TATA Coin କ'ଣ... ଆପଣଙ୍କୁ ଏହି କ୍ରିପ୍ଟୋକରେନ୍ସିରେ ନିବେଶ କରିବା କେତେ ଜରୁରୀ
Advertisement
Article Detail0/zeeodisha/odisha1128100

TATA Coin କ'ଣ... ଆପଣଙ୍କୁ ଏହି କ୍ରିପ୍ଟୋକରେନ୍ସିରେ ନିବେଶ କରିବା କେତେ ଜରୁରୀ

TATA Coinର ଉଦ୍ଦେଶ୍ୟ, ଟ୍ରାଞ୍ଜାକ୍ସନ ଫି'କୁ କମ୍ କରିବା ଏବଂ ଇଣ୍ଟରନ୍ୟାସନାଲ ପେମେଣ୍ଟକୁ ଫାଷ୍ଟ ଏବଂ ଶସ୍ତା କରିବା । କାରଣ ଏହାର ସପ୍ଲାଇ ଲିମିଟେଡ । ଏଥିପାଇଁ TATA Coinକୁ ମୁଦ୍ରାସ୍ଫୀତି ବିରୋଧରେ ସୁରକ୍ଷା ରୂପରେ ବ୍ୟବହାର କରାଯାଇପାରେ ।

TATA Coin କ'ଣ... ଆପଣଙ୍କୁ ଏହି କ୍ରିପ୍ଟୋକରେନ୍ସିରେ ନିବେଶ କରିବା କେତେ ଜରୁରୀ

ନୂଆଦିଲ୍ଲୀ: କ୍ରିପ୍ଟୋକରେନ୍ସି ଦୁନିଆରେ ଏବେ ଟାଟା କଏନର ଚର୍ଚ୍ଚା ଜୋର ଧରିଛି । ବିନେନ୍ସ ସ୍ମାର୍ଟ ଚେନ୍ ରେ ଲିଷ୍ଟେଡ୍ ଏହି କ୍ରିପ୍ଟୋକରେନ୍ସିର ମୂଲ୍ୟ ୧୨୦୦ ପ୍ରତିଶତରୁ ଅଧିକ ଡିଆଁ ମାରିଛି । ମାର୍ଚ୍ଚ ୫କୁ ଏହା ୦.୦୦୮ ଡଲାରରେ ଥିଲା ଏବଂ ମାର୍ଚ୍ଚ ୬କୁ ବଢ଼ି ୦.୨୪ ଡଲାର ହୋଇଥିଲା।  TATA Coin ବର୍ତ୍ତମାନ ୦.୦୯ ଡଲାରରେ ବ୍ୟବସାୟ କରୁଛି । ଏହାର ମାର୍କେଟ କ୍ୟାପିଟାଲାଇଜେସନ୍ ୭୧୮,୩୦୦ ଡଲାର ଅଛି, ଯାହା ଏକ ଅଜଣା କଏନ ପାଇଁ ବେଶ ବଡ଼ କଥା । ବହୁ ଲୋକ ଟାଟା କଏନରେ ଇନଭେଷ୍ଟ କରିବା ସମ୍ପର୍କରେ ଚିନ୍ତା କରୁଛନ୍ତି । ହେଲେ ତା' ପୂର୍ବରୁ ଆପଣଙ୍କୁ ଏହି ସମ୍ପର୍କରେ ସବୁକିଛି ଜାଣିନେବା ଦରକାର

TATA Coin ସମ୍ପୂର୍ଣ୍ଣ ଭାବେ ଡିସେଣ୍ଟ୍ରାଲାଇଜଡ୍ । ଏହାର ଅର୍ଥ ହେଉଛି କି ଏହାକୁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା, କ୍ରିପ୍ଟୋକରେନ୍ସିକୁ ନିୟନ୍ତ୍ରଣ କରେ ନାହିଁ । ଏହାର ଉଦ୍ଦେଶ୍ୟ ଡିସେଣ୍ଟ୍ରାଲାଇଜଡ୍ ପରିବେଶକୁ ପ୍ରୋତ୍ସାହନ ଦେବା ଏବଂ ମଲ୍ଟିନେସନାଲ କମ୍ପାନୀ ଏବଂ ଅର୍ଗାନାଇଜେସନ୍ ପାଇଁ ସିକ୍ୟୁର କ୍ରସ୍-ବର୍ଡର ଟ୍ରାଞ୍ଜାକସନ୍ ସିଷ୍ଟମ ତିଆରି କରିବା ।

୯୦ ଲକ୍ଷ କଏନ ପର୍ଯ୍ୟନ୍ତ ସପ୍ଲାଇ ସୀମିତ
TATA Coinର ଉଦ୍ଦେଶ୍ୟ, ଟ୍ରାଞ୍ଜାକ୍ସନ ଫି'କୁ କମ୍ କରିବା ଏବଂ ଇଣ୍ଟରନ୍ୟାସନାଲ ପେମେଣ୍ଟକୁ ଫାଷ୍ଟ ଏବଂ ଶସ୍ତା କରିବା । କାରଣ ଏହାର ସପ୍ଲାଇ ଲିମିଟେଡ । ଏଥିପାଇଁ TATA Coinକୁ ମୁଦ୍ରାସ୍ଫୀତି ବିରୋଧରେ ସୁରକ୍ଷା ରୂପରେ ବ୍ୟବହାର କରାଯାଇପାରେ । TATA Coinକୁ ଏଭଳି ଡିଜାଇନ କରାଯାଇଛି କି ଏହା ମଧ୍ୟ ୯୦ ଲକ୍ଷ କଏନରୁ ଅଧିକ ହେବ ନାହିଁ । ଏହି ଡିଜାଇନ ଫିଚରକୁ ନା କମ୍ୟୁନିଟି ବଦଳିପାରିବ ଆଉ ନା କୌଣସି ଅର୍ଗାନାଇଜେସନ୍ । ଏହି ପ୍ରୋଟୋକଲ ଏହାକୁ ସୁନା ଭଳି ମୂଲ୍ୟବାନ ଧାତୂ ଠାରୁ ଭିନ୍ନ କରିଥାଏ । ସୁନାର ଅଧିକ ଖନନରୁ ଏହାର ମୂଲ୍ୟ ହ୍ରାସ ହୋଇପାରେ, ହେଲେ TATA Coinର ସପ୍ଲାଇ ସୀମିତ ରହିଛି ।

ଭବିଷ୍ୟତରେ ଏକ ଡିସେଣ୍ଟ୍ରାଲାଇଜଡ୍ ସ୍ୱାପ୍ ଏବଂ ଏକ୍ସଚେଞ୍ଜ କରିବାକୁ ଯୋଜନା ରହିଛି । ଗୋଟିଏ ପ୍ରଶ୍ନ ଏହା ମଧ୍ୟ କି କମ୍ୟୁନିଟି କେମିତି ଏହି କଏନକୁ ନିୟନ୍ତ୍ରଣ କରିଥାଏ । ସାଧାରଣ ଭାବେ ସେହି ୟୁଜର୍ସ କରେନ୍ସୀକୁ ଦିଶା ଯୋଗାଇଥାନ୍ତି, ଯେଉଁମାନଙ୍କ ପାଖରେ ସବୁଠାରୁ ଅଧିକ କଏନ ରହିଥାଏ । ଟାଟା କଏନରେ ଶହେ ପ୍ରତିଶତ ପବ୍ଲିକ ଲିକ୍ୱିଡିଟି ରହିଛି

ତେବେ ଆପଣଙ୍କୁ ନିବେଶ କରିବା ଦରକାର ?
କୌଣସି କଏନ ମୂଲ୍ୟର ଭବିଷ୍ୟବାଣୀ କରିବା ଅସମ୍ଭବ । ଗତବର୍ଷ ମଧ୍ୟ ଅନେକ କଏନ ଖବରକୁ ଆସିଥିଲେ । ତାହା ନିବେଶକଙ୍କୁ ଅନେକ ଫାଇଦା ଦେଇଥିଲା । ହେଲେ ସେମାନେ କିଛି ସମୟ ପାଇଁ ରହିଥିଲେ ଏବଂ ପରେ ଏହାର ମୂଲ୍ୟ ସାମାନ୍ୟ ହୋଇଯାଇଥିଲା । କ୍ରିପ୍ଟୋକରେନ୍ସିରେ ବହୁ ଅସ୍ଥିରତା ରହିଛି । ଏବେ ପାଇଁ TATA Coin ଏକ ଭଲ ନିବେଶ ଭାବେ ଅନେକ ମତ ରଖିଛନ୍ତି । ହେଲେ ଏହା କିଛି ଘଣ୍ଟା ପରେ ବଦଳି ମଧ୍ୟପାରେ । କ୍ରିପ୍ଟୋକରେନ୍ସି ଦୁନିଆରେ ଏହି କଏନ ବହୁତ ଛୋଟ ହୋଇଥାଏ । CoinMarketCapରେ ଏବେ ଏହା ୨ ହଜାର ୯୫୩ ନମ୍ବରରେ ରହିଛି । ଏଥିପାଇଁ ନିବେଶ କରିବା ପୂର୍ବରୁ ଏହାର ଲାଭ ଓ କ୍ଷତି ସମ୍ପର୍କରେ ଭଲ ଭାବେ ଜାଣିନେବା ଦରକାର।

Also Read: ରେକର୍ଡ ସ୍ତରରେ 'ଦ କାଶ୍ମୀର ଫାଇଲ୍ସ', କଲାଣି ଏତେ ଇନକମ୍

Also Read: ମାର୍ଚ୍ଚ ୨୫ରେ ପରଦାରେ ଧମାକା କରିବ RRR