Ratha Yatra 2024: ୫୩ ବର୍ଷ ପରେ ପଡ଼ିଥିଲା ବିରଳ ସଂଯୋଗ । ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଘୋଷଯାତ୍ରା । ନୀତିକାନ୍ତିକୁ ସହଜ କରିବା ସହ ଶୃଙ୍ଖଳିତ ରଥଯାତ୍ରା ପାଇଁ ସବୁ ପ୍ରକାରର ପ୍ରସ୍ତୁତି ହୋଇଥିଲା। ସେହି ଅଲୌକିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ଅପେକ୍ଷାରେ ଥିଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ସେମାନଙ୍କ ଭିତରେ ଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ। ଚତୁର୍ଦ୍ଧାମୂର୍ତ୍ତିଙ୍କ ସେହି ବିରଳ ଦୃଶ୍ୟକୁ ଦେଖିବା ପାଇଁ ଲୋକାରଣ୍ୟ ହୋଇଥିଲା ବଡ଼ଦାଣ୍ଡ । ନୀତି ନିର୍ଘଣ୍ଟର ବହୁ ପୂର୍ବରୁ ସବୁ ନୀତିକାନ୍ତି ଶୃଙ୍ଖଳିତ ଭାବେ ଶେଷ ହୋଇଥିଲା ବେଳେ ବିରାଜ ମାନ ଚତୁର୍ଦ୍ଧାମୂର୍ତ୍ତି ଆରମ୍ଭ କରିଥିଲେ ତାଙ୍କର ନବଦିନାତ୍ମକ ଯାତ୍ରା।


COMMERCIAL BREAK
SCROLL TO CONTINUE READING

ପ୍ରଥମ ଦିନ ଅର୍ଥାତ୍ ଗତକାଲି ରଥଟଣା ଆରମ୍ଭ ହୋଇଥିଲା। ସିଂହଦ୍ୱାର ଠାରୁ ମାତ୍ର କିଛି ପାଦ ଆଗକୁ ବଢିଛନ୍ତି ନନ୍ଦିଘୋଷ ରଥ(Nandighosh Rath)। ମରିଚିକୋଟ୍ ଛକରେ ବଡ଼ ଠାକୁର ଓ ରାଜନଅର ସାମ୍ନାରେ ଅଟକିଛନ୍ତି ଦେବୀ ସୁଭଦ୍ରା। ଆଜି ସକାଳୁ ପୁଣି ଆରମ୍ଭ ହେବ ରଥଟଣା। ପୂର୍ବନୀତି ନିର୍ଘଣ୍ଟ ଅନୁସାରେ ଅପରାହ୍ଣ ୧ଟା ୧୦ ରୁ  ୨ଟା୩୦ ମଧ୍ୟରେ ପହଣ୍ଡି ସାରିବାର ଥିଲା ବେଳେ ଘଣ୍ଟାଏ ପୂର୍ବରୁ ଆରମ୍ଭ ହୋଇଯାଇଥିଲା ପହଞ୍ଚି। ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ଆଗରୁ ହୋଇଥିଲା। 


ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ବିଜେ କରିଥିବା ବେଳେ ହରିବୋଲ ହୁଳହୁଳି ଓ ଘଣ୍ଟ ଧ୍ୱନିରେ କମ୍ପୁଥିଲା ବଡ଼ଦାଣ୍ଡ (Bada Danda)। ଏହାପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରା ପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥଟଣା। ପୂରା ପରିବେଶ ପାଲଟିଯାଇଥିଲା ଜଗନ୍ନାଥ ମୟ। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ତିନି ଠାକୁରଙ୍କ ରଥ ଗଡ଼ିବା ଆରମ୍ଭ ହୋଇଥିଲା। ଯେହେତୁ ଗୋଟିଏ ଦିନରେ ତିନି ତିନୋଟି ନୀତିକାନ୍ତି ଥିଲା ସେହି କାରଣରୁ ବିଳମ୍ବରେ ରଥଟଣା ପାଇଁ ହୋଇଥିଲା ନୀତି ନିର୍ଘଣ୍ଟ । ତିନିଠାକୁରଙ୍କ ରଥ ଗଡ଼ିଛି ହେଲେ ଅଧାବାଟେ ଅଟକିଛି । ବଳକା ବାଟ ପାର୍ କରିବାକୁ ଆଜି ପୁଣି ହେବ ରଥଟଣା। 


ସୂଚନାଯୋଗ୍ୟ, ପ୍ରଶାସନ ଓ ସେବାୟତଙ୍କ ତତ୍ପରତା ଯୋଗୁଁ ସବୁ ନୀତିକାନ୍ତି ସହଜ ହୋଇଥିଲା ବେଳେ ମହାପ୍ରଭୁଙ୍କର ଏହି ମାନବୀୟ ଲୀଳା ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୂର୍ମୁ(President Droupadi Murmu) ଉପସ୍ଥିତ ଥିଲେ। ସେ ମହାପ୍ରଭୁଙ୍କ ଦର୍ଶନ ସହ ରଥ ମଧ୍ୟ ଟାଣିଥିଲେ। ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତୃବନ୍ଦ ଉପସ୍ଥିତ ଥିଲେ। 


Also Read: Trigrahi Yog: ତ୍ରିଗ୍ରାହୀ ଯୋଗର ନକାରାତ୍ମକ ପ୍ରଭାବ, ଏହି ୩ ରାଶି ରୁହନ୍ତୁ ସାବଧାନ !


Also Read: Rahu Transit 2024: ରାହୁ କରିଦେବେ କୋଟିପତି! ୮ଜୁଲାଇରୁ ଏହି ୫ରାଶି ଧନବାନ