Advertisement
Article Detail0/zeeodisha/odisha2459277
Zee OdishaOdisha Trendingବିମାନବନ୍ଦରକୁ ଉଡାଇଦେବାକୁ ଧମକ, CISFକୁ ଆସିଲା ଚିଠି

ବିମାନବନ୍ଦରକୁ ଉଡାଇଦେବାକୁ ଧମକ, CISFକୁ ଆସିଲା ଚିଠି

Rajasthan: ଜୟପୁର ବିମାନବନ୍ଦରକୁ ଉଡ଼ାଇବା ପାଇଁ ଧମକ ଦିଆଯାଇଛି। ଏହି ଧମକ ଇମେଲ ମାଧ୍ୟମରେ ସିଆଇଏସଏଫକୁ ଆସିଛି

ବିମାନବନ୍ଦରକୁ ଉଡାଇଦେବାକୁ ଧମକ, CISFକୁ ଆସିଲା ଚିଠି

Rajasthan: ରାଜଧାନୀ ଜୟପୁର ବିମାନବନ୍ଦରକୁ ବୋମା ପକାଇ ଉଡାଇ ଦେବାର ଆଶଙ୍କା ଥିବାରୁ ସୁରକ୍ଷା ଏଜେନ୍ସି ମଧ୍ୟରେ ଆତଙ୍କ ଖେଳିଯାଇଛି । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (CISF)କୁ ଏକ ଧମକପୂର୍ଣ୍ଣ ମେଲ୍ ମିଳିଛି । ଯେଉଁଥିରେ ଲେଖାଯାଇଛି ଯେ, ଜୟପୁର ବିମାନବନ୍ଦରକୁ ଟାର୍ଗେଟ କରାଯିବ । ସାମ୍ପ୍ରତିକ ସମୟରେ ଏହା ହେଉଛି ତୃତୀୟ ଥର ପାଇଁ ଜୟପୁରରେ ବୋମା ବିସ୍ଫୋରଣ ହେବାର ଆଶଙ୍କା ରହିଛି। ଏହା ପୂର୍ବରୁ ସହରର ପ୍ରମୁଖ ବିଦ୍ୟାଳୟ ଏବଂ ରେଳ ଷ୍ଟେସନକୁ ଟାର୍ଗେଟ କରାଯିବା ନେଇ ଧମକ ଦିଆଯାଇଥିଲା।

ମିଳିଥିବା ଧମକଟି ପୂର୍ବ ମେଲଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି କୁହାଯାଉଛି । ଯାହା ଏହି ବିଷୟକୁ ଅଧିକ ଗମ୍ଭୀର କରୁଛି । ମେଲରେ ଜୟ ମହାକାଳ, ଜୟ ମାା ଆଦିଶକ୍ତି ଲେଖାଯିବା ସହ ମେଲ୍ ଶେଷରେ ଲେଖା ହୋଇଛି ଏହି ବିସ୍ଫୋରଣକୁ କେହି ଅଟକାଇ ପାରିବେ ନାହିଁ ।

ଧମକପୂର୍ଣ୍ଣ ଚିଠି ମିଳିବା ପରେ ସିଆଇଏସ୍ଏଫ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ତୁରନ୍ତ ଏହାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହିତ  ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ବର୍ତ୍ତମାନ ବିମାନବନ୍ଦରରେ ଅତିରିକ୍ତ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି । ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖାଯାଉଛି। ପୋଲିସ ଏବଂ ଗୁପ୍ତଚର ବିଭାଗ ଏହି ମେଲର ଉତ୍ସ ଜାଣିବାକୁ ଚେଷ୍ଟା କରୁଛନ୍ତି । ଉତ୍ସ ଜାଣିବା ପରେ ଅପରାଧୀମାନେ ଯଥାଶୀଘ୍ର ଧରାଯିବେ ବୋଲି କୁହାଯାଉଛି । ଏଥିସହ ଗୁଜବ ପ୍ରତି ଧ୍ୟାନ ନଦେବା ଏବଂ  ସନ୍ଦେହଜନକ କାର୍ଯ୍ୟକଳାପ ନଜରକୁ ଆସିଲେ ତୁରନ୍ତ ପୋଲିସକୁ ଜଣାଇବା ପାଇଁ ସାଧାରଣ ଲୋକଙ୍କୁ ନିବେଦନ କରାଯାଇଛି।

Add Zee News as a Preferred Source

Also Read- Dantewada: ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା, ୭ ମାଓବାଦୀ ନିପାତ

Also Read- କଳିଙ୍ଗ ଲାନ୍ସର୍ସ ଦଳର ସମ୍ପୂର୍ଣ୍ଣ ମାଲିକାନା ହାସଲ କଲା ବେଦାନ୍ତ, ଓଡ଼ିଶାରେ କ୍ରୀଡ଼ା ବିକାଶ ପ୍ରତିବଦ୍ଧତାକୁ ସୁଦୃଢ଼ କଲା

About the Author