Virat Kohli Aim: ଭାରତୀୟ ପୂର୍ବତନ ଅଧିନାୟକ ବିରାଟ କୋହଲି (Virat Kohli) ବର୍ତ୍ତମାନ ଛୁଟି କାଟୁଛନ୍ତି । ସେ ଜାଣନ୍ତି ଯେ ସେ ଫର୍ମରେ ନାହାଁନ୍ତି, କିନ୍ତୁ ତଥାପି ତାଙ୍କର ଏକ ବୟାନ କ୍ରିକେଟ୍ ପ୍ରଶଂସକଙ୍କୁ ଉତ୍ସାହରେ ପରିପୂର୍ଣ୍ଣ କରିଦେବ । ସେ କହିଛନ୍ତି ଯେ ସେ ଭାରତ ପାଇଁ ଏସିଆ କପ୍ (Asia Cup) ଓ ଟି-୨୦ ବିଶ୍ୱକପ (T20 World Cup) ଜିତିବାକୁ ଚାହୁଁଛନ୍ତି । ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ଗତ ତିନିବର୍ଷ ମଧ୍ୟରେ ପେସାଦାର କ୍ରିକେଟର ଭାବରେ କୌଣସି ଗୋଟିଏ ମଧ୍ୟ ଶତକ ମାରିବାରେ ସକ୍ଷମ ହୋଇ ନାହାଁନ୍ତି, କିନ୍ତୁ ଏହି ଖେଳାଳିଙ୍କ ସ୍ତର ସମସ୍ତେ ଜାଣନ୍ତି ।


COMMERCIAL BREAK
SCROLL TO CONTINUE READING

୩୩ ବର୍ଷୀୟ ବିରାଟ କୋହଲି ନିକଟରେ ଇଂଲଣ୍ଡ ଗସ୍ତରେ ଯାଇଥିଲେ କିନ୍ତୁ ସୀମିତ ଓଭର ସିରିଜ୍ ହେଉ କିମ୍ବା ଲମ୍ବା ଫର୍ମାଟ ସେ ବଡ଼ ସ୍କୋର କରିବାରେ ସକ୍ଷମ ହୋଇ ପାରି ନଥିଲେ । ବିରାଟ କୋହଲି ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍, ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଓ ଆସନ୍ତା ବର୍ଷର ୫୦ ଓଭର ବିଶ୍ୱକପରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ହେବେ, କାରଣ ବର୍ତ୍ତମାନ ସମୟରେ ଭାରତରେ ତାଙ୍କ ଅପେକ୍ଷା ଅଧିକ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ନାହାଁନ୍ତି ।


ସେ କହିଛନ୍ତି, "ମୁଁ ଜାଣେ ଯେ ମୁଁ ଫର୍ମରେ ନାହିଁ, ତଥାପି ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରୁ ବିଶ୍ରାମ ନେବା ଉଚିତ୍ ଭାବିଛନ୍ତି । ଚୟନକର୍ତ୍ତାମାନେ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ । ବିରାଟ କୋହଲି ବର୍ତ୍ତମାନ ଜିମ୍ବାୱେ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଦେଖିବାକୁ ମିଳିବ କିମ୍ବା ୟୁଏଇରେ ଖେଳାଯିବାକୁ ଥିବା ଏସିଆ କପ୍ ୨୦୨୦ ରେ  ସିଧାସଳଖ ନଜର ଆସିବେ । ଟୁର୍ଣ୍ଣାମେଣ୍ଟ ଜିତିବା ପାଇଁ ସେମାନେ କିଛି ବି କରିପାରିବେ ବୋଲି ବିରାଟ କହିଛନ୍ତି ।'


ଏସିଆ କପ୍ ବ୍ରଡକାଷ୍ଟର୍ ଷ୍ଟାର୍ ସ୍ପୋର୍ଟସ୍ ବିରାଟ କୋହଲିଙ୍କ ଏକ ବୟାନକୁ ଉଦ୍ଧୃତ କରିଛି । ଏଥିରେ ବିରାଟ କୋହଲି କହିଛନ୍ତି, "ମୋର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତକୁ ଏସିଆ କପ୍ ଓ ବିଶ୍ୱକପ୍ ଜିତିବାରେ ସାହାଯ୍ୟ କରିବା ଏବଂ ଏଥିପାଇଁ ମୁଁ ଦଳ ପାଇଁ କିଛି କରିବାକୁ ପ୍ରସ୍ତୁତ ଅଛି । କୋହଲି ଦୀର୍ଘ ଦିନ ପରେ ଆଇସିସି ର଼୍ୟାଙ୍କିଙ୍ଗରେ ODI ଫର୍ମାଟରେ ଶ୍ରେଷ୍ଠ ତିନିଜଣ ବ୍ୟାଟ୍ସମ୍ୟାନଠାରୁ ତଳକୁ ଖସି ଆସିଛନ୍ତି ଓ କୌଣସି ଫର୍ମାଟରେ ଟପ୍ ର଼୍ୟାଙ୍କିଙ୍ଗରେ ନାହାଁନ୍ତି ।


ଏହା ବି ପଢ଼ନ୍ତୁ: LoC ଉପରେ ପାକିସ୍ତାନ ସେନା ପାଇଁ ବଙ୍କର ନିର୍ମାଣ କରୁଛି ଚୀନ୍, ସୁରକ୍ଷା ଏଜେନ୍ସି କଲା ଆଲର୍ଟ


ଏହା ବି ପଢ଼ନ୍ତୁ: Neeraj Chopra: ଆରମ୍ଭ ଖରାପ କିନ୍ତୁ ଜିତିଲେ ରୌପ୍ୟ, PM ମୋଦି ଦେଲେ ଶୁଭେଚ୍ଛା, ଦେଖନ୍ତୁ ଭିଡ଼ିଓ