କଟକ:  ମହାନଦୀରେ ଗାଧୋଇବା ହେଲା କାଳ, ବୁଡିଗଲେ ୨ଜଣ ଛାତ୍ର । ଜଗତପୁର ବାଲିସାହି ନିକଟରେ ଆଜି ଏପରି ଦୁଃଖଦ ଘଟଣା ଘଟିଛି । ୨ଜଣଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ସମୟରେ ଅନ୍ୟଜଣେ ନିଖୋଜ ଥିବା ସୂଚନା ମିଳିଛି । ଉଭୟେ ରାଜକିଶୋର ବିଦ୍ୟାପୀଠରେ ଅଷ୍ଟମ ଶ୍ରେଣୀରେ ପଢୁଥିଲେ ।


COMMERCIAL BREAK
SCROLL TO CONTINUE READING

ଆଜି ପରୀକ୍ଷା ଶେଷ ହେବା ପରେ ମୋଟ ୧୧ ଜଣ ସ୍କୁଲ ଛାତ୍ର ମହାନଦୀକୁ ଗାଧୋଇବାକୁ ଯାଇଥିଲେ । ସେମଧ୍ୟରେ ଥିଲେ ଆର୍ଯ୍ୟନ ନାୟକ ଏବଂ ମନୋରଞ୍ଜନ ବେହେରା । ନଦୀରେ ଗାଧୋଉଥିବା ସମୟରେ ହଠାତ ଉଭୟେ ଗଭୀର ଜଳକୁ ଚାଲିଯାଇଥିଲେ । ଆର୍ଯ୍ୟନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ନଦୀମଧ୍ୟରେ ମନୋରଞ୍ଜନଙ୍କୁ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ । ଆର୍ଯ୍ୟନ ଏବଂ ମନୋରଞ୍ଜନ ବୁଡିଯିବା ସମ୍ପର୍କରେ ସ୍କୁଲ କର୍ତ୍ତୃପକ୍ଷ ଖବର ପାଇବା ପରେ ଏହି ସୂଚନା ପରିବାର ଲୋକଙ୍କୁ ଦିଆଯାଇଥିଲା । ଉଭୟଙ୍କ ପରିବାରରେ କାନ୍ଦ ବୋବାଳି ପଡିଛି ।


Also Read- Crime News: ଲାଞ୍ଚ ନେଇ ଧରାପଡିଲେ ବେଲପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ


Also Read- ବିମାନବନ୍ଦରକୁ ଉଡାଇଦେବାକୁ ଧମକ, CISFକୁ ଆସିଲା ଚିଠି