ସମ୍ବଲପୁର: ନିର୍ମାଣାଧୀନ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଳୁଥିବା ବେଳେ ଏକ ଅଘଟଣ ଘଟିଛି। ଶ୍ୱାସରୁଦ୍ଧ ହୋଇ ୩ଶ୍ରମିକ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଯମନକିରା ଥାନା ପୁକୁଡ଼ା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ମୃତକ ମାନେ ହେଲେ ଶ୍ରୀକାନ୍ତ ମୁଣ୍ଡା, ଭରତ ରଣା ଓ ବସନ୍ତ ଦେହୁରୀ। ଗୁରୁତର ସିଦ୍ଧାର୍ଥ ମୁଣ୍ଡାଙ୍କୁ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ଗ୍ରାମର ଜଣେ ବ୍ୟକ୍ତିଙ୍କର ନୂଆ ଘରର ଛାତ ପଡ଼ିଥିଲା ଆଜି କିଛି ଶ୍ରମିକ ନୂଆ ଛାତ ସେଣ୍ଟ୍ରିଂ ଖୋଲିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେଣ୍ଟ୍ରିଂ ଖୋଲିବା ସମୟରେ ୪ ଶ୍ରମିକ ଅଣନିଶ୍ବାସୀ ହୋଇ ଅସୁସ୍ଥ ହୋଇ ପଡ଼ିଥିଲୋ ତୁରନ୍ତ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥୁଲା ୩ ଶ୍ରମିକଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାନରେ ଚିକିତ୍ସାଧୀନ ରହିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।