World Cup 2023: ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍ ପୂର୍ବରୁ ଦଶଗୁଣ ବୃଦ୍ଧି ପାଇଲା ହୋଟେଲ ରୁମ୍ ମୂଲ୍ୟ; ଗୋଟିଏ ରାତି ପାଇଁ ଭଡ଼ା ୫୦,୦୦୦ ଟଙ୍କା
Advertisement
Article Detail0/zeeodisha/odisha1758032

World Cup 2023: ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍ ପୂର୍ବରୁ ଦଶଗୁଣ ବୃଦ୍ଧି ପାଇଲା ହୋଟେଲ ରୁମ୍ ମୂଲ୍ୟ; ଗୋଟିଏ ରାତି ପାଇଁ ଭଡ଼ା ୫୦,୦୦୦ ଟଙ୍କା

India vs Pakistan: ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ ୨୦୨୩ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ଯୋଗୁଁ ହୋଟେଲ ରୁମର ମୂଲ୍ୟ ପ୍ରାୟ ଦଶ ଗୁଣ ବୃଦ୍ଧି ପାଇଛି ।

ସାଙ୍କେତିକ ଫଟୋ

India vs Pakistan World Cup 2023: ବିଶ୍ୱକପ ୨୦୨୩ ମ୍ୟାଚ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଭାରତ ଓ ପାକିସ୍ତାନ (India Vs Pakistan) ମଧ୍ୟରେ ଖେଳାଯିବ । ଏହି ମ୍ୟାଚ୍ ଯୋଗୁଁ ହୋଟେଲ ରୁମର ମୂଲ୍ୟ (Ahmedabad Hotel Room Price) ପ୍ରାୟ ଦଶ ଗୁଣ ବୃଦ୍ଧି ପାଇଛି । ବିଶ୍ୱକପ୍ ୨୦୨୩ ର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ୧୫ ଅକ୍ଟୋବରରେ ଅହମ୍ମଦାବାଦରେ ଖେଳାଯିବ । ଏହି ମ୍ୟାଚ୍ ଯୋଗୁଁ ହୋଟେଲ ରୁମର ମୂଲ୍ୟ ପ୍ରାୟ ଦଶ ଗୁଣ ବୃଦ୍ଧି ପାଇଛି । ଗତ ମଙ୍ଗଳବାର ଦିନ (୨୭ ଜୁନ୍) ରେ ଆଇସିସି ବିଶ୍ୱକପ୍ କାର୍ଯ୍ୟସୂଚୀ (ICC Men's Cricket World Cup 2023 schedule) ପ୍ରକାଶ କରିଛି । ରିପୋର୍ଟ ଅନୁଯାୟୀ, କାର୍ଯ୍ୟସୂଚୀ ପ୍ରକାଶ ପାଇବା ପରଠାରୁ ଅହମ୍ମଦାବାଦରେ ହୋଟେଲ ମୂଲ୍ୟରେ ଏକ ବଡ଼ ଧରଣର ବୃଦ୍ଧି ପାଇଛି, ଯାହା ଦର୍ଶକଙ୍କୁ ବହୁ କଷ୍ଟ ଦେଇପାରେ ।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ସାଢେ ତିନି ମାସ ପୂର୍ବରୁ, ଏକ ପଞ୍ଚ ତାରକା ହୋଟେଲରେ ଥିବା ଏକ ବେସିକ କେଟେଗୋରୀର ରୁମ ଗୋଟିଏ ରାତି ରହିବା ପାଇଁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଛି । ସେହି ସମାନ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ସମୟ ସହିତ ଏହା ୬,୫୦୦୦ ରୁ ୧୦,୫୦୦ ଟଙ୍କାକୁ ଅହିରି ବୃଦ୍ଧି ହୋଇପାରେ । ୫ ଅକ୍ଟୋବରରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍ ଖେଳାଯିବ । ଏହା ପରେ ଇଣ୍ଡୋ-ପାକ୍ ମ୍ୟାଚ୍ ଓ ତା’ପରେ ଫାଇନାଲ୍ ମ୍ୟାଚ୍ ମଧ୍ୟ ଏଠାରେ ଖେଳାଯିବ ।

ଆଇଟିସି ନର୍ମଦାର ଜେନେରାଲ ମ୍ୟାନେଜର ମାକେଞ୍ଜି ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି, “ଅକ୍ଟୋବର ୧୫ ରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ପାଇଁ ମଧ୍ୟ ବହୁତ ଉତ୍ସାହ ରହିଛି । ୧୩ ଅକ୍ଟୋବରରୁ ୧୬ ଅକ୍ଟୋବର ପର୍ଯ୍ୟନ୍ତ ବୁକିଂ କରାଯାଇଛି ଓ ସହରର ହୋଟେଲ ରୁମଗୁଡିକ ଅଧିକାଂଶ ମ୍ୟାଚ୍ ଦିନରେ ବୁକ୍ ହେବ ବୋଲି ଆଶା କରାଯାଉଛି ।

ଏହା ବ୍ୟତୀତ Hyatt Regency ଅହମ୍ମଦାବାଦର ଜେନେରାଲ ମ୍ୟାନେଜର ପୁଣେ ବୌଜଲ କହିଛନ୍ତି, “ମ୍ୟାଚ୍ ଦିନ ପ୍ରାୟ ୮୦ ପ୍ରତିଶତ ରୁମ୍ ବୁକ୍ ହୋଇସାରିଛି । ଉଦ୍ଘାଟନୀ ସମାରୋହ ଏବଂ ନ୍ୟୁଜିଲ୍ୟାଣ୍ଡ ବନାମ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍ ପାଇଁ ଟ୍ରାଭେଲ ଏଜେନ୍ସି ଇଂଲଣ୍ଡ ଓ ବଡ କର୍ପୋରେସନ ପକ୍ଷରୁ ବୁକିଂ କରାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ ଇଣ୍ଡଷ୍ଟ୍ରି ସୋର୍ସ ଅନୁଯାୟୀ ବେସିକ କ୍ୟାଟେଗୋରି ରୁମର ମୂଲ୍ୟ ପ୍ରାୟ ୫୨,୦୦୦ ଓ ପ୍ରିମିୟମ କ୍ୟାଟେଗୋରି ରୁମରଗୁଡ଼ିକର ମୂଲ୍ୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଏଭଳି ପରିସ୍ଥିତିରେ ଅହମ୍ମଦାବାଦରେ ହେବାକୁ ଥିବା ବିଶ୍ୱକପ୍‌ର ମ୍ୟାଚ୍‌ ଦେଖିବା ପ୍ରଶଂସକଙ୍କ ପକେଟ୍ ଅଧିକ ଖାଲି ହୋଇପାରେ ।

ବିଶ୍ୱକପ ପାଇଁ ମଙ୍ଗଳବାର ଆଇସିସି ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୧୫ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଦିନିକିଆ ବିଶ୍ୱକପ ମ୍ୟାଚ୍ ଖେଳାଯିବ ଓ ଏହି ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ  ନଭେମ୍ବର ୧୯ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

ଏହା ବି ପଢ଼ନ୍ତୁ: ICC World Cup 2023: ସେଲିବ୍ରେସନ୍ ପାଇଁ ପ୍ରସ୍ତୁତ ହୁଅନ୍ତୁ, ଟିମ୍ ଇଣ୍ଡିଆକୁ ତୃତୀୟ ବିଶ୍ୱକପ୍ ଜିତାଇବେ ଏହି ୧୫ ଖେଳାଳି!

ଏହା ବି ପଢ଼ନ୍ତୁ: World Cup 2023 Timing: କେଉଁ ସମୟରେ ଖେଳାଯିବ ବିଶ୍ୱକପ୍ ମ୍ୟାଚ୍? ଦିବାରାତ୍ରି ମ୍ୟାଚ୍ ସମୟରେ ହେଲା ପରିବର୍ତ୍ତନ