ନୂଆଦିଲ୍ଲୀ: ୨୬ ତାରିଖରୁ ଫଟାଫଟ୍ କ୍ରିକେଟ୍ ଆଇପିଏଲ (IPL) ଆରମ୍ଭ ହେବାକୁ ଯାଉଛି। ଏହାର ମଜା ନେବା ପାଇଁ ଅପେକ୍ଷା କରିଛନ୍ତି ଦର୍ଶକ । ଏଥର ବ୍ୟାଟିଂ ଓ ବୋଲିଂରେ ଖେଳାଳିମାନେ କମାଲ କରିବେ ବୋଲି ଆଶା କରାଯାଉଛି । ଚଳିତଥର ୨ଟି ନୂଆ ଟିମ୍ ସମେତ ମୋଟ ୧୦ଟି ଟିମ୍ ଅଂଶଗ୍ରହଣ କରିଥିବାରୁ ମୁକାବିଲା ବେଶ୍ ରୋମାଞ୍ଚକର ହେବ ବୋଲି କହିଛନ୍ତି ସମୀକ୍ଷକ ।


COMMERCIAL BREAK
SCROLL TO CONTINUE READING

ନୂଆ ଟିମରେ ଏଣ୍ଟ୍ରି (ENTRY) କରିଛନ୍ତି ନୂଆ ଖେଳାଳି । କୋଟି କୋଟି ଟଙ୍କାରେ ଦେଶୀ ଓ ବିଦେଶୀ ଖେଳାଳିଙ୍କୁ କିଣିଛନ୍ତି ଫ୍ରାଞ୍ଚାଇଜ୍ (FRANCHISE) ଟିମ୍ । ବଛା ବଛା ଖେଳାଳି ପଡ଼ିଆରେ ସେମାନଙ୍କ ଦମ୍ ଦେଖାଇବେ । ବିସ୍ଫୋରକ ବ୍ୟାଟିଂ, ଘାତକ ବୋଲିଂରେ ଦଳକୁ ଜିତାଇବାକୁ ଲଢ଼ିବେ । ଆଉ ଖାସ୍ ସେଥିପାଇଁ ଚଳିତଥର ସେମାନଙ୍କ ଦାମ୍ ବି ବଢ଼ିଛି । କ୍ରିକେଟରମାନେ ୧୦ କୋଟି, ୧୫ କୋଟି, ୧୬ କୋଟିରେ ଟିମରେ ସାମିଲ ହୋଇଛନ୍ତି । ସବୁ ଖେଳାଳି ନିଜର ଶତ ପ୍ରତିଶତ ପରଫରମାନ୍ସ (PRFORMANCE) ଦେବେ । ଏଥିରେ ଫେଲ୍ ମାରିଲେ ଆସନ୍ତା ଥର ହୁଏତ ସେମାନଙ୍କ ଡିମାଣ୍ଡ କମିପାରେ ।


Also Read: TATA Coin କ'ଣ... ଆପଣଙ୍କୁ ଏହି କ୍ରିପ୍ଟୋକରେନ୍ସିରେ ନିବେଶ କରିବା କେତେ ଜରୁରୀ


ଚଳିତଥର IPLର ପଞ୍ଚଦଶ ସଂସ୍କରଣ ଅନୁଷ୍ଠିତ ହେଉଛି । IPL ଇତିହାସରେ ମୁମ୍ବାଇ  ଏବଂ ଚେନ୍ନାଇ ପରି ଟିମର ଦବଦବା ଦେଖିବାକୁ ମିଳିଛି।  ମୁମ୍ବାଇ ୫ ଥର ଟ୍ରଫି (TROPHY) ହାତେଇଥିବା ବେଳେ ଏଥର ମଧ୍ୟ ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛି । କାରଣ ଟିମରେ ଅଛନ୍ତି ଇନଫର୍ମ ଈଶାନ କିଷନ, ସୂର୍ଯ୍ୟକୁମାର ଯାଦବଙ୍କ ସମେତ ବୁମରା, ପୋଲାର୍ଡ ଏବଂ ଅଧିନାୟକ ରୋହିତ ଶର୍ମା । ନିକଟରେ ସିଙ୍ଗାପୁର କ୍ରିକେଟର ଟିମ୍ ଡେଭିଡଙ୍କ ବ୍ୟାଟିଂ ଆପଣମାନେ ଦେଖିଥିବେ । 


Also Read: ଧୋନି ଖୋଲିଲେ ନିଜ ୭ ନମ୍ବର ଜର୍ସିର ରହସ୍ୟ; କହିଲେ- 'ମୁଁ ଅନ୍ଧବିଶ୍ୱାସୀ ନୁଁହ'


BBL ଏବଂ PSLରେ ବିସ୍ଫୋରକ ବ୍ୟାଟିଂ କରି ମୁମ୍ବାଇ ଟିମରେ ସାମିଲ ହୋଇଛନ୍ତି ଏହି କ୍ରିକେଟର। ବେବି ଡିଭିଲିୟର୍ସ ନାଁରେ ପରିଚିତ ଡେୱାଲ୍ଡ ବ୍ରେଭିସ ଟିମରେ ଥିବାରୁ ଶକ୍ତିଶାଳୀ ମୁମ୍ବାଇ ପୁଣିଥରେ ଚାମ୍ପିଅନ୍ ହେବା ନେଇ ଅଙ୍କ କଷିଛନ୍ତି କ୍ରିକେଟ୍ ସମୀକ୍ଷକ । ସେହିପରି ୪ ଥର ଟାଇଟଲ୍ ଜିତିଥିବା ଚେନ୍ନାଇ, ୨୦୨୨ର ଟାଇଟଲ୍ ନିଜ ନାଁରେ କରିବାକୁ ସବୁ ବଳ ପ୍ରୟୋଗ କରିବ । ସଫଳ ଅଧିନାୟକ ଧୋନିଙ୍କ ସମେତ ଗାଏକୱାଡ, ରାୟୁଡୁ, ମୋଇନ୍ ଅଲ୍ଲୀ, ଦୀପକ ଚହର, ବ୍ରାଭୋଙ୍କ ସମେତ ଇନଫର୍ମ(INFORM) ଜାଡେଜା ଟିମରେ ଅଛନ୍ତି । ବିଶାଳ ଟାର୍ଗେଟ୍ ଚେଜ୍ କରିବା ହେଉ ଅବା ଲୋ ସ୍କୋରିଂରେ ଡିଫେଣ୍ଡ କରିବା, ସବୁଥିରେ ଚେନ୍ନାଇ ବାଜି ମାରିବା ଦକ୍ଷତା ରଖିଛି । ତେଣୁ ଏହି ଦୁଇ ଟିମରୁ ଜଣେ ପୁଣି ଥରେ ଚାମ୍ପିଅନ୍ ହେବା ନେଇ ପୂର୍ବାନୁମାନ କରିଛନ୍ତି ସମୀକ୍ଷକ।