Daniel Christian Retirement: ହଠାତ୍ କ୍ରିକେଟରରୁ ଅବସର ନେଲେ ଏହି ଘାତକ ଖେଳାଳି
Advertisement

Daniel Christian Retirement: ହଠାତ୍ କ୍ରିକେଟରରୁ ଅବସର ନେଲେ ଏହି ଘାତକ ଖେଳାଳି

Daniel Christian Retirement: ଡାନିଏଲ ଖ୍ରୀଷ୍ଟିଆନ ବୋଲିଂ ସହିତ ତୁଫାନୀ ବ୍ୟାଟିଂ ପାଇଁ ଜଣାଶୁଣା । ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ଆଜି ବିଗ୍ ବ୍ୟାସ୍ ଲିଗରେ ସିଡନୀ ସିକ୍ସର୍ସ ଓ ସିଡନୀ ଥଣ୍ଡର ମଧ୍ୟରେ ମ୍ୟାଚ୍ ପୂର୍ବରୁ ସମସ୍ତ ପ୍ରକାର କ୍ରିକେଟ୍ ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । 

Daniel Christian Retirement: ହଠାତ୍ କ୍ରିକେଟରରୁ ଅବସର ନେଲେ ଏହି ଘାତକ ଖେଳାଳି

Daniel Christian Retirement: ଅଷ୍ଟ୍ରେଲିଆର ଦମଦାର୍ ଅଲରାଉଣ୍ଡର ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ହଠାତ୍ ତାଙ୍କ ଅବସର ଘୋଷଣା କରିଛନ୍ତି । ଆଇପିଏଲ  (IPL) ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (Royal Challengers Bangalore) ପାଇଁ ଖେଳୁଥିବା ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ମଧ୍ୟ ସାରା ବିଶ୍ୱରେ ଖେଳାଯାଉଥିବା ଅନ୍ୟ ଟି-20 ଲିଗରେ ନିଜର ଛାପ୍ ଛାଡ଼ିଛନ୍ତି । ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ବୋଲିଂ ସହିତ ତୁଫାନୀ ବ୍ୟାଟିଂ ପାଇଁ ଜଣାଶୁଣା । ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ଆଜି ବିଗ୍ ବ୍ୟାସ୍ ଲିଗ (Big Bash League) ରେ ସିଡନୀ ସିକ୍ସର୍ସ (Sydney Sixers) ଓ ସିଡନୀ ଥଣ୍ଡର (Sydney Thunder)  ମଧ୍ୟରେ ମ୍ୟାଚ୍ ପୂର୍ବରୁ ସମସ୍ତ ପ୍ରକାର କ୍ରିକେଟ୍ ରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି । 

ଏଠାରେ କହି ରଖୁଛୁ ଯେ, ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଫେବୃଆରୀ ୨୦୧୦ରେ ଅଷ୍ଟ୍ରେଲିଆ ପାଇଁ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ୩୯ ବର୍ଷୀୟ ଡାନିଏଲ ଖ୍ରୀଷ୍ଟିଆନ (Daniel Christian)  ଟ୍ୱିଟ୍ କରି କହିଛନ୍ତି ଯେ, ଗତକାଲି ଟ୍ରେନିଂ ସମୟରେ ମୁଁ ମୋର ସିଡନୀ ସିକ୍ସର୍ସ ସାଥୀଙ୍କୁ କହିଥିଲି କି ମୁଁ ଏହି ବିବିଏଲ୍ ସିଜନ ପରେ ଅବସର ନେବି । ସିଡନୀ ସିକ୍ସର୍ସ (Sydney Sixers) ଆଜି ସେମାନଙ୍କର ୧୩ ତମ ମ୍ୟାଚ୍ ଖେଳିବ । ଦଳ ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି । ଯଦି ସିଡନୀ ସିକ୍ସର୍ସ ଫାଇନାଲରେ ପହଞ୍ଚେ, ତେବେ ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ହେବ ଏବଂ ସେ ଦଳ ପାଇଁ ଟାଇଟଲ୍ ଜିତି କ୍ରିକେଟକୁ ବିଦାୟ ଦେବାକୁ ଚାହାଁନ୍ତି । ୨୦୨୧ ମସିହାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଡାନିଏଲ ଖ୍ରୀଷ୍ଟିଆନ (Daniel Christian)  ତାଙ୍କର ଶେଷ ODI ଖେଳିଥିଲେ ।

ଅଧିକ ପଢ଼ନ୍ତୁ:-ପୁଟିନ ଜୀବିତ ନା ମୃତ? ଜେଲେନସ୍କି କଲେ ଏହି ବଡ଼ ଦାବି

ଅଧିକ ପଢ଼ନ୍ତୁ:-ଐତିହାସିକ ମ୍ୟାଚର ସାକ୍ଷୀ ହେବ ରାୟପୁର ଷ୍ଟାଡିୟମ: ଟିମ୍ ଇଣ୍ଡିଆ ରଚିବ ଇତିହାସ, ପ୍ରଥମ ଥର ପାଇଁ ଦିନିକିଆ କ୍ରିକେଟରେ ଏହା ଘଟିବ!

ଅଧିକ ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କ ବଢ଼ିବ ଅବସର ବୟସ! ଜାଣନ୍ତୁ ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ

ସୂଚନାଯୋଗ୍ୟ, ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ୨୦୧୨ ମସିହାରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ପ୍ରଥମ ODI ଖେଳିଥିଲେ । ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ଙ୍କୁ ଗତ ଆଇପିଏଲରେ ମଧ୍ୟ ଦେଖିବାକୁ ମିଳି ନଥିଲା ଓ ପ୍ରାୟ ଦୁଇ ବର୍ଷ ଧରି ଦଳରୁ ବାହାର ଚାଲିଆସୁଛନ୍ତି । ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ଅଷ୍ଟ୍ରେଲିଆ ପାଇଁ ୨୦ଟି ODI ଓ ୨୩ଟି ଟି-20 ମ୍ୟାଚ୍ ଖେଳିଛନ୍ତି । ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ODI ରେ ୨୦ ୱିକେଟ୍ ଓ ଟି-20ରେ ୧୩ ୱିକେଟ୍ ନେଇଛନ୍ତି । ୪୯ଟି ଆଇପିଏଲ୍ ମ୍ୟାଚରେ ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ୩୮ ୱିକେଟ୍ ନେବା ସହ ୪୬୦ ରନ୍ ସଂଗ୍ରହ କରିଛନ୍ତି । ଡାନିଏଲ ଖ୍ରୀଷ୍ଟିଆନ (Daniel Christian) ଙ୍କ କ୍ୟାରିୟରର ସର୍ବୋତମ ସ୍କୋର ହେଉଛି ୩୯ ରନ୍ । ଦିନିକିଆ, T20 ଏବଂ IPL ରେ ଏହା ତାଙ୍କର ସବୁଠାରୁ ବଡ଼ ଇନିଂସ ।