WI vs IND:  ନୂଆଦିଲ୍ଲୀ: ଭାରତ ଦ୍ୱିତୀୟ ଇନିଂସରେ ଦ୍ରୁତ ଗତିରେ ରନ୍ ସ୍କୋର କରିଥିଲା ​​ଏବଂ ଏହି କାରଣରୁ ଭାରତ ୨୪ ଓଭରରେ ୧୮୧ ରନ୍ ସଂଗ୍ରହ କରିଥିଲା। ଏହା ବ୍ୟତୀତ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ମାତ୍ର ୭୪ ବଲରେ ୧୦୦ ରନ୍ ସଂଗ୍ରହ କରି ଏହି ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଟେଷ୍ଟ କ୍ରିକେଟ୍ ଇତିହାସରେ ୧୦୦ ରନ୍ ସ୍କୋର କରିବାରେ ଭାରତୀୟ ଦଳ ଦ୍ରୁତତମ ଦଳ ହୋଇପାରିଛି। ଏହା କରି ଟିମ୍ ଇଣ୍ଡିଆ ଶ୍ରୀଲଙ୍କାର ରେକର୍ଡ ଭାଙ୍ଗିଛି। ଏହି ଟେଷ୍ଟରେ ଶ୍ରୀଲଙ୍କା ୮୦ ବଲରେ ୧୦୦ ରନ୍ ସଂଗ୍ରହ କରିଥିଲା। ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ଏହି ରେକର୍ଜ କରିଥିଲା। 


COMMERCIAL BREAK
SCROLL TO CONTINUE READING

ଟେଷ୍ଟ କ୍ରିକେଟ ଇତିହାସରେ ସବୁଠାରୁ ଦ୍ରୁତତମ ଶତକ ହାସଲ କରିବାରେ ଦଳ
ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ୭୪ ବଲରେ ଶହେ ରନ ପୂରଣ କରି ତାଲିକାର ଶୀର୍ଷରେ ରହିଛି ଭାରତ। ସେହିପରି ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କା ୮୦ ବଲରେ ୧୦୦ ରନ ପୂରଣ କରିପାରିଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮୧ ବଲରେ ଇଂଲଣ୍ଡ ଶହେ ପୂରଣ କରି ତାଲିକାର ତୃତୀୟ ସ୍ଥାନରେ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ରହିଛି ବାଂଲାଦେଶ। ଓ୍ୱେଷ୍ଟଇଣ୍ଡିଜ ବିପକ୍ଷରେ ୮୨ ବଲରେ ବାଂଲାଦେଶ ଏହି ରେକର୍ଡ ରନ କରିପାରିଥିଲା। ସେହିପରି ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ୮୨ ବଲରେ ଦଳଗତ ସ୍କୋର ଶହେ ପୂରଣ କରି ତାଲିକାର ପଞ୍ଚମ ସ୍ଥାନରେ ରହିଛି। 


ଟେଷ୍ଟରେ ଏହା ହେଉଛି ସିରାଜଙ୍କ ଦ୍ୱିତୀୟ ୫ ୱିକେଟ୍ ହାଲ ରହିଛି। ଏଠାରେ କହି ରଖୁ କି ୱେଷ୍ଟଇଣ୍ଡିଜରେ ଟେଷ୍ଟ କ୍ରିକେଟରେ ୫ ୱିକେଟ୍ ନେଇଥିବା ସିରାଜ ଭାରତର ସପ୍ତମ ବୋଲର ହୋଇଛନ୍ତି। ଟେଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସିରାଜ, କପିଲ ଦେବ, ଇଶାନ୍ତ ଶର୍ମା, ଭୁବନେଶ୍ୱର କୁମାର ଏବଂ ବୁମରା ଏହି ପ୍ରଦର୍ଶନ କରିଛନ୍ତି।


Also Read: Bad Impact of Wearing Jeans: କଣ ଆପଣ ଜିନ୍ସ ପିନ୍ଧିବାକୁ ଭଲ ପାଆନ୍ତି, ତେବେ ଗୁପ୍ତାଙ୍ଗ ପାଇଁ ଆସିପାରେ ଏହି ସବୁ ସମସ୍ୟା


Also Read: 7th Pay Commission: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ଲାଗିଲା ଲଟେରୀ, ମୋଦି ସରକାର ଦେବ ତିନି ତିନୋଟି ଗିଫ୍ଟ


Also Read: Tomato Price: ୩୦ ଟଙ୍କାରେ ମିଳିବ ଟମାଟୋ: ମାତ୍ର ଏତିକି ଦିନର ଅପେକ୍ଷା...