LoC ରେ ପାକିସ୍ତାନ ପାଇଁ ବଙ୍କର ନିର୍ମାଣ କରୁଛି ଚୀନ୍; ବଡ଼ ଷଡ଼ଯନ୍ତ୍ର, ସୁରକ୍ଷା ଏଜେନ୍ସି ଆଲର୍ଟ
Advertisement
Article Detail0/zeeodisha/odisha1271726

LoC ରେ ପାକିସ୍ତାନ ପାଇଁ ବଙ୍କର ନିର୍ମାଣ କରୁଛି ଚୀନ୍; ବଡ଼ ଷଡ଼ଯନ୍ତ୍ର, ସୁରକ୍ଷା ଏଜେନ୍ସି ଆଲର୍ଟ

LoC: ପାକିସ୍ତାନର ଘନିଷ୍ଠ ସହଯୋଗୀ ଚୀନ୍ ମଧ୍ୟ ଅତୀତରେ ଅନେକ ଥର ଏହାକୁ ସାହାଯ୍ୟ କରି ଆସିଛି । ଭାରତ ଆସନ୍ତା ବର୍ଷ ଜମ୍ମୁ କାଶ୍ମୀରରେ ଜି -20 ନେତାଙ୍କ ବୈଠକ କରିବାକୁ ଭାରତ ଯୋଜନା କରିଛି ।

ସୌ: ସୋସିଆଲ ମିଡିଆ

LoC: ଭାରତ ବିରୋଧରେ ଚୀନ୍ ସମସ୍ତ ପ୍ରକାର କୌଶଳ ଅବଲମ୍ବନ କରୁଛି । ଭାରତୀୟ ସୁରକ୍ଷା ଏଜେନ୍ସି ଏହି ବିଷୟରେ ସରକାରଙ୍କୁ ସୂଚନା ଦେଇଛନ୍ତି ଯେ ଏକ ଚୀନ ନିର୍ମାଣାଧୀନ କମ୍ପାନୀ ପାକିସ୍ତାନ ଅଧିକୃତ କାଶ୍ମୀର (POK) ରେ ନିଜର କାର୍ଯ୍ୟାଳୟ ସ୍ଥାପନ କରିଛି । ଏହା ସହିତ, ମୁଜାଫରବାଦ ଓ ଅଥମୁକମ ନିକଟବର୍ତ୍ତୀ ଅଞ୍ଚଳରେ କରାଯାଉଥିବା କାର୍ଯ୍ୟକୁ ନିୟନ୍ତ୍ରଣ କରୁଛି ।

ଏଜେନ୍ସିଗୁଡିକ କହିଛି ଯେ ଚୀନ କମ୍ପାନୀ ମେ' ମାସରୁ ପାକିସ୍ତାନୀ ସେନା ପାଇଁ ବଙ୍କର ନବୀକରଣ ଓ ନୂଆ ବଙ୍କର ନିର୍ମାଣ କରୁଛି । ଚୀନ୍ କମ୍ପାନୀଗୁଡିକ ମଧ୍ୟ ଅତୀତରେ PoK ରେ ନିର୍ମାଣ କାର୍ଯ୍ୟ କରିଛନ୍ତି, କିନ୍ତୁ ଏହା ପ୍ରଥମ ଥର ହୋଇଛି ଯେତେବେଳେ LoC ରେ ଏହି ପରିଯୋଜନା ଆରମ୍ଭ ହୋଇଛି । କହି ରଖୁଛୁ ଯେ, ଏହି ଅଞ୍ଚଳ ପାକିସ୍ତାନ ଅଧିକୃତ କାଶ୍ମୀରର ନିଲମ୍ ଉପତ୍ୟକା ନିକଟରେ ଥିବା କେଲ୍ ସେକ୍ଟରରେ ପାକିସ୍ତାନୀ ସେନାର ୩୨ ଡିଭିଜନ ଅଧୀନରେ ଆସିଥାଏ ।

ବେଜିଂ ଏହା ପୂର୍ବରୁ ନିଜର ଯବାନ ଓ ମେସିନ୍ ରାଜସ୍ଥାନର ବିକାନେର ସମ୍ମୁଖରେ ପାକିସ୍ତାନୀ ମାଟିକୁ ପଠାଇଥିଲା । ଏଠାରେ ଏକ ଫରୱାର୍ଡ ଏୟାରବେସ୍ ନବୀକରଣ କରାଯାଇଥିଲା ଓ ୩୫୦ ରୁ ଅଧିକ ଷ୍ଟୋନ ବଙ୍କର ଓ ସୀମା ପୋଷ୍ଟଗୁଡିକ ପୁନଃ ନିର୍ମାଣ କରାଯାଇଥିଲା ।

କହିରଖୁଛୁ ଯେ ପାକିସ୍ତାନର ଘନିଷ୍ଠ ସହଯୋଗୀ ଚୀନ୍ ଏହା ପୂର୍ବରୁ ଅନେକ ଥର ପାକିସ୍ତାନ ସହ ନିଜର ସ୍ୱର ମିଶାଇ ଆସିଛି । ଆସନ୍ତା ବର୍ଷ ଜମ୍ମୁ କାଶ୍ମୀରରେ ଜି -୨୦ ନେତାଙ୍କ ବୈଠକ କରିବାକୁ ଭାରତ ଯୋଜନା କରିଛି । ପାକିସ୍ତାନ ସହିତ ଚୀନ୍ ଭାରତର ଏହି ପଦକ୍ଷେପକୁ ବିରୋଧ କରିଥିଲା । ଡ୍ରାଗନ୍ ନିଜର ଘନିଷ୍ଠ ସହଯୋଗୀ ପାକିସ୍ତାନର ସ୍ୱର ସହ ସ୍ୱର ମିଶାଇ କହିଛି ଯେ ସମ୍ପୃକ୍ତ ଦଳମାନେ ଏହି ପ୍ରସଙ୍ଗକୁ ରାଜନୀତିକରଣରୁ ନିବୃତ୍ତ ହେବା ଉଚିତ୍ ।

ଜମ୍ମୁ କାଶ୍ମୀର ୨୦୨୩ ରେ G-୨୦ ବୈଠକ ଆୟୋଜନ କରିବ । ବିଶ୍ୱର ବୃହତ୍ତମ ଅର୍ଥନୀତି ଏହି ପ୍ରଭାବଶାଳୀ ଗୋଷ୍ଠୀରେ ଅନ୍ତର୍ଭୁକ୍ତ । ଜମ୍ମୁ କାଶ୍ମୀର ପ୍ରଶାସନ ସାମଗ୍ରିକ ସମନ୍ୱୟ ପାଇଁ ପାଞ୍ଚ ସଦସ୍ୟ ବିଶିଷ୍ଟ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛି । ଜମ୍ମୁ କାଶ୍ମୀରର ସ୍ଵତନ୍ତ୍ର ସ୍ଥିତି ପ୍ରତ୍ୟାହାର ପରେ ଏଠାରେ ପ୍ରସ୍ତାବିତ ପ୍ରଥମ ପ୍ରମୁଖ ଆନ୍ତର୍ଜାତୀୟ ବୈଠକ ହେବ । ପାକିସ୍ତାନ ଏହାକୁ ବିରୋଧ କରିଛି । ପାକିସ୍ତାନ କହିଛି ଯେ ଭାରତ ଏଭଳି ଉଦ୍ୟମକୁ ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରୁଛି ।

ଏହା ବି ପଢ଼ନ୍ତୁ: Neeraj Chopra: ଆରମ୍ଭ ଖରାପ କିନ୍ତୁ ଜିତିଲେ ରୌପ୍ୟ, PM ମୋଦି ଦେଲେ ଶୁଭେଚ୍ଛା, ଦେଖନ୍ତୁ ଭିଡ଼ିଓ