T20 World Cup Final Match: ନୂଆଦିଲ୍ଲୀ: ଆସନ୍ତା ରବିବାର ଚଳିତ ବିଶ୍ୱକପର ଫାଇନାଲ ମ୍ୟାଚ। ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଏହି ମ୍ୟାଚ। ତେବେ ଉଭୟ ଦଳ ପୂର୍ବରୁ ଗୋଟିଏ ଲେଖାଏଁ ସିରିଜ ବିଜୟ ହୋଇ ବିଶ୍ୱକପ ଟାଇଟଲ ହାତେଇ ସାରିଛନ୍ତି। ପାକିସ୍ତାନ ୨୦୦୯ରେ ଏହି ବିଶ୍ୱକପ ଟାଇଟଲ ହାତେଇଥିବା ବେଳେ ୨୦୧୦ ବିଶ୍ୱକପ ଉପରେ କବଜା କରିଥିଲା ଇଂଲଣ୍ଡ। ଏହା ପରେ ଉଭୟ ଟିମ ଦ୍ୱିତୀୟ ଥର ପାଇଁ ସାମ୍ନା ସାମ୍ନି ହୋଇଛନ୍ତି। ଫଳରେ ଦ୍ୱିତୀୟ ଥର ପାଇଁ ଏହି କପ ହାତେଇବାକୁ ଉଭୟ ଟିମ ଦମ ଲଗାଇଦେବେ। ଫାଇନାଲ ପୂର୍ବରୁ ଉଭୟଙ୍କ ମଧ୍ୟରେ କିଏ କାହା ଉପରେ ଭାରି ପଡ଼ିବେ ଆସନ୍ତୁ ଜାଣିବା। 


COMMERCIAL BREAK
SCROLL TO CONTINUE READING

ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ମୋଟ ୨୮ଟି ଟି୨୦ ମ୍ୟାଚ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯାଇଛି। ଏଥିରୁ ୧୮ଟି ମ୍ୟାଚ ଇଂଲଣ୍ଡ ଜିତି ସାରିଛି। ଏହା ସହିତ ପାକିସ୍ତାନ ଉପରେ ବେଶ ଦବଦବା ଜାରି ରଖିଛି। ପାକିସ୍ତାନ ୯ଟି ମ୍ୟାଚ ଜିତିଥିବା ବେଳେ ଗୋଟିଏ ମ୍ୟାଛ ଫଳାଫଳ ଶୂନ୍ୟ ରହିଥିଲା। ତେବେ ଟି୨୦ ବିଶ୍ୱକପରେ ଉଭୟଙ୍କ ମଧ୍ୟରେ ମାତ୍ର ଦୁଇ ଥର ପରସ୍ପରକୁ ଭେଟିଛନ୍ତି। ଏଥିରେ ଦୁଇଥର ଯାକ ଇଂଲଣ୍ଡର ବିଜୟ ହୋଇଛି। 


ବିଗତ ବର୍ଷ ଖେଳାଯାଇଥିବା ଟି୨୦ ଓ୍ୱାର୍ଲଡ କପରେ ପାକିସ୍ତାନ ଓ ଇଂଲଣ୍ଡ ସେମିଫାଇନାଲରୁ ନିରାଶ ହୋଇ ଫେରିଥିଲେ। ପାକିସ୍ତାନକୁ ସେମି ଫାଇନାଲରେ ଅଷ୍ଟ୍ରେଲିଆ ହରାଇଥିବା ବେଲେ ନ୍ୟୁଜିଲାଣ୍ଡ ଠାରୁ ଇଂଲଣ୍ଡ ପରାସ୍ତ ହୋଇଥିଲା। ଯଦିଓ ଚଳିତ ବର୍ଷ ଉଭୟ ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ପାକିସ୍ତାନ ସହଜ ବିଜୟ ହାସଲ କରିଥିବା ବେଳେ ଭାରତକୁ ଦ୍ୱିତୀୟ ସେମିରେ ଇଂଲଣ୍ଡ ସହଜରେ ହରାଇ ଦେଇଥିଲା।   


ସେପଟେ ଇଂଲଣ୍ଡ ଠାରୁ ଲଜ୍ଜା ଜନକ ପରାଜୟ ପରେ କଡ଼ା ସମାଲୋଚନାର ଶିକାର ହୋଇଛି ଭାରତ। ଏଥିପାଇଁ ଉଭୟ ଅଧିନାୟକ ଓ କୋଚଙ୍କୁ କଡ଼ା ସମାଲୋଚନାର ଶୀକାର ହେବାକୁ ପଡ଼ିଛି। ଅଧିନାୟକ ରୋହିତ ଶର୍ମାଙ୍କୁ ସମଗ୍ର ବିଶ୍ୱରୁ ସମାଲୋଚନା କରାଯାଉଛି। ସେହିପରି ଏହି ପରାଜୟ ପରେ କୋଚ ଦ୍ରାବିଡ଼ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଜଣାପଡ଼ିଛି। 


କୋଚ ଭାବରେ ରାହୁଲ ଦ୍ରାବିଡଙ୍କ ପ୍ରଦର୍ଶନକୁ ସମୀକ୍ଷା କରିବାକୁ ବିସିସିଆଇ ବର୍ତ୍ତମାନ ପ୍ରସ୍ତୁତ ହେଉଛି। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ସିରିଜ୍ ପର୍ଯ୍ୟନ୍ତ ବୋର୍ଡ ଅପେକ୍ଷା କରିବ। ସେହି ସିରିଜ୍ ପରେ ଦ୍ରାବିଡଙ୍କ ପ୍ରଦର୍ଶନ ନିଶ୍ଚିତ ଭାବରେ ବିଚାର କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି। ବିସିସିଆଇ ସହିତ ରାହୁଲ ଦ୍ରାବିଡଙ୍କ ଚୁକ୍ତିନାମା ବର୍ତ୍ତମାନ ବାର୍ଷିକ ୧୦ କୋଟି ଟଙ୍କାରେ ରହିଛି। ସେ ଏହା ପୂର୍ବରୁ ବାଙ୍ଗାଲୋରରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ର ମୁଖ୍ୟ କୋଚ ଭାବରେ କାର୍ଯ୍ୟ କରୁଥିଲେ।


ରାହୁଲ ଦ୍ରାବିଡଙ୍କ ମୁଖ୍ୟ ପ୍ରଶିକ୍ଷକଙ୍କ ଅଧୀନରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ପରାଜିତ ହୋଇଥିଲା। ଏହା ବ୍ୟତୀତ ଭାରତ ODI ସିରିଜର ତିନୋଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ମଧ୍ୟ ଜିତି ପାରି ନାହିଁ। ବିସିସିଆଇର ଜଣେ ଅଧିକାରୀଙ୍କ ରିପୋର୍ଟରେ କୁହାଯାଇଛି ଯେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ରାହୁଲ ଦ୍ରାବିଡଙ୍କ ପ୍ରଶିକ୍ଷକ ଭାବରେ ପ୍ରଦର୍ଶନ ନିଶ୍ଚିତ ଭାବେ ଆଲୋଚନା ହେବ।