ICC World Test Championship Final 2023: ନିକଟ ଅତୀତରେ ଭାରତୀୟ କ୍ରିକେଟ୍ ଦଳ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଥିଲା । ଏହା ସହିତ ଭାରତୀୟ ଦଳ (Indian Cricket Team) ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ (WTC Final 2023) ପାଇଁ ଟିକେଟ୍ ବୁକ୍ କରିଥିଲା । ଏହା ଭାରତୀୟ ଦଳ ପାଇଁ କ୍ରମାଗତ ଦ୍ୱିତୀୟ ସୁଯୋଗ, ଯେତେବେଳେ ଦଳ WTC ର ଫାଇନାଲରେ ପହଞ୍ଚିଛି । କିନ୍ତୁ ଏଥର ଫାଇନାଲ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ (Team India) କୁ ବଡ଼ ଝଟକା ଲାଗିଛି । ଚଳିତ ଥର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଟିମ୍ ଇଣ୍ଡିଆର ତିନି ଖେଳାଳିଙ୍କ ଖେଳିବା  ଅତ୍ୟନ୍ତ କଷ୍ଟକର । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ..


COMMERCIAL BREAK
SCROLL TO CONTINUE READING

୧. ଜସପ୍ରୀତ ବୁମ୍ରା (Jasprit Bumrah)


ଟିମ୍ ଇଣ୍ଡିଆର ଷ୍ଟାର୍ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଏଥର ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ (ICC World Test Championship Final 2023) ରେ ଖେଳି ପାରିବେ ନାହିଁ । ଦୀର୍ଘ ସମୟ ଧରି ଜସପ୍ରୀତ ବୁମ୍ରା ସମସ୍ତ ତିନୋଟି ଫର୍ମାଟରେ ଶ୍ରେଷ୍ଠ ବୋଲର ରହିଆସିଛନ୍ତି । କିନ୍ତୁ ଅନେକ ମାସ ଧରି ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ସେ ଅସୁବିଧାରେ ଅଛନ୍ତି । ଏହାପୂର୍ବରୁ ଜସପ୍ରୀତ ବୁମ୍ରା ଏସିଆ କପ୍ ୨୦୨୨, ଟି-20 ବିଶ୍ୱକପ ୨୦୨୨ ଏବଂ ବର୍ଡର-ଗାଭାସ୍କର ସିରିଜରେ ଖେଳିପାରିନଥିଲେ । ଏଥି ସହିତ ଏହି ଖେଳାଳିଙ୍କୁ WTC ର ଫାଇନାଲରୁ ମଧ୍ୟ ବାଦ୍ ଦିଆଯାଇଛି । ଜସପ୍ରୀତ ବୁମ୍ରାଙ୍କ ରିପ୍ଲେସମେଣ୍ଟ ଖୋଜିବା ଟିମ୍ ମ୍ୟାନେଜମେଣ୍ଟ ପାଇଁ ଏକ ବଡ ମୁଣ୍ଡବିନ୍ଧା ।


୨. ଋଷଭ ପନ୍ତ (Rishabh Pant)


ଗତ କିଛି ବର୍ଷ ଧରି ଭାରତର ଟେଷ୍ଟ ଦଳର ସବୁଠାରୁ ନିର୍ଭରଯୋଗ୍ୟ ଖେଳାଳି ଥିବା ଋଷଭ ପନ୍ତ (Rishabh Pant) ଗତ ବର୍ଷ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଏହି ଦୁର୍ଘଟଣାରେ ଋଷଭ ପନ୍ତ ଏତେ ଆହତ ହୋଇଛନ୍ତି ଯେ ତାଙ୍କୁ ଦୀର୍ଘ ସମୟ ଧରି ଖେଳରୁ ଦୂରେଇ ରହିବାକୁ ପଡ଼ିବ । ଋଷଭ ପନ୍ତ (Rishabh Pant) WTC ର ଫାଇନାଲ ମ୍ୟାଚ୍ ଖେଳିବାକୁ ସମର୍ଥ ହେବ ନାହିଁ । ଏହି ମ୍ୟାଚ୍ ଓଭାଲରେ ଖେଳାଯିବ । ଋଷଭ ପନ୍ତ ଏହି ଗ୍ରାଉଣ୍ଡରେ ଗୋଟିଏ ଶତକ ଓ ଏକ ଅର୍ଦ୍ଧଶତକ ଲଗାଇ ସାରିଛନ୍ତି । ଏଭଳି ପରିସ୍ଥିତିରେ ଦଳରେ ତାଙ୍କର ଅନୁପସ୍ଥିତି ଏକ ବଡ଼ ଝଟକା ପରି । ବିଶେଷ କରି ଅଷ୍ଟ୍ରେଲିଆ ବିପକ୍ଷରେ ଋଷଭ ପନ୍ତଙ୍କ ପ୍ରଦର୍ଶନ କିପରି ରହିଛି ତାହା ସମଗ୍ର ଦୁନିଆ ଜାଣେ ।


୩. ଶ୍ରେୟସ୍ ଆୟର (Shreyas Iyer)


ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚରେ ଶ୍ରେୟସ ଆୟର (Shreyas Iyer) ଙ୍କ ପିଠିରେ ଆଘାତ ଲାଗିଥିଲା । ଏହା ପରେ ସେ ଭାରତର ପ୍ରଥମ ଇନିଂସରେ ବ୍ୟାଟିଂ କରିବାକୁ ପଡ଼ିଆରେ ଓହ୍ଲାଇ ନଥିଲେ । ସ୍କାନ ପାଇଁ ପଠାଯାଇଥିଲା । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷ ODI ସିରିଜରୁ ତାଙ୍କୁ ବାଦ୍ ଦିଆଯାଇଥିଲା । ସେହିପରି ତାଙ୍କ ଆଇପିଏଲ୍ ଖେଳିବା ଉପରେ ମଧ୍ୟ ସନ୍ଦେହ ରହିଛି । ଶ୍ରେୟସ ଆୟରଙ୍କ ପିଠିରେ ଆଘାତ ଲାଗିଛି । ପିଠି ଆଘାତ ବେଳେବେଳେ ସହଜରେ ଭଲ ହୁଏ ନାହିଁ । ଏପରି ପରିସ୍ଥିତିରେ ଶ୍ରେୟସ ଆୟରଙ୍କୁ ସୁସ୍ଥ ହେବାକୁ କେତେ ସମୟ ଲାଗିବ ତାହା ନିଶ୍ଚିତ ନୁହେଁ ।


ଅଧିକ ପଢ଼ନ୍ତୁ-BSNL ବଢ଼ାଇଲା ଜିଓ ଓ ଏୟାରଟେଲର ଟେନସନ୍! ୮୭ ଟଙ୍କାରେ ଅସୀମିତ କଲିଂ ଓ ଦୈନିକ ୧ ଜିବି ଡାଟା


ଅଧିକ ପଢ଼ନ୍ତୁ-ଏହି ଦିନଠୁ ଆରମ୍ଭ ହେବ ଶଶ ମହାପୁରୁଷ ରାଜ ଯୋଗ; ଏହି ୩ ରାଶି ଉପରେ ବର୍ଷିବ ଟଙ୍କା, ଖୋଲିଯିବ ଭାଗ୍ୟ!


ଅଧିକ ପଢ଼ନ୍ତୁ-୧୭ ବର୍ଷ ପରେ ଭାରତୀୟ ଦଳ ଯିବ ପାକିସ୍ତାନ!