Virat Kohli Record: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs New Zealand ODI Series) ଚାଲିଛି । ଏହି ସିରିଜ ଦ୍ୱିତୀୟ ମ୍ୟାଚ୍ (IND vs NZ 2nd ODI) ଆଜି (ଶନିବାର) ଅର୍ଥାତ ଜାନୁଆରୀ ୨୧ରେ ଖେଳାଯିବ । ଏହି ମ୍ୟାଚ୍ ଆଜି ଦିନ ୧:୩୦ରୁ ରାୟପୁରର ସହିଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ (Rohit Sharma) ଭାରତୀୟ ଦଳ (Indian Cricket Team) ଏହି ମ୍ୟାଚ୍ ଜିତିବା ପାଇଁ ମଇଦାନକୁ ଓହ୍ଲାଇବ । ଯଦି ଟିମ୍ ଇଣ୍ଡିଆ (Team India) ଏହି ମ୍ୟାଚ୍ ଜିତେ, ତେବେ ସେ ODI ସିରିଜ୍ ମଧ୍ୟ ନିଜ ନାମରେ କରିନେବ । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ନିଜ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିପାରେ । 


COMMERCIAL BREAK
SCROLL TO CONTINUE READING

ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମହାରେକର୍ଡ ଖେଳୁଥିବା ଦୁନିଆର କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କ ନାମରେ କରିବାରେ ସକ୍ଷମ ହୋଇ ପାରିନାହାଁନ୍ତି । ଯଦି ଆଜି ବିରାଟ କୋହଲି (Virat Kohli) ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୧୧୧ ରନ୍ ସ୍କୋର କରନ୍ତି, ତେବେ ସେ ବିଶ୍ୱର ପ୍ରଥମ ଆକ୍ଟିଭ ବ୍ୟାଟ୍ସମ୍ୟାନ୍ ହୋଇ ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ପୂରଣ କରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମହାରେକର୍ଡ ଖେଳୁଥିବା ଦୁନିଆର କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କ ନାମରେ କରିବାରେ ସକ୍ଷମ ହୋଇ ନାହାଁନ୍ତି ।


ଯଦି ବିରାଟ କୋହଲି (Virat Kohli) ଆଜି ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୧୧୧ ରନ୍ ସ୍କୋର କରନ୍ତି, ତେବେ ସେ ଭାରତୀୟ କ୍ରିକେଟ୍ ଇତିହାସରେ ଏହି ସଫଳତା ହାସଲ କରିବା ପାଇଁ ସଚିନ ତେନ୍ଦୁଲକର (Sachin Tendulkar) ଙ୍କ ପରେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେବେ । ସମ୍ପ୍ରତି ଖେଳୁଥିବା କ୍ରିକେଟରଙ୍କ ମଧ୍ୟରେ ବିରାଟ କୋହଲି ଏହି ରେକର୍ଡ ସୃଷ୍ଟି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ୍ ହେବେ । ବିରାଟ କୋହଲି ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ୨୪,୮୮୯ ରନ୍ ସଂଗ୍ରହ କରିଛନ୍ତି । 


ଏଠାରେ କହି ରଖୁଛୁ ଯେ, ସଚିନ ତେନ୍ଦୁଲକର (Sachin Tendulkar) ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ସର୍ବାଧିକ ୩୪,୩୫୭ ରନ୍ ସଂଗ୍ରହ କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିଥିବା ଖେଳାଳିଙ୍କ ତାଲିକାରେ ସଚିନ ତେନ୍ଦୁଲକର ନମ୍ୱର ୧ ସ୍ଥାନରେ ଅଛନ୍ତି । ଏହାପରେ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟ୍ସମ୍ୟାନ କୁମାର ସାଙ୍ଗାକାରା ଦ୍ୱିତୀୟ ସ୍ଥାନରେ ଅଛନ୍ତି । କୁମାର ସାଙ୍ଗାକାରା ୨୮,୦୧୬ ରନ୍ କରିଛନ୍ତି । ସବୁଠାରୁ ଅଧିକ ରନ କରିବା ପ୍ରସଙ୍ଗରେ ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଅଛନ୍ତି । ସେ ୨୭,483 ରନ୍ କରିଛନ୍ତି । ଚତୁର୍ଥ ସ୍ଥାନରେ ଶ୍ରୀଲଙ୍କାର ପୂର୍ବତନ ବ୍ୟାଟ୍ସମ୍ୟାନ ମହେଲା ଜୟୱାର୍ଦ୍ଧନେ ଅଛନ୍ତି । ସେ ୨୫,୯୫୭ ରନ୍ କରିଛନ୍ତି । ସେହିପରି ପଞ୍ଚମ ସ୍ଥାନରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଜ୍ୟାକ୍ କଲିସ୍ ଅଛନ୍ତି । ସେ ୨୫,୫୩୪ ରନ୍ କରିଛନ୍ତି । ଭାରତୀୟ ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଷଷ୍ଠ ସ୍ଥାନରେ ଅଛନ୍ତି । ସେ ଭାରତ ପାଇଁ ୨୪, ୮୮୯ ରନ୍ କରିଛନ୍ତି ।


ଅଧିକ ପଢ଼ନ୍ତୁ:-ହଠାତ୍ କ୍ରିକେଟରରୁ ଅବସର ନେଲେ ଏହି ଘାତକ ଖେଳାଳି


ଅଧିକ ପଢ଼ନ୍ତୁ:-ପୁଟିନ ଜୀବିତ ନା ମୃତ? ଜେଲେନସ୍କି କଲେ ଏହି ବଡ଼ ଦାବି


ଅଧିକ ପଢ଼ନ୍ତୁ:-ଐତିହାସିକ ମ୍ୟାଚର ସାକ୍ଷୀ ହେବ ରାୟପୁର ଷ୍ଟାଡିୟମ: ଟିମ୍ ଇଣ୍ଡିଆ ରଚିବ ଇତିହାସ, ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟରେ ଏହା ଘଟିବ!


 


ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ


୧. ସଚିନ ତେନ୍ଦୁଲକର (ଭାରତ)- ୧୦୦ ଶତକ


୨. ବିରାଟ କୋହଲି (ଭାରତ)-୭୪ ଶତକ


୩. ରିକି ପଣ୍ଟିଂ (ଅଷ୍ଟ୍ରେଲିଆ)- ୭୧ ଶତକ


୪. କୁମାର ସାଙ୍ଗାକାରା (ଶ୍ରୀଲଙ୍କା)- ୬୩ ଶତକ


୫. ଜ୍ୟାକ୍ କାଲିସ୍ (ଦକ୍ଷିଣ ଆଫ୍ରିକା)- ୬୨ ଶତକ