World cup 2023: ବିଶ୍ବକପରୁ (world cup 2023) ବାଦ ପଡ଼ିଛି ୱେଷ୍ଟଇଣ୍ଡିଜ । ଶନିବାର ଦିନ ଆସିଥିବା ଏହି ଖବର ସମଗ୍ର କ୍ରିକେଟ୍ ଜଗତକୁ ସବ୍ଧ କରିଛି । ପ୍ରାୟ ତିନି ଦଶନ୍ଧି ଧରି ବିଶ୍ୱ କ୍ରିକେଟ୍ ରେ ଶାସନ କରୁଥିବା ୱେଷ୍ଟଇଣ୍ଡିଜ ଦଳକୁ ଲାଗିଛି ବଡ଼ ଝଟକା । ପ୍ରକାଶ ଥାଉ କି, ୱେଷ୍ଟଇଣ୍ଡିଜ ଟିମ୍ ୧୯୭୫ ଓ ୧୯୭୯ ମସିହାରେ ବିଶ୍ବକପ (world cup) ହାତେଇଥିବା ବେଳେ ୧୯୮୩ ମସିହାରେ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ବର୍ତ୍ତମାନ ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍ ୨୦୨୩ ପାଇଁ ୱେଷ୍ଟଇଣ୍ଡିଜ ଯୋଗ୍ୟତା ଅର୍ଜନ କରିପାରିନାହିଁ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଭାରତରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ (world cup 2023) ରେ ଖେଳିବାକୁ ୱେଷ୍ଟଇଣ୍ଡିଜକୁ (West Indies) ଆଇସିସି ODI ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟରେ ପ୍ରବେଶ କରିବାକୁ ପଡିଥିଲା । ୱେଷ୍ଟଇଣ୍ଡିଜ୍ ଏହି ଟୁର୍ଣ୍ଣାମେଣ୍ଟରେ ବହୁତ ଖରାପ ପ୍ରଦର୍ଶନ କରିଥିଲା ​​। ଦଳ ପ୍ରଥମେ ଜିମ୍ବାୱେ ଓ ପରେ ନେଦରଲ୍ୟାଣ୍ଡ ଠାରୁ ପରାସ୍ତ ହୋଇଥିଲେ। ଏହି ପରାଜୟ ସତ୍ତ୍ୱ ପରେ ବି ୱେଷ୍ଟଇଣ୍ଡିଜ୍ ଆଇସିସି ODI ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ସୁପର ସିକ୍ସରେ (world cup 2023 super six)  ପ୍ରବେଶ କରିଥିଲା । କିନ୍ତୁ ଏଠାରେ ମଧ୍ୟ ଦଳର ଖରାପ ପ୍ରଦର୍ଶନ ଜାରି ରହିଲା । ସୁପର ସିକ୍ସରେ ନବାଗତ ଦଳ ମଧ୍ୟରେ ସ୍କଟଲ୍ୟାଣ୍ଡ ୱେଷ୍ଟଇଣ୍ଡିଜକୁ (west indies vs Scotland) ପରାସ୍ତ କରିଥିଲା । ଏହି ପରାଜୟ ୱେଷ୍ଟଇଣ୍ଡିଜ୍ ବିଶ୍ୱକପ୍ ୨୦୨୩  ଖେଳିବା ସ୍ୱପ୍ନକୁ ଭାଙ୍ଗି ଦେଇଛି । ଶନିବାର ଦିନ ହାରାରେ ସ୍ପୋର୍ଟସ କ୍ଲବଠାରେ ଖେଳାଯାଇଥିବା ସୁପର-୬ ମ୍ୟାଚ୍ ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ୱେଷ୍ଟଇଣ୍ଡିଜ ୪୩.୫ ଓଭରରେ ମାତ୍ର ୧୮୧ ରନ୍ ସ୍କୋର କରିଥିଲା। ଦଳ ପକ୍ଷରୁ ଜେସନ ହୋଲ୍ଡର (୪୫) ଓ ରୋମାରିଓ ଶେଫର୍ (୩୬) ସର୍ବାଧିକ ରନ୍ କରିଥିଲେ। ସ୍କଟଲାଣ୍ଡ ପକ୍ଷରୁ ବ୍ରାଣ୍ଡନ୍ ମ୍ୟାକମୁଲେନ୍ ସର୍ବାଧିକ ୩ ୱିକେଟ୍ ନେଇଥିଲେ। ୧୮୨ ରନ୍ ର ବିଜୟ ଲକ୍ଷ୍ୟକୁ ପିଛା କରି ସ୍କଟଲ୍ୟାଣ୍ଡ ୪୩.୩ ଓଭରରେ ୩ ୱିକେଟ୍ ହରାଇ ୧୮୫ ରନ୍ ସଂଗ୍ରହ କରିଥିଲା। ସ୍କଟଲ୍ୟାଣ୍ଡ ପକ୍ଷରୁ ଦଳର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ମାଥ୍ୟୁ କ୍ରସ୍ ୭୪ ରନ୍ ସଂଗ୍ରହ କରିବା ସହ ଅପରାଜିତ ରହିଥିଲେ। ଅନ୍ୟପଟେ ମ୍ୟାକମୁଲେନ୍ ୮ ଚୌକା ଓ ଗୋଟିଏ ଛକା ସହାୟତାରେ ୬୯ ରନ୍ ର ପାରି ଖେଳିଥିଲେ ।


ଟିମ୍ ର ଖରାପ ପ୍ରଦର୍ଶନ ପଛରେ ରହିଛି ଏହି କାରଣ


ୱେଷ୍ଟଇଣ୍ଡିଜ ଦଳର ଏହି ଖରାପ ପ୍ରଦର୍ଶନ ନେଇ କ୍ରିକେଟ୍ ବିଶ୍ଳେଷକ କହିଛନ୍ତି ଯେ, ୨୦୦୦ ମସିହାରୁ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ଼ (west indies cricket board) ତାର ଖେଳାଳିଙ୍କୁ ଭଲ ଭାବରେ ମ୍ୟାନେଜ କରିବାରେ ବିଫଳ ହୋଇଛି । ଖେଳାଳି ଚୟନ ବେଳେ ବୋର୍ଡ଼ ଭେଦଭାବ କରୁଥିବା ନେଇ ବିଭିନ୍ନ ସମୟରେ ଅନେକ ଖବର ସାମ୍ନାକୁ ଆସିଥିଲା । ଏମିତି କି, ଯଦି କୌଣସି ଭଲ ଖେଳୁଥିବା ଖେଳାଳି ଅଧିକ ଟଙ୍କା ଓ ସୁବିଧା ଡ଼ିମାଣ୍ତ କରୁଥିଲେ ସେମାନଙ୍କୁ ବୋର୍ଡ଼ ବିଦା କରିଦେଉଥିଲା । ଏହାସହ ବୋର୍ଡ଼ କିମ୍ବା ଅନ୍ୟ ଷ୍ଟାର ଖେଳାଳିଙ୍କ ବିରୋଧରେ ବୟାନ ଦେଉଥିବା ଖେଳାଳିଙ୍କୁ ମଧ୍ଯ ବୋର୍ଡ଼ ଦଳରେ ସାମିଲ କରୁନଥିଲା  ।


୨୦୨୩ ବିଶ୍ୱକପ୍ ଖେଳିବେ ୧୦ ଦଳ


ଚଳିତ ବର୍ଷ ଭାରତରେ ଆୟୋଜିତ ହେଉଛି ଆଇସିସି ପୁରୁଷ ବିଶ୍ୱକପ୍ । ଆସନ୍ତା ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ଦିନିକିଆ ବିଶ୍ୱକପ୍ ରେ ମୋଟ ୧୦ ଦଳ ଅଂଶଗ୍ରହଣ କରିବେ। ପୂର୍ବରୁ ୮ ଦଳ ବିଶ୍ୱକପ୍ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି। ଅନ୍ୟପଟେ ଜିମ୍ବାୱେ ଠାରେ ଖେଳାଯାଉଥିବା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ମାଧ୍ୟମରେ ଅନ୍ୟ ୨ ଦଳକୁ ଚୟନ କରାଯିବ। ବର୍ତ୍ତମାନ ସୁପର-୬ ରାଉଣ୍ଡ ଜାରି ରହିଛି।


Also Read-Women's CPL 2023: ଶ୍ରେୟଙ୍କା ପାଟିଲ ରଚିଲେ ଇତିହାସ, WCPL ରେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଖେଳିବେ