ICC ODI World Cup 2023: ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ହେବାକୁ ମାତ୍ର ୩ ମାସ ବାକି ଅଛି । ବିଶ୍ୱକପ୍ କାର୍ଯ୍ୟସୂଚୀ (World Cup 2023 schedule) ପ୍ରକାଶ ପାଇବା ପରଠାରୁ ହୋଟେଲ ଗୁଡ଼ିକର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ଅହମ୍ମଦାବାଦରେ ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକର ମୂଲ୍ୟ (Ahmedabad Hotel Price)  ୧୫ ରୁ ୨୦ ପ୍ରତିଶତ ବୃଦ୍ଧି ପାଇବାରେ ଲାଗିଛି । କେତେକ ହୋଟେଲରେ ଗୋଟିଏ ଦିନ ପାଇଁ ରୁମ ଭଡା ୧ ଲକ୍ଷ ଟଙ୍କାରେ ପହଞ୍ଚିଛି । ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଭାରତ-ପାକିସ୍ତାନ (India Vs Pakistan) ମ୍ୟାଚ୍ ଖେଳାଯିବ । ବହୁ ପ୍ରତୀକ୍ଷିତ ମ୍ୟାଚ୍ ପାଇଁ ପ୍ରଶଂସକମାନେ ବୁକିଂ ମଧ୍ୟ ଆରମ୍ଭ କରିସାରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଆସନ୍ତା ସପ୍ତାହ ସୁଦ୍ଧା ହୋଇପାରେ ଏକ ବଡ ଘୋଷଣା 
ଯଦିଓ ଆଇସିସି ବିଶ୍ୱକପ୍ ୨୦୨୩ ପାଇଁ ବର୍ତ୍ତମାନ ସୁଦ୍ଧା ଟିକେଟ୍ ଜାରି କରାଯାଇନାହିଁ, କିନ୍ତୁ ରିପୋର୍ଟ ଅନୁଯାୟୀ ଆସନ୍ତା ସପ୍ତାହରେ ଟିକେଟ୍ ସମ୍ପର୍କରେ ଏକ ବଡ଼ ଘୋଷଣା ହୋଇପାରେ । ଟିକେଟ୍ ବୁକିଂର ସମ୍ପୂର୍ଣ୍ଣ ପ୍ରକ୍ରିୟା ଡିଜିଟାଲ୍ ହେବ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଇନସାଇଡ୍ ସ୍ପୋର୍ଟକୁ କହିଛନ୍ତି - "କିଛି ଜିନିଷକୁ ଶେଷ ମୁହୂର୍ତ୍ତରେ ଚୂଡାନ୍ତ କରିବାକୁ ପଡିବ । ଆମେ ସମଗ୍ର ଅଭିଜ୍ଞତାକୁ ଡିଜିଟାଲାଇଜ୍ କରିବାକୁ ଚେଷ୍ଟା କରୁଛୁ । ଆମେ ଆମର ପାର୍ଟନର ମାନଙ୍କ ସହିତ ଆଲୋଚନା କରୁଛୁ । ଆସନ୍ତା ସପ୍ତାହ ସୁଦ୍ଧା ଟିକେଟ୍ ଡିଟେଲ୍ସ ଆସିଯିବ । ହୋଟେଲ ଦର ବୃଦ୍ଧି ଉପରେ ଅଧିକାରୀ କହିଛନ୍ତି - ପ୍ରଶଂସକଙ୍କ ସମସ୍ୟା ବିଷୟରେ ଆମେ ଅବଗତ, କିନ୍ତୁ ସବୁକିଛି ନିୟନ୍ତ୍ରଣ କରାଯାଇପାରିବ ନାହିଁ । ଅଧିକାରୀ କହିଛନ୍ତି - ହୋଟେଲ ଦର ବୃଦ୍ଧି ଆମ ନିୟନ୍ତ୍ରଣରେ ନାହିଁ ।"


୧୦୦ ରୁ ୫୦ ହଜାର ଟଙ୍କା ହୋଇପାରେ ଟିକେଟ୍ ମୂଲ୍ୟ 
ଅନ୍ୟପକ୍ଷରେ, କିଛି ରିପୋର୍ଟରେ କୁହାଯାଇଛି ଯେ ମେଗା ଇଭେଣ୍ଟ ପାଇଁ ଟିକେଟ୍ ସମ୍ବନ୍ଧରେ ପ୍ରଶଂସକମାନେ ଶୀଘ୍ର ଆଇସିସିରୁ ଏକ ଅପଡେଟ୍ ପାଇବେ । ଆଇସିସି ବୋଧହୁଏ ଏହାର ଅଫିସିଆଲ୍ ୱେବସାଇଟ୍ କ୍ରିକେଟ୍ ୱାର୍ଲ୍ଡକପ୍ ଡଟ୍ କମରେ ଅନଲାଇନରେ ଟିକେଟ ବିକ୍ରି କରିବ । ସ୍ଥାନ ଓ ମ୍ୟାଚ୍ ଉପରେ ନିର୍ଭର କରି ଟିକେଟ୍ ୧୦୦ ରୁ ୫୦,୦୦୦ ଟଙ୍କା ହେବ ବୋଲି ଆଶା କରାଯାଉଛି ।


ଅହମ୍ମଦାବାଦ ଆୟୋଜନ କରିବ ୫ଟି ମ୍ୟାଚ୍ 
ଅହମ୍ମଦାବାଦ ମୋଟ ୫ ଟି ମ୍ୟାଚ୍ ଆୟୋଜନ କରିବ । ଏହି ଟୁର୍ଣ୍ଣାମେଣ୍ଟ ଅହମ୍ମଦାବାଦରେ ଆରମ୍ଭ ହେବ, ଯେଉଁଠାରେ ପ୍ରଥମେ ଇଂଲଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ । ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ସମାନ ସ୍ଥାନରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ୍ ଖେଳିବ । ୧୯ ନଭେମ୍ବରରେ ହେବାକୁ ଥିବା ଆଇସିସି ବିଶ୍ୱକପ୍ ୨୦୨୩ ର ଫାଇନାଲ୍ ମଧ୍ୟ ଏହି ଷ୍ଟାଡ଼ିୟମରେ ଅନୁଷ୍ଠିତ ହେବ ।


ଏହା ବି ପଢ଼ନ୍ତୁ: Ashes 2023: ଆଶେସ ପିଚ୍ ଉପରେ ଆଟାକ୍; 'ସିଂହମ୍' ଷ୍ଟାଇଲରେ ପ୍ରଦର୍ଶନକାରୀକୁ ପଡ଼ିଆରୁ ବାହାର କଲେ ଜନି ବେୟାରଷ୍ଟୋ


ଏହା ବି ପଢ଼ନ୍ତୁ: World Cup 2023: ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍ ପୂର୍ବରୁ ଦଶଗୁଣ ବୃଦ୍ଧି ପାଇଲା ହୋଟେଲ ରୁମ୍ ମୂଲ୍ୟ; ଗୋଟିଏ ରାତି ପାଇଁ ଭଡ଼ା ୫୦,୦୦୦ ଟଙ୍କା