ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହେଉଛି 'ସାରେଗାମାପା'
Advertisement
Article Detail0/zeeodisha/odisha2371569

ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହେଉଛି 'ସାରେଗାମାପା'

Entertainment News: ବଛା ବଛା ପ୍ରତିଯୋଗୀ ବା ସଂଗୀତ ଉସ୍ତାଦଙ୍କ ଭିତରେ କିଏ ହେବ ଉସ୍ତାଦଙ୍କ ଉସ୍ତାଦ ତାହା ଦେଖିବାକୁ ବାକି ରହିଲା । ପ୍ରତିଯୋଗୀମାନେ ନିଜ ନିଜ ଭିତରେ ନିଜର ଗାୟକି  ଓ ବିଭିନ୍ନ ମ୍ୟୁଜିକାଲ ଗେମ ମାଧ୍ୟମରେ  ପ୍ରତିଦ୍ବନ୍ଦିତା କରିବେ । 

ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହେଉଛି 'ସାରେଗାମାପା'

Entertainment News: ଓଡି଼ଶାର ନମ୍ବର ୧ ଚ୍ୟାନେଲ ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ବ ଦେଇ ଆସୁଛି । ଦର୍ଶକେ ଦେଖିବାକୁ ଭଲ ପାଉଥିବା କାହାଣୀକୁ ଆଧାରିତ କରି ଅନେକ ଧାରାବାହିକ ସହିତ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭେଟି ଦେଇଛି ଜୀ ସାର୍ଥକ । ଯେଉଁଥିରେ ଓଡିଆ ଜାତି ଓ ଓଡିଶାର ପ୍ରଥା ପରମ୍ପରାକୁ ଅତି ନିଖୁଣ ଭାବେ ଦେଖି ଦର୍ଶକେ ଉପଭୋଗ କରିପାରନ୍ତି । ଯାହାପାଇଁ ଚ୍ୟାନେଲକୁ ମିଳିଛି ଅଗଣିତ ଦର୍ଶକଙ୍କ ଦ୍ବାରା ଅଶେଷ ଭଲପାଇବା । ଏହି ଧାରାରେ ଦର୍ଶକଙ୍କ ପସନ୍ଦକୁ ଧ୍ୟାନରେ ରଖି ଖୁବ ଶୀଘ୍ର ଆସିବାକୁ ଯାଉଛି ତାର ନମ୍ବର ୧ ରୟାଲିଟି  ଶୋ  ‘ସାରେଗାମାପା ଉସ୍ତାଦଙ୍କ ଉସ୍ତାଦ୍’ । ବିଗତ ବର୍ଷର  ସାରେଗାମାପା ରିଆଲିଟି ଶୋ ର ଟପ୍ ୨୦ ଜଣ ସିଙ୍ଗର ଏହି ଶୋ ରେ ପ୍ରତିଯୋଗୀ ଭାବରେ ଭାଗ ନେବାକୁ ଯାଉଛନ୍ତି ଯାହାଙ୍କୁ ଆପଣ ଆଗରୁ ଶୋ ରେ ଦେଖିଛନ୍ତି ବା ଯାହାଙ୍କର ଗୀତରେ ଆପଣ ଆଗରୁ ଝୁମିଛନ୍ତି । ତେବେ ବଛା ବଛା ପ୍ରତିଯୋଗୀ ବା ସଂଗୀତ ଉସ୍ତାଦଙ୍କ ଭିତରେ କିଏ ହେବ ଉସ୍ତାଦଙ୍କ ଉସ୍ତାଦ ତାହା ଦେଖିବାକୁ ବାକି ରହିଲା । ପ୍ରତିଯୋଗୀମାନେ ନିଜ ନିଜ ଭିତରେ ନିଜର ଗାୟକି  ଓ ବିଭିନ୍ନ ମ୍ୟୁଜିକାଲ ଗେମ ମାଧ୍ୟମରେ  ପ୍ରତିଦ୍ବନ୍ଦିତା କରିବେ । 

ଏହି ଶୋ ରେ ଜଜ୍ ଭାବରେ ରହିଛନ୍ତି ଓଡ଼ିଶାର ପ୍ରସିଦ୍ଧ ସିଙ୍ଗର ଅସୀମା ପଣ୍ଡା,କୁଳଦୀପ ପଟ୍ଟନାୟକ, ଦୀପ୍ତିରେଖା ପାଢୀ ଓ କ୍ରିଷ୍ଣା ବେଉରା । ସବୁଠାରୁ ବଡ ରୋଚକ କଥା ଏହା ଯେ ଏହି ସୋ ରେ ଆଙ୍କର ବା ଉପସ୍ଥାପକ ଭାବରେ ରହିଛନ୍ତି ସମସ୍ତଙ୍କ ପ୍ରିୟର ହାସ୍ୟ ଅଭିନେତା ଅନୁଗୁଳିଆ ବଣ୍ଟି । ଯିଏ ଏହି ଶୋ ରେ ନିଜର ଲାଫଟର ଡୋଜ୍ ଦ୍ବାରା ଲଗାଇବେ ଏଣ୍ଟରଟେନମେଣ୍ଟର ତଡ଼କା ।

ଅଗଷ୍ଟ ୧୦ ତାରିଖରୁ ଟିଭି ପରଦାରେ ଶୁଭାରମ୍ଭ ହେବାକୁ ଯାଉଛି ନୂଆ ରିଆଲିଟି ଶୋ  ‘ସାରେଗାମାପା ଉସ୍ତାଦଙ୍କ ଉସ୍ତାଦ୍’ । ଯାହା ଦର୍ଶକଙ୍କୁ ନିଶ୍ଚୟ ପସନ୍ଦ ଆସିବ କାରଣ ଟପ୍ ଙ୍କ ମଧ୍ୟରୁ ଟପ୍ ବାଛିବା ହେଉଛି କାଠିକର ପାଠ । ତେବେ ମେକର୍ସଙ୍କ ପାଇଁ ଏହା ଯେତେ କଠିନ କାମ ହେଉନା କାହିଁକି କିନ୍ତୁ ଦର୍ଶକ ନିଶ୍ଚୟ ମନୋରଞ୍ଜନ ପାଇବେ ବୋଲି କହିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ । ଦେଖିବାକୁ ଭୁଲିବେନି ଅଗଷ୍ଟ ୧୦ ତାରିଖରୁ ‘ସାରେଗାମାପା ଉସ୍ତାଦଙ୍କ ଉସ୍ତାଦ୍’, ପ୍ରତ୍ୟେକ ଶନି - ରବି ରାତି ୯:୩୦ ରେ ।

Also Read- ଓଡ଼ିଶାରେ ନିତି ଆୟୋଗ ମୁଖ୍ୟ ନିର୍ବାହୀ, ଜନସାଧାରଣଙ୍କ ମତ ନେଇ ପ୍ରସ୍ତୁତ ହେବ କାୟା କଳ୍ପ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;