକ ଦିବସୀୟ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।