ସୁବର୍ଣ୍ଣପୁର: ବିନିକା ଥାନା ଅନ୍ତର୍ଗତ ଭଣ୍ଡାର ପଞ୍ଚାୟତ ଚୁଲିମାଲ ଗାଁ ନିକଟରେ ଗୁଳିକାଣ୍ଡ । ବନ୍ଧୁକ ଗୁଳିରେ ଯାଇଛି ୨ ଯୁବକଙ୍କ ଜୀବନ । ମୃତ ଦୁଇ ଜଣଙ୍କ ନାମ ମନୋଜ ଝାଙ୍କର ଏବଂ ସହଦେବ ଝାଙ୍କର । ମୁଣ୍ଡରେ ଗୁଳି ବାଜିଥିବାରୁ ଦୁହିଁଙ୍କର ମୃତ୍ୟୁ ହୋଇଛି ।


COMMERCIAL BREAK
SCROLL TO CONTINUE READING

ଖବର ମୁତାବକ, ମନୋଜ ଝାଙ୍କର ପିଏସ୍‌ଓ ଭାବେ କାର୍ଯ୍ୟ କରନ୍ତି । ଏକ କୁକୁଡ଼ା ଫାର୍ମ ନିକଟରେ ତାଙ୍କ ସମ୍ପର୍କୀୟ ଭାଇ ସହଦେବ ଝାଙ୍କରଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା । ଝିମିଟି ଖେଳରୁ ମହାଭାରତ ପରି ସାମାନ୍ୟ ବଚସାରୁ ଦୁହିଁଙ୍କର ମୃତ୍ୟୁ ହୋଇଛି । ଜଣେ ଅନ୍ୟଜଣଙ୍କୁ ଗୁଳି କରିଥିବା ଅନୁମାନ କରାଯାଉଛି । କିନ୍ତୁ କିଏ କାହାକୁ ଗୁଳି କରିଛି ତାହା ସ୍ପଷ୍ଟ ହୋଇନାହିଁ । ଉଭୟେ ଗୁଳି ମାଡର ଶିକାର ହେବା ପରେ ତୁରନ୍ତ ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେଠାରୁ ଏକ ସର୍ଭିସ୍‌ ରିଭଲଭର୍‌ ଜବତ ହୋଇଛି ବୋଲି ବିନିକା ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁର ଏସ୍‌ପି ୟଶ ପ୍ରତାପ ଶ୍ରୀମାଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାର କରୁଛନ୍ତି ବୋଲି ଖବର ମିଳିଛି ।


Also Read- Jio Recharge Plan: ୨୫୦ ଟଙ୍କାରୁ କମ ରିଚାର୍ଜରେ ଇଣ୍ଟରନେଟ୍ ସହ କଲିଂ ଫ୍ରି !


Also Read- ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହେଉଛି 'ସାରେଗାମାପା'