ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି (Sourav Ganguly) ଆଜି ନିଜର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି । ଭାରତୀୟ କ୍ରିକେଟକୁ ନୂତନ ଶିଖରରେ ପହଞ୍ଚାଇଥିବା ବେଙ୍ଗଲ ଟାଇଗରଙ୍କ କ୍ରିକେଟ୍ କ୍ୟାରିୟର ଅତ୍ୟନ୍ତ ରୋଚକ ରହିଛି । ତାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଅଭିନନ୍ଦନ ସୁହ ଛୁଟୁଛି ।


COMMERCIAL BREAK
SCROLL TO CONTINUE READING

ଏକ ମଜାଳିଆ ଷ୍ଟାଇଲରେ ଶୁଭେଚ୍ଛା ଜଣାଇଲେ ସେହୱାଗ
ପୂର୍ବତନ ଭାରତୀୟ ବିସ୍ଫୋରକ ଓପନର୍ ବିରେନ୍ଦର ସେହୱାଗ (Virender Sehwag) ଏକ ମଜାଳିଆ ଟ୍ୱିଟ୍ କରି ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ (Sourav Ganguly) ଅଭିନନ୍ଦନ ଜଣାଇଛନ୍ତି । ସେହୱାଗ ଗାଙ୍ଗୁଲିଙ୍କୁ ତାଙ୍କ ଜନ୍ମଦିନରେ ଏକ ମଜାଳିଆ ମିମ୍ ସେୟାର କରି ଅଭିନନ୍ଦନ ଜଣାଇଛନ୍ତି ।



ସେହୱାଗ ଏକ ମଜାଦାର ଫଟୋ ସେୟାର କରିଛନ୍ତି 
ଏହି ମିମରେ ଏହା ଦେଖିବାକୁ ମିଳେ ଯେ ସେହୱାଗ ନିଜେ ଏକ ବାଇକ୍ ଚଳାଉଛନ୍ତି ଓ ଗାଙ୍ଗୁଲି ତାଙ୍କ ପଛରେ ବସିଛନ୍ତି । ବାଇକରେ 'ଦାଦା' ଲେଖାଯାଇଛି । ଏହି ମିମ୍ ସେୟାର କରିବା ସମୟରେ ସେହୱାଗ ଲେଖିଛନ୍ତି, "ଦାଦାଙ୍କ ଗାଡିରେ, ଦାଦାଙ୍କ ସହ ଯାତ୍ରା । ଏହିପରି କିଛି ଥିଲା ଦାଦାଙ୍କ ସହିତ ମୋର ପାଞ୍ଚ ବର୍ଷର ଯାତ୍ରା । ଆଗାମୀ ବର୍ଷରେ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ଖୁସି ମିଳିବାର କାମନା କରୁଛି । ଜନ୍ମଦିନର ଶୁଭେଚ୍ଛା ଦାଦା ।"


ଅଧିକ ପଢ଼ନ୍ତୁ: ଫ୍ରାନ୍ସରେ ଜବତ ହେବାକୁ ଯାଉଛି ଭାରତର ୨୦ ଟି ସମ୍ପତ୍ତି, ଅର୍ଥ ମନ୍ତ୍ରଣାଳୟ ଦେଲା ଏହି ଜବାବ


ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତ ଜିତିଥିଲେ ଅନେକ ବଡ ମ୍ୟାଚ୍
ସୌରଭ ଗାଙ୍ଗୁଲି ବିରେନ୍ଦ୍ର ସେହୱାଗ, ଯୁବରାଜ ସିଂ, ମହେନ୍ଦ୍ର ସିଂ ଧୋନି, ହରଭଜନ ସିଂଙ୍କ ଭଳି ଅନେକ କ୍ରିକେଟରଙ୍କୁ ପ୍ରସ୍ତୁତ କରିଥିଲେ ଓ ଆବଶ୍ୟକ ସ୍ଥଳେ ସେମାନଙ୍କୁ ସମର୍ଥନ କରିଥିଲେ । ପରେ ଏହି ସମସ୍ତ ଖେଳାଳିମାନେ ମଧ୍ୟ ଟିମ୍ ଇଣ୍ଡିଆ ପାଇଁ ମ୍ୟାଚ୍ ବିଜେତା ବୋଲି ପ୍ରମାଣିତ ହୋଇଥିଲେ । ୧୬ ଟି ଶତକ ଓ ୩୫ ଟି ଅର୍ଦ୍ଧଶତକ ସମେତ ୪୨.୧୪ ହାରାହାରି ସହ ସେ ୧୧୩ ଟି ଟେଷ୍ଟ ମ୍ୟାଚରେ ୭୨୧୩ ରନ୍ ସ୍କୋର କରିଥିଲେ । ଏଥି ସହିତ ୩୧୧ ଟି ODI ରେ ସେ ହାରାହାରି ୪୧.୦୨ ରେ ୧୧୩୬୩ ରନ୍ ସ୍କୋର କରିଥିଲେ । ଏଥିରେ ୨୨ ଟି ଶତକ ଓ ୭୨ ଟି ଅର୍ଦ୍ଧଶତକ ମଧ୍ୟ ସାମିଲ ଅଛି ।