Jio Recharge Plan: ୨୫୦ ଟଙ୍କାରୁ କମ ରିଚାର୍ଜରେ ଇଣ୍ଟରନେଟ୍ ସହ କଲିଂ ଫ୍ରି !
Advertisement
Article Detail0/zeeodisha/odisha2371588

Jio Recharge Plan: ୨୫୦ ଟଙ୍କାରୁ କମ ରିଚାର୍ଜରେ ଇଣ୍ଟରନେଟ୍ ସହ କଲିଂ ଫ୍ରି !

Jio Recharge Plan: ଜିଓ ନିଜ ପ୍ରିପେଡ୍ ଉପଭୋକ୍ତାମାନଙ୍କୁ ୨୮ ଦିନର ବୈଧତା ସହିତ ଅନେକ ପ୍ଲାନର ବିକଳ୍ପ ଦେଇଥାଏ । ଯାହାକୁ ଆପଣ ଏକ ମାସ ପାଖାପାଖିର ବୈଧ୍ୟତା ବୋଲି କହିପାରନ୍ତି ।

Jio Recharge Plan: ୨୫୦ ଟଙ୍କାରୁ କମ ରିଚାର୍ଜରେ ଇଣ୍ଟରନେଟ୍ ସହ କଲିଂ ଫ୍ରି !

Jio Recharge Plan: ଟେଲିକମ୍ କମ୍ପାନୀଗୁଡିକ ବର୍ତ୍ତମାନ ରିଚାର୍ଜ ପ୍ଲାନର ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି। ଏଭଳି ପରିସ୍ଥିତିରେ ଶସ୍ତା ରିଚାର୍ଜ ପ୍ଲାନ ନେବା ପୂର୍ବ ଭଳି ସହଜ ନୁହେଁ । କିନ୍ତୁ ତଥାପି ଆପଣ ଚାହିଁଲେ ଆପଣଙ୍କର ମୋବାଇଲ୍ ଖର୍ଚ୍ଚ ମାସକୁ ୨୫୦ ଟଙ୍କାରୁ କମ ଖର୍ଚ୍ଚ ହୋଇପାରିବ । ଜିଓ ନିଜ ପ୍ରିପେଡ୍ ଉପଭୋକ୍ତାମାନଙ୍କୁ ୨୮ ଦିନର ବୈଧତା ସହିତ ଅନେକ ପ୍ଲାନର ବିକଳ୍ପ ଦେଇଥାଏ । ଯାହାକୁ ଆପଣ ଏକ ମାସ ପାଖାପାଖିର ବୈଧ୍ୟତା ବୋଲି କହିପାରନ୍ତି ।

ଗତ ମାସରେ, ବେସରକାରୀ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନ ଗୁଡିକର ମୂଲ୍ୟ ବୃଦ୍ଧି କରିଛନ୍ତି । ଏଭଳି ପରିସ୍ଥିତିରେ କେବଳ ଜିଓ ନୁହେଁ ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆର ରିଚାର୍ଜ ପ୍ଲାନ ମଧ୍ୟ ମହଙ୍ଗା ହୋଇଛି। ସମସ୍ତ ଘରୋଇ ଟେଲିକମ୍ କମ୍ପାନୀଗୁଡିକ ରିଚାର୍ଜ ଯୋଜନାର ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି କରିଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି ଜିଓର ୨୮ ଦିନର ରିଚାର୍ଜ ଯୋଜନା ମଧ୍ୟରୁ କେଉଁ ପ୍ଲାନଟି ସବୁଠାରୁ ଶସ୍ତା? ଆଜି ଆପଣଙ୍କୁ ସେ ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିବୁ ।

୨୮ ଦିନର ବୈଧତା ସହିତ ରିଲାଏନ୍ସ ଜିଓ ୨୪୯ ଟଙ୍କାର ଏକ ଶସ୍ତା ରିଚାର୍ଜ ପ୍ଲାନ ରଖିଛି । ଭଲ କଥା ହେଉଛି ଏହି ରିଚାର୍ଜ ପ୍ଲାନରେ ଉପଭୋକ୍ତାଙ୍କୁ ଇଣ୍ଟରନେଟ୍ ଏବଂ ମାଗଣା ଅସୀମିତ କଲିଂ ସୁବିଧା ଦିଆଯାଉଛି । ୨୪୯ ଟଙ୍କା ପ୍ଲାନରେ ୨୮ ଦିନ ପର୍ଯ୍ୟନ୍ତ ପ୍ରତ୍ୟକ ଦିନ ଆପଣଙ୍କୁ ୧ଜିବି ଡାଟା ମିଳିବ । ଏତିସହିତ ଆପଣ ପ୍ରତ୍ୟକ ଦିନ ୧୦୦ ଏସଏମଏସ ପଠାଇବାର ସୁବିଧା ପାଇପାରିବେ । କେବଳ ସେତିକି ନୁହେଁ, ଆପଣ ଏହି ପ୍ଲାନରେ JioTV, JioCinema, JioCloudର  ସବସ୍କ୍ରିପସନ ପାଇବେ ।

କେଉଁ ବ୍ୟବହାରକାରୀଙ୍କ ପାଇଁ ଏହି ଜିଓ ପ୍ଲାନ ଭଲ?
ଏହି ପ୍ଲାନ ବିଶେଷକରି ସେହି ଉପଭୋକ୍ତାଙ୍କ ପାଇଁ ଭଲ ଯେଉଁମାନେ ମୋବାଇଲ୍ ରିଚାର୍ଜ ପାଇଁ ପକେଟରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି । ଏହା ବ୍ୟତୀତ, ସେହି ଉପଭୋକ୍ତା, ଯାହାଙ୍କ ପାଇଁ ପ୍ରତ୍ୟକ ଦିନ ୨ଜିବି ମଧ୍ୟରେ ଡାଟା ଆବଶ୍ୟକ । ଡାଟା ଅପେକ୍ଷା କଲ୍ କରିବାରେ ଅଧିକ ସକ୍ରିୟ ଥିବା ଉପଭୋକ୍ତାମାନେ ଏହି ପ୍ଲାନ ଆପଣାଇପାରିବେ । ବିଶେଷକରି ଯେଉଁମାନେ ଅଫିସ୍ କିମ୍ବା ଘରେ ଅଧିକ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି ସେମାନେ ମଧ୍ୟ ଏହି ପ୍ଲାନ ରିଚାର୍ଜ କରିପାରିବେ ।

Also Read- ଅଗଷ୍ଟ ୧୦ ତାରିଖରୁ ଆରମ୍ଭ ହେଉଛି 'ସାରେଗାମାପା'

Also Read- ଓଡ଼ିଶାରେ ନିତି ଆୟୋଗ ମୁଖ୍ୟ ନିର୍ବାହୀ, ଜନସାଧାରଣଙ୍କ ମତ ନେଇ ପ୍ରସ୍ତୁତ ହେବ କାୟା କଳ୍ପ