Odisha News: ଚିକେନ୍ ଭୋଜି ନଦେବରୁ ପାରା ଗୁଡିକୁ ହତ୍ୟା କରା ଯାଇଥିବା ନେଇ ଥାନାରେ ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି ପାରାଦୀପ ଆଦର୍ଶ ଥାନା ଅଧିନ ବିଜୟଚନ୍ଦ୍ର ପୁର ସ୍ଥିତ ତାରିଣୀ ଗଡା ଠାରେ। ଯାହାକୁ ନେଇ ପାରାଦୀପ ରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନାନୁଯାୟୀ ପାରାଦୀପ ତାରିଣୀଗଡା ରେ ଥିବା ଏକ ସେଲୁନ୍ ର ମାଲିକ ଅମର ବାରିକ୍ ସେ ପଶୁପକ୍ଷୀ ପାଳିବାର ତାଙ୍କର ଏକ ସଉକ। ସେ ଦୀର୍ଘଦିନ ହେବ ତାରିଣୀଗଡା ର ଏକ ଭଡାଘରେ ରହିବା ସହିତ ୧୨ଟି ଲୋଟଣୀ ପାରା ପାଳିଥିଲେ।


COMMERCIAL BREAK
SCROLL TO CONTINUE READING

ଏଥିପାଇଁ ସେ ଘରର ମାଲିକଙ୍କ ଅନୁମତି ମଧ୍ୟ ନେଇଥିଲେ। ହେଲେ ସେହି କୋଠା ଘରେ ଅନ୍ୟ ଏକ ରୁମ୍ ରେ ୬ଜଣ ସାଙ୍ଗ ରହୁଥିଲେ। ସେହି ସାଙ୍ଗମାନେ ପାରା ରହିବା ନେଇ ଅମରଙ୍କୁ କିଛିଦିନ ତଳେ ଚିକେନ୍ ଭୋଜି ଦେବା ପାଇଁ କହିଥିଲେ। ହେଲେ ଅମର ସେସବୁ କର୍ଣ୍ଣପାତ କରି ନଥିଲେ। କିନ୍ତୁ ଅମର ଘରେ ନଥିବା ବେଳେ ତାର ଏହି ସୁଯୋଗ ପାଇ ପାରା ଭାଡିରେ ରହୁଥିବା ପାରା ଗୁଡିକୁ ହତ୍ୟା କରାଯାଇଛି। ଅମର ଆସି ଘରେ ଦେଖିଲା ବେଳକୁ ତାଙ୍କର ୧୨ଟି ଦେଶୀ ଓ ବିଦେଶୀ ପାରାକୁ କେହି ହତ୍ୟା କରି ଗୋଟିଏ ଧାଡିରେ ଶୁଆଇ ଦିଆଯାଇଛି। ଯାହା ଅମରଙ୍କୁ ମ୍ରିୟମାଣ କରି ପକାଇଥିବା ବେଳେ ଚିକେନ୍ ମାଗିଥିବା ୬ଜଣ ସାଙ୍ଗଙ୍କ ନାମରେ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି।


ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ୧୨ଟି ପାରାକୁ ୪୦ ହଜାର ଟଙ୍କାରେ ଅମର କିଣିଥିବା ପ୍ରକାଶ କରିଛି। ତେବେ ଏହି ପାରା ଗୁଡିକ ଲୋଟଣୀ ପାରା ହୋଇଥିବା ବେଳେ ଆଉ ଦୁଇଟି ଛୋଟ ଛୋଟ ଛୁଆ ପାରାକୁ ମଧ୍ୟ ମାରି ଦିଆ ଯାଇଥିବା ଜଣାପଡିଛି।